ହ୍ବାଇଟ୍‌ ହାଉସ୍‌ ବାହାରେ ଫୁଟିଲା ଗୁଳି: ଟମ୍ପ୍‌ଙ୍କ ସମର୍ଥକ-ବିଏଲ୍‌ଏମ୍‌ ପ୍ରଦର୍ଶନକାରୀ ମୁହାଁମୁହିଁ

ଓ୍ବାଶିଂଟନ,୪।୧୧: ଆମେ ରାଷ୍ଟ୍ରପତି ନିର୍ବାଚନର ସମ୍ପୂର୍ଣ୍ଣ ଫଳାଫଳ ଆସିବା ପୂର୍ବରୁ ହ୍ବାଇଟ୍‌ ହାଉସ୍‌ ବାହାରେ ଗୁଳି ଫୁଟିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକ ଏବଂ ବ୍ଲାକ୍‌ ଲାଇଭ୍ସ୍‌ ମ୍ୟାଟର( ବିଏଲ୍‌ଏମ) ପ୍ରଦର୍ଶନକାରୀ ମୁହାଁମୁହିଁ ହୋଇଛନ୍ତି। ଦୁଇପକ୍ଷଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା କୁହାଯାଉଛି। ପ୍ରଦର୍ଶନକାରୀ ଏବଂ ସମର୍ଥକଙ୍କୁ ଘଉଡ଼ାଇବା ଲାଗି ସୁରକ୍ଷାକର୍ମୀଙ୍କ ପକ୍ଷରୁ ସତର୍କ ସୂଚନା ସ୍ବରୂପ ଗୁଳି ଚାଳନା କରାଯାଇଛି। ନିର୍ବାଚନ ଫଳାଫଳ ପରେ ଦେଶରେ ଦଙ୍ଗା ଘଟିବାର ଆଶଙ୍କାଥିବା ନେଇ ଗୋଇନ୍ଦା ବିଭାଗ ପକ୍ଷରୁ ରିପୋର୍ଟ ଜାରି କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୧୬ଟି ରାଜ୍ୟରେ ଜାତୀୟ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।

Share