Posted inଫୁରସତ

ଗର୍ଜିୟା ଦେବୀ ମନ୍ଦିର

ପବିତ୍ର ଗର୍ଜିୟା ଦେବୀ ମନ୍ଦିର ଉତ୍ତରାଖଣ୍ଡର ନୈନିତାଲ ଜିଲାରେ ଅବସ୍ଥିତ। ମାତା ପାର୍ବତୀଙ୍କର ଏକ ସ୍ବରୂପ କୁହାଯାଉଥିବା ମାତା ଗର୍ଜିୟାଙ୍କର ଏହି ମନ୍ଦିରକୁ ଏକ ଶକ୍ତିସ୍ଥଳ କହିଲେ ମଧ୍ୟ ଭୁଲ୍‌ ହେବନାହିଁ…

ଉତ୍ତରାଖଣ୍ଡର ନୈନିତାଲ ଜିଲା ଅନ୍ତର୍ଗତ ରାମନଗରଠାରେ ରହିଛି ଗର୍ଜିୟା ନାମକ ଏକ ଗାଁ। ଏହି ଗାଁରେ ଅଛି ଏକ ଶକ୍ତିସ୍ଥଳ, ଯାହାର ନାଁ ହେଉଛି ଗର୍ଜିୟା ଦେବୀ ମନ୍ଦିର। ଉକ୍ତ ଗାଁ ନିକଟ ଦେଇ ପ୍ରବାହିତ ହେଉଛି କୋସି ନାମକ ଏକ ନଦୀ। ଏହି ନଦୀ କୂଳରେ ଥିବା ଏକ ପାହାଡ଼ ଉପରେ ରହିଛି ମା’ ଗର୍ଜିୟାଙ୍କର ଉକ୍ତ ମନ୍ଦିରଟି। ଏଠାରେ ପୂଜା ପାଉଥିବା ମାତା ଗର୍ଜିୟା ହେଉଛନ୍ତି ଖୁବ୍‌ ପ୍ରତ୍ୟକ୍ଷା। ଭକ୍ତଟିଏ ମନୋସ୍କାମନା କରି ନିଷ୍ଠାର ସହ ମା’ଙ୍କୁ ଆବାହନ କଲେ ମା’ ତା’ର ଗୁହାରି ଶୁଣିଥାନ୍ତି ବୋଲି ସ୍ଥାନୀୟ ଲୋକଙ୍କର ଖୁବ୍‌ ବିଶ୍ୱାସ ରହିଛି। ସେଥିପାଇଁ ପ୍ରାୟତଃ ଏଠାରେ ଭକ୍ତଙ୍କର ଗହଳି ଦେଖିବାକୁ ମିଳେ।
ମନ୍ଦିରକୁ ନେଇ ଲୋକକଥା
ସ୍ଥାନୀୟ ଲୋକଙ୍କ ମତାନୁସାରେ, ଥରେ କୋସି ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ମାତା ଗର୍ଜିୟାଙ୍କର ପ୍ରତିମା କେଉଁଆଡ଼ୁ ଭାସି ଆସି ଏହି ସ୍ଥାନରେ ଲାଗିଥିଲା। ଏହାର କିଛିଦିନ ପରେ ଉକ୍ତ ସ୍ଥାନରୁ ସିଂହଙ୍କର ଗର୍ଜନ କରିବାର ଶବ୍ଦ ଶୁଭାଗଲା। କାରଣ ଏହି ମନ୍ଦିରଠାରୁ ମାତ୍ର ୭-୮ କି.ମି ଦୂରରେ ରହିଛି ଜିମ୍‌ କୋର୍ବେଟ୍ଟ ଜାତୀୟ ଉଦ୍ୟାନ। ବାରମ୍ବାର ସିଂହଙ୍କର ଗର୍ଜନ କରିବାର ଶବ୍ଦ ଶୁଣି ଗାଁ ଲୋକେ ତଥା ସ୍ଥାନୀୟ ବନବିଭାଗର ଅଧିକାରୀମାନେ ଥରେ ଏହାର ନିକଟକୁ ଯାଇ ଦେଖିବାରୁ ସତକୁ ସତ କେତେକ ସିଂହ ସେଠାରେ ପରିକ୍ରମା କରୁଥିବାର ଦେଖିଲେ। କିଛି ସମୟ ପରେ ସିଂହମାନେ ସେଠାରୁ ଚାଲିଯିବା କ୍ଷଣି ଗାଁ ଲୋକେ ସେଠାରେ ମା’ଙ୍କର ଏହି ପ୍ରତୀମା ଥିବାର ଦେଖିବାକୁ ପାଇଲେ। ସେମାନେ ମା’ଙ୍କର ପ୍ରତୀମାକୁ ଉଦ୍ଧାର କରି ମନ୍ଦିର ଗଢିବା ପାଇଁ ନିଷ୍ପତ୍ତି ନିଅନ୍ତେ, ମା’ ସ୍ବପ୍ନାଦେଶ ହେଲେ ଯେ, ତାଙ୍କ ମନ୍ଦିରକୁ ଏହି ପାହାଡ ଉପରେ ଗଢିବା ପାଇଁ। ମା’ଙ୍କ ଆଦେଶ ଅନୁସାରେ, ପାହାଡ ଉପରେ ମା’ଙ୍କର ମନ୍ଦିର ଗଢାହେଲା ଆଉ ମା’ଙ୍କୁ ସେଠାରେ ପୂଜା କରାଗଲା।
ମା’ଙ୍କ ମହିମା
ପୌରାଣିକ କଥା ଅନୁସାରେ, ମାତା ଗର୍ଜିୟା ହେଉଛନ୍ତି ମାତା ପାର୍ବତୀଙ୍କର ଏକ ସ୍ବରୂପ। ସେଥିପାଇଁ ଏହି ମନ୍ଦିରକୁ ମଧ୍ୟ ଏକ ଶକ୍ତିସ୍ଥଳ ବୋଲି କୁହାଯାଇଥାଏ। ମା’ଙ୍କ ମହିମା ବଡ଼ ଅପାର। ଯେଉଁ ଭକ୍ତ ଏଠାକୁ ଆସି ମା’ଙ୍କୁ ନିଷ୍ଠାର ସହ ପୂଜିଥାନ୍ତି, ମା’ ତାଙ୍କର ମନୋସ୍କାମନା ନିଶ୍ଚୟ ପୂରଣ କରିଥାନ୍ତି। ଆଉ ଆଶା ପୂରଣ ହୋଇସାରିବା ପରେ ଭକ୍ତଙ୍କୁ ପୁଣିଥରେ ଏଠାକୁ ଆସି ମା’ଙ୍କ ଦର୍ଶନ କରିବାକୁ ହୋଇଥାଏ। ଯେଉଁ ଭକ୍ତମାନେ ଅବହେଳା ବଶତଃ ମନୋସ୍କାମନା ପୂରଣ ହୋଇଗଲା ପରେ ମା’ଙ୍କୁ ପୁଣିଥରେ ଦର୍ଶନ କରିବାକୁ ନ ଆସନ୍ତି, ସେମାନଙ୍କ ଉପରେ ମା’ ରୋଷ କରିଥାନ୍ତି ବୋଲି ସ୍ଥାନୀୟ ଲୋକେ ମତ ଦେଇଥାନ୍ତି।
ପ୍ରମୁଖ ପର୍ବପର୍ବାଣୀ
ଏଠାକୁ ପୂଜା କରିବାକୁ ଆସୁଥିବା ଭକ୍ତଙ୍କୁ ପ୍ରଥମେ କୋସି ନଦୀରେ ସ୍ନାନ କରିବାକୁ ହୋଇଥାଏ। ତା’ପରେ ପାହାଡ ଉପରେ ଥିବା ମନ୍ଦିରକୁ ଯିବା ପାଇଁ ପ୍ରାୟ ୯୦ଟି ପାହାଚ ଚଢ଼ିବାକୁ ପଡେ। ଏହି ମନ୍ଦିରରେ ଗର୍ଜିୟା ଦେବୀଙ୍କ ବ୍ୟତିତ ଭଗବାନ ଗଣେଶ, ଲକ୍ଷ୍ମୀ-ନାରାୟଣ, ମାତା ସରସ୍ବତୀ ତଥା ଭୈରବ ଦେବଙ୍କୁ ମଧ୍ୟ ପୂଜା କରାଯାଇଥାଏ। କୁହାଯାଏ, ଏଠାରେ ଭକ୍ତ ଭୈରବ ଦେବଙ୍କୁ ପୂଜା ନ କଲା ପର୍ଯ୍ୟନ୍ତ ମା’ କାହାରି ଡାକ ଶୁଣି ନଥାନ୍ତି। ଦଶହରା, କାଳୀପୂଜା ତଥା କାର୍ତ୍ତିକ ପୂର୍ଣ୍ଣିମା ହେଉଛି ମା’ ଗର୍ଜିୟାଙ୍କର କେତୋଟି ପ୍ରମୁଖ ପର୍ବ।
କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ବୁଲି ଯିବାର ସୁବିଧା ଥିଲେ ହେଁ ଦଶହରା, କାଳୀପୂଜା ତଥା କାର୍ତ୍ତିକ ପୂର୍ଣ୍ଣିମା ସମୟରେ ଏଠାକୁ ଗଲେ ମା’ଙ୍କର ଅପୂର୍ବ ଦର୍ଶନ ମିଳିଥାଏ। ବର୍ଷାଦିନେ ନଦୀରେ ପାଣି ରହୁଥିବାରୁ ସେହି ସମୟରେ ଟିକେ କମ୍‌ ଭକ୍ତ ଏଠାକୁ ବୁଲିବାକୁ ଆସିଥାନ୍ତି। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ନୈନିତାଲରୁ ପ୍ରାୟ ୭୦କି.ମି ଏବଂ ରାମନଗରରୁ ପ୍ରାୟ ୧୨ କି.ମି ଦୂରରେ ଥିବା ଏହି ସ୍ଥାନକୁ ସଡ଼କପଥ ଓ ରେଳପଥରେ ଯାଇହେବ। ରାମନଗର ହେଉଛି ଏହାର ନିକଟତମ ରେଳଷ୍ଟେଶନ।


Enter your email to get our daily news in your inbox.

All Right Reserved By Dharitri.Com

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

‘ଭାରତ-ମାଲେସିଆ ସହଭାଗୀତା ଐତିହାସିକ’, ଦ୍ୱିପାକ୍ଷିକ ଆଲୋଚନା ସମୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ରବିବାର ମାଲେସିଆର ପ୍ରଶାସନିକ ରାଜଧାନୀ ପୁତ୍ରଜାୟାରେ ଥିବା ପର୍ଦାନା ପୁତ୍ରଜାୟା ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନୁଷ୍ଠାନିକ ଭାବରେ ସ୍ବାଗତ କରାଯାଇଥିଲା ଏବଂ ଗାର୍ଡ ଅଫ…

ଭାଲେଣ୍ଟାଇନ୍ସ ଡେ’ରେ ସାଥୀଙ୍କୁ ଦେବାକୁ ଭୁଲନ୍ତୁନି ଏସବୁ , ନହଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ ଭାଲେଣ୍ଟାଇନ୍ସ ଡେ’ରେ ଏମିତି କିଛି ଉପହାର ସାଥୀକୁ ଦିଅନ୍ତୁ; ଯାହା ତାଙ୍କୁ ଖୁସି ଦେବା ସହ ତାଙ୍କ ଜୀବନରେ ସୁଖ, ସମୃଦ୍ଧି ବି ଆଣିଦେଉଥିବ……

ବଡ଼ ଧରଣର ଛଟେଇ ପରେ ଇସ୍ତଫା ଦେଲେ ୱାଶିଂଟନ ପୋଷ୍ଟର ସିଇଓ ୱିଲ ଲୁଇସ

ୱାଶିଂଟନ,୮।୨: ପ୍ରତିଷ୍ଠିତ ୱାଶିଂଟନ ପୋଷ୍ଟର ପ୍ରକାଶକ ଏବଂ ସିଇଓ ୱିଲ ଲୁଇସ ଇସ୍ତଫା ଦେଇଛନ୍ତି। ବହୁ ସଂଖ୍ୟାରେ କର୍ମଚାରୀ ଛଟେଇ ମଧ୍ୟରେ ଏହି ନିଷ୍ପତ୍ତି ଆସିଛି। ଲୁଇସ…

ଭାଲେଣ୍ଟାଇନ ସପ୍ତାହ, ୪ ରାଶିର ବ୍ୟକ୍ତିଙ୍କ ଜୀବନରେ ପ୍ରେମ…

ଭାଲେଣ୍ଟାଇନ୍ସ ସପ୍ତାହ ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଛି ଏବଂ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାଲେଣ୍ଟାଇନ୍ସ ସପ୍ତାହ ପ୍ରେମୀ, ବିବାହିତ ଦମ୍ପତି ଏବଂ ଅବିବାହିତମାନଙ୍କ…

ଭୀମ ଭୋଇ ସାମର୍ଥ୍ୟ ଶିବିରରେ ଅଧିକାରୀଙ୍କ ଦାଦାଗିରି: ସେବା ଅପେକ୍ଷା ‘ଫଟୋ ସୋ’ ଅଧିକ 

ଥୁଆମୂଳରାମପୁର,୭ା୨(ଦୁର୍ଗା କୀର୍ତ୍ତି): କଳାହାଣଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଫଟକି ମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ…

‘ଭାରତ ହେଉଛି ବିଶ୍ୱାସର ସବୁଠାରୁ ଶକ୍ତିଶାଳୀ ମୁଦ୍ରା’, ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ଦୁଇ ଦିନିଆ ମାଲେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ବିକାଶ ପାଇଁ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି…

USA ବିପକ୍ଷରେ ବିଜୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା, ୱାଶିଂଟନ୍ ସୁନ୍ଦର…..

ଟିମ୍ ଇଣ୍ଡିଆ ICC ଟି୨୦ ବିଶ୍ୱକପରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଆମେରିକା ଦଳକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri