ଭଙ୍ଗାଘରେ ବିତୁଛି ଗୁଣ୍ଡିଚାଙ୍କ ଜୀବନ

ପଟ୍ଟାମୁଣ୍ଡାଇ,୪ା୩(କଳ୍ପତରୁ ନାୟକ):ଗରିବ ବାସହୀନ ଲୋକଙ୍କୁ ପକ୍କାଗୃହ ଯୋଗାଇ ଦେବା ଲକ୍ଷ୍ୟରେ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଭଳି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ କେତେଜଣ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଆନ୍ତରିକତାର ଅଭାବରୁ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ହିତାଧିକାରୀ ପାଇପାରୁନାହାନ୍ତି। ଗରିବ ଲୋକଟିକୁ ଆବାସ ମିଳୁ ନ ଥିବା ବେଳେ କୋଠା ଘରେ ରହୁଥିବା ଲୋକଙ୍କୁ ମିଳୁଛି। ଯାହା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦେଖିବାକୁ ମିଳୁଛି ବୋଲି ଅଭିଯୋଗ ହୋଇଛି। ଗରିବ ଲୋକ ଆବାସ ଯୋଜନାରୁ ବଞ୍ଚତ୍ତ ହୋଇ ଝାଟିମାଟି ଘରେ ଦିନ କାଟୁଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଓଉପଦା ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମର ଗୁଣ୍ଡିଚା ଭଳଙ୍କ ପରିବାର ଝାଟିମାଟି ଭଙ୍ଗା ଘରେ ରହୁଥିଲେ ହେଁ ପ୍ରଶାସନ ସବୁ ଦେଖି ନୀରବଦ୍ରଷ୍ଟା ସାଜିଛି। ସେ ଜଣେ ଗରିବ ବିଧବା ମହିଳା। ତାଙ୍କ ପରିବାର କହିଲେ ପୁଅ, ବୋହୂ ଓ ଜଣେ ନାତୁଣି। ପୁଅ ଘରୋଇ ପାଇପ ମିସ୍ତ୍ରୀ ଭାବେ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ସେ ଯାହା ଟଙ୍କା ପଠାନ୍ତି ଏଥିରେ ଗୁଣ୍ଡିଚାଙ୍କ ପରିବାର ଚଳେ। ଏପରି ପରିସ୍ଥିତିରେ ପରିବାର ଲୋକେ ଭଙ୍ଗାଦଦରା ଘରେ ଦିନ କାଟୁଛନ୍ତି। ପକ୍କା ଘରଟିଏ ତୋଳିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ବର୍ଷା ହେଲେ ବାର ଦ୍ୱାର ଶୁଣ୍ଢିପିଣ୍ଡା ହେବାକୁ ପଡୁଛି ବୋଲି ୭୦ ବର୍ଷୀୟା ବୃଦ୍ଧା ଗୁଣ୍ଡିଚା କୋହଭରା କଣ୍ଠରେ କହିଛନ୍ତି। ଏଥିପାଇଁ ସେ ପଞ୍ଚାୟତ ଅଫିସଠାରୁ ବ୍ଲକ ପର୍ଯ୍ୟନ୍ତ ଦରଖାସ୍ତ ଦେଇ ହତାଶ ହୋଇପଡିଲିଣି। ଗୁଣ୍ଡିଚା କୁହନ୍ତି, ଆକାଶରେ ମେଘ ଦେଖିଲେ ଭୟରେ ଛାତି ଥରିଉଠେ। କିପରି ବିତିବ ରାତି। ବର୍ଷା ପବନ ସାଙ୍ଗକୁ କଚ୍ଚା ଘରେ ସରୀସୃପଙ୍କ ଭୟ କହିଲେ ନସରେ। ତଥାପି ଆମେ ଭାଗ୍ୟ ଓ ଭଗବାନକୁ ଦ୍ୱାହି ଦେଇ ଜୀବନ କାଟୁଛୁ। ହେଲେ ଆମ କଥା କେହି ଶୁଣୁ ନାହାନ୍ତି ବୋଲି ସେ କହିଛନ୍ତି।
ସେହିଗ୍ରାମର ସାମାଜିକ କର୍ମୀ ଲୁଟନ ନାୟକ କୁହନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର କହିଥିଲେ ୨୦୨୪ ସୁଦ୍ଧା କେହି ଆଉ ମାଟି କାନ୍ଥ ଓ ଚାଳଘରେ ରହିବେ ନାହିଁ। କିନ୍ତୁ ଗୁଣ୍ଡିଚା ମାଆଙ୍କ ପରି ବହୁ ଲୋକ ଝାଟିମାଟି କୁଡିଆରେ ଜୀବନ ବିତାଉଥିବା ଦେଖିବାକୁ ମିଳୁଛି। ନା ସେମାନଙ୍କୁ ଦାୟିତ୍ୱରେ ଥିବା ଅଧିକାରୀ ଦେଖୁଛନ୍ତି ନା ଜିଲା ପ୍ରଶାସନ। ଲାଞ୍ଚ ଦେବାକୁ ସମ୍ବଳ ନ ଥିବାରୁ ବହୁ ଲୋକ ଏହି ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି। ଏ ସଂକ୍ରାନ୍ତlରେ ଗୁଣ୍ଡଚାଙ୍କ ବୋହୂ ଛବିଲତା ଭଳ କୁହନ୍ତି, ୨୦୨୦-୨୧ ଆର୍ଥତ୍କ ବର୍ଷରେ ଆବାସ ଯୋଜନା ହିତାଧିକାରୀ ତାଲିକାରେ ଆମ ଶ୍ୱଶୁର ସ୍ବର୍ଗତ ଅଜାମ୍ବର ଭଳଙ୍କ ନାମ ଥିଲା। ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ୨୦୨୧-୨୨ ଆର୍ଥତ୍କ ବର୍ଷରେ ଅଜାମ୍ବର ଭଳଙ୍କ ନାମରେ ଆବାସ ଯୋଜନାରେ ଏକ ଘର ମଞ୍ଜୁର ହୋଇଥିବା ସଂକ୍ରାନ୍ତରେ ହିତାଧିକାରୀ ତାଲିକାରେ ନାମ ରହିଥିଲା। ବିଭାଗୀୟ କର୍ମଚାରୀମାନେ ଆମ ଠାରୁ ଆବସ ଯୋଜନା ପାଇଁ ଆବଶ୍ୟକ କାଗଜର ଜେରକ୍ସ କପି ସଂଗ୍ରହ କରି ନେଇଥିଲେ। ମାତ୍ର ୨୦୨୧ ଏପ୍ରିଲରେ ଶ୍ୱଶୁରଙ୍କ ମୃତ୍ୟୁ ଘଟିିଥିଲା। ତେବେ ବିଡମ୍ବନାର ବିଷୟ ପଞ୍ଚାୟତରେ ପ୍ରକାଶିତ ହିତାଧିକାରୀ ବ୍ୟାନର୍‌ ତାଲିକାରେ ଶ୍ୱଶୁର କିମ୍ବା ଶାଶୁ ଗୁଣ୍ଡିଚାଙ୍କ ନାମ ନ ଥିଲା। ତତ୍କାଳୀନ ସରପଞ୍ଚ ସୁୁବାସ ଖଟୁଆଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ଆଜି ପର୍ଯ୍ୟନ୍ତ ମିଳିନାହଁି ବୋଲି ସେ ସୂଚନା ଦେଇଛନ୍ତି।
ଏସଂକ୍ରାନ୍ତରେ ଓଉପଦା ସରପଞ୍ଚ ମମତା ସାମଲଙ୍କୁ ପଚାରିବାରୁ ଯେଉଁ ହିତାଧିକାରୀଙ୍କ ନାମ ତାଲିକାରେ ଥିଲା ସେମାନଙ୍କୁ ଆବାସ ଗୃହ କିପରି ଦିଆଯିବ ସେଥିନେଇ ପଞ୍ଚାୟତରେ ଗ୍ରାମସଭା କରି ବ୍ଳକ୍‌ ଉନ୍ନୟନ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଛି। ଏହାର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଘରକୁ ଫେରିଲେନି ସ୍ବାମୀ, ସକାଳୁ ରକ୍ତାକ୍ତ ମୃତଦେହ….

ଜଗନ୍ନାଥ ପ୍ରସାଦ,୨୪।୩(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆ ପଲ୍ଲୀ ପଞ୍ଚାୟତ ଗୁପ୍ତ ପଲ୍ଲୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ବାଲେଶ୍ଵର ଅରଡ ବଜାରରେ ଗୁଳିକାଣ୍ଡ, ଦୁଇ ଯୁବକ…

ବାଲେଶ୍ଵର,୨୪।୩( ବାଞ୍ଛାନିଧି ଦେ): ଅଶାନ୍ତ ହୋଇପଡିଛି ବାଲେଶ୍ଵର ସହର । ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ହୋଇଛି। ସୋମବାର ମଧ୍ୟରାତିରେ ଫୁଟିଲା…

ଲିଙ୍କ୍ ରୋଡ୍ LIC ଅଫିସରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା….

କଟକ,୨୪।୩: କଟକ ଲିଙ୍କ୍‌ରୋଡରେ ଥିବା LIC ଅଫିସ୍‌ରେ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ବିଲ୍ଡିଂ । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri