Categories: ଜାତୀୟ

ଇଞ୍ଜିନିୟର ସ୍ବାମୀଙ୍କୁ ଛୁଆଙ୍କ ଆଗରେ ହତ୍ୟା କଲେ ସ୍ତ୍ରୀ

ଗୁରୁଗ୍ରାମ,୨୦।୬: ୩୯ ବର୍ଷୀୟ ଇଞ୍ଜିନିୟର ସ୍ବାମୀଙ୍କୁ ଛୁଆଙ୍କ ଆଗରେ ଛୁରି ଭୁଷି ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଘଟଣା ଗୁରୁଗ୍ରାମର ଜ୍ୟୋତି ପାର୍କ କଲୋନିରେ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏହି ହତ୍ୟାକାଣ୍ଡ ବେଳେ ଘରେ ସେମାନଙ୍କ ଦୁଇ ଛୁଆ ମଧ୍ୟ ଥିଲେ।

ମୃତ ବ୍ୟକ୍ତିଙ୍କ ନାମ ସଚିନ। ପାରିବାରିକ କଳହ ତାଙ୍କ ମୃତ୍ୟୁ ପଛର ମୁଖ୍ୟ କାରଣ। ଦମ୍ପତ୍ତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ସ୍ତ୍ରୀ ଉତ୍ତ୍ୟକ୍ତ ହୋଇ ସଚିନ(ସ୍ବାମୀ)ଙ୍କ ଛାତିରେ ଛୁରି ଭୁଷି ହତ୍ୟା କରିଥିଲେ। ମୃତକଙ୍କ ଭାଇ ମାମଲା ରୁଜୁ କରିବା ପରେ ତଦନ୍ତ ଚାଲିଥିବା ଗୁରୁଗ୍ରାମ ପୋଲିସ ଏସ୍‌ପି ପ୍ରୀତପାଲ ସିଂ କହିଛନ୍ତି। ତେବେ ମା’ଙ୍କ ହାତରୁ ଛୁରି ଛଡ଼ାଇବାକୁ ଉଦ୍ୟମ କରୁଥିବାବେଳେ ବାପାଙ୍କ ଛାତିରେ ଛୁରି ପଶି ଯାଇଥିବା ୧୧ ବର୍ଷୀୟା ଝିଅ ବୟାନ ଦେଇଛନ୍ତି। ହେଲେ ହତ୍ୟା ପରେ ଛୁଆଙ୍କୁ ମିଛ କହିବା ପାଇଁ ଅଭିଯୁକ୍ତା ଡରାଇଥିବା ମୃତକଙ୍କ ଭାଇ ଓ ଭଉଣୀ ଅଭିଯୋଗ କରିଛନ୍ତି।

Share