ବିବାହର ୧୧ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ଟିଭି ଅଭିନେତା ଗୁରୁମିତ ଚୌଧୁରୀ ଏବଂ ଦେବିନା ବାନାର୍ଜୀ ମାତାପିତା ହେବାକୁ ଯାଉଛନ୍ତି। ଏହି ଦମ୍ପତି ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ବିବାହର ୧୧ ବର୍ଷ ପରେ ମା’ ହେବା ଯାଉଛନ୍ତି ଦେବିନା।
ଖୁସି ଖବର ପ୍ରକାଶ କରି ଏହି ଦମ୍ପତି ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ଉଭୟ କଳା ରଙ୍ଗର ପୋଷାକରେ ଖୁସି ନଜର ଆସୁଛନ୍ତି। ଏଥିରେ ଦେବିନାଙ୍କ ବେବି ବମ୍ପ ସ୍ପଷ୍ଟ ଦେଖାଯାଉଛି। ଇନଷ୍ଟାଗ୍ରାମରେ ଏହି ଫଟୋ ଶେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ୨ ରୁ ୩ ହେବାକୁ ଯାଉଛୁ, ଆଶୀର୍ବାଦ ଲୋଡା।

ଗୁରୁମିତ ଏବଂ ଦେବିନା ୨୦୧୧ ରେ ବିବାହ କରିଥିଲେ। ବିବାହ ପୂର୍ବରୁ ଦୁହେଁ ଦୀର୍ଘ ସମୟ ଧରି ଡେଟ କରିଥିଲେ। ଉଭୟ ସିରିଏଲ ‘ରାମାୟଣ’ର ସେଟରେ ପରସ୍ପରକୁ ଭେଟିଥିଲେ। ଯେଉଁଥିରେ ଗୁରୁମିତ ରାମ ଏବଂ ଦେବିନା ସୀତା ଭୂମିକାରେ ଅଭିନୟ କରିଥିଲେ। ଏହି ଦମ୍ପତି ୧୧ ବର୍ଷ ଧରି ବିବାହ କରିଛନ୍ତି। ବିବାହର ୧୧ ବର୍ଷ ପରେ, ଉଭୟ ପ୍ରଥମ ଥର ପାଇଁ ମାତାପିତା ହେବେ।

Share