ମହିଳାଙ୍କୁ ଅସଦାଚରଣ କରି ଗିରଫ ହେଲେ ଗୁଣିଆ

ଚାନ୍ଦବାଲି,୧୫।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ବାଂଶଡ଼ା ଥାନା ଅଞ୍ଚଳରେ ତନ୍ତ୍ରମନ୍ତ୍ର ବାହାନାରେ ଜଣେ ମହିଳାଙ୍କୁ ଅସଦାଚରଣ କରି ଗୁଣିଆ ଗିରଫ ହୋଇଛନ୍ତି। ସେ ହେଲେ ବାରାକୋଲ୍ଲା ଗାଁର ସାଧୁଆ ଜେନା। ଏନେଇ ମହିଳାଙ୍କ ଏତଲା କ୍ରମେ ବାଂଶଡ଼ା ଥାନାରେ ଏକ ମାମଲା (ନଂ.୧୭୧/୨୨) ରୁଜୁ ହୋଇିଛି।

ସୂଚନା ଅନୁଯାୟୀ, ମହିଳାଙ୍କ ଦେହ ଅସୁସ୍ଥ ଥିଲା। ଦେହ ଭଲ ହେବା ନେଇ ମହିଳାଙ୍କ ସ୍ବାମୀ ଗୁଣିଆ ସାଧୁଆଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ମୁତାବକ ଶନିବାର ପୂର୍ବାହ୍ନରେ ମହିଳା ଜଣଙ୍କ ଗାଧୋଇ ଠାକୁର ଘରେ ବସିଥିଲେ। ସେତିକିବେଳେ ଗୁଣିଆ ସାଧୁଆ ପୂଜାପାଠ ଆଳରେ ମହିଳାଙ୍କୁ ଅସଦାଚରଣ କରିଥିଲେ। ଏପରି କି ଘଟଣା ସମ୍ପର୍କରେ କାହାରିକୁ ନ କହିବାକୁ ଧମକ ଦେଇଥିଲେ। ହେଲେ ମହିଳା ଜଣକ କାନ୍ଦୁଥିବା ଶୁଣି ସ୍ବାମୀ ଦୌଡ଼ି ଆସିବାରୁ ଗୁଣିଆ ସାଧୁଆ ଖସି ପଳାଇଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ପରେ ଅଭିଯୁକ୍ତ ଗୁଣିଆ ସାଧୁଆଙ୍କୁ ଗିରଫ କରିଛି।