ବିବାଦ ଘେରରେ ଗୁଞ୍ଜନ ସକ୍ସସେନା ବାୟୋପିକ୍‌

ମୁମ୍ବାଇ: ବୁଧବାର ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଗୁଞ୍ଜନ ସକ୍ସସେନା ଏବେ ବିବାଦ ଘେରକୁ ଚାଲି ଆସିଛି। ଏହି ଫିଲ୍ମରେ ଅନାବଶ୍ୟକ ନକାରାତ୍ମକ ଦୃଶ୍ୟ ଦେଖାଯାଇଥିବା ନେଇ ଭାରତୀୟ ବାୟୁସେନା ଅଭିଯୋଗ କରିଛି। ଆଇଏଏଫ୍‌ ପକ୍ଷରୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ (ସିବିଏଫସି) ସେନ୍‌ସର ବୋର୍ଡକୁ ଏକ ଚିଠି ପଠାଯାଇଛି। ଯେଉଁଥିରେ କିଛି ଦୃଶ୍ୟକୁ ବିରୋଧ କରାଯାଇଥିବା ସୂଚନା ମିଳିଛି। ଫିଲ୍ମ ଗୁଞ୍ଜନ ସକ୍ସସେନା-ଦ କାର୍ଗିଲ ଗର୍ଲ ଆଇଏଏଫ୍‌ ଅଧିକାରୀ ଗୁଞ୍ଜନ ସକ୍ସସେନାଙ୍କ ଜିବନୀ ଉପରେ ଆଧାରିତ ହୋଇଛି। ୧୯୯୯ କାର୍ଗିଲ ଯୁଦ୍ଧରେ ଭାଗ ନେଇଥିବା ପ୍ରଥମ ମହିଳା ପାଇଲଟ ହେଉଛନ୍ତି ଗୁଞ୍ଜନ। କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ଏହି ଫିଲ୍ମକୁ ନିର୍ମାଣ କରିଛି। ଏଥିରେ ବଲିଉଡ୍‌ ନବାଗତା ଅଭିନେତ୍ରୀ ଜାହ୍ନବୀ କପୁର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି।

Share