ଗୁଣପୁର ସିଆରପିଏଫ ପକ୍ଷରୁ ଜନସଂପର୍କ ଶିବିର ଅନୁଷ୍ଠିତ: ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସିଲେଇ ଉପକରଣ, ପେପର ପ୍ଲେଟ ମେସିନ

ଥୁଆମୂଳ ରାମପୁର,୨୯।୩(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲାରେ ନକ୍ସଲ ବିରୋଧୀ ଅଭିଯାନ ପାଇଁ ନିୟୋଜିତ ୧୨ ବାଟାଲିୟନ, କେନ୍ଦ୍ରୀୟ ରିଜର୍ପ ଫୋର୍ସ (ସିଆରପିଏଫ) ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲାର ଥୁଆମୁଳ ରାମପୁର ବ୍ଳକ ଅନ୍ତର୍ଗତ ଗୁଣୁପୁରର ବଙ୍ଗଳା ପଡ଼ା ଠାରେ ଥିବା ସିଆରପିଏଫ କ୍ୟାମ୍ପରେ ଶନିବାର ସ୍ଥାନୀୟ ସହାୟକ କମାଣ୍ତଡେଣ୍ତ ଭି. ଶ୍ରୀନୀବାସ ରାଓଙ୍କ ୍ଯଯଯକ୍ଷତାରେ ଏକ ଦିନିକିଆ ସଚେତନ ଶିବିର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ମୁଖ୍ୟାଳୟ ୧୨ ବାଟାଲିୟନ ସିଆରପିଏଫ କମାଣ୍ତଡେଣ୍ତ ନନ୍ଦକିଶୋର କୁମାର ପ୍ରସାଦ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ସୁଜତା ମାଝୀ, ସ୍ଥାନୀୟ ସିଏଚଓ ମୌସୁମୀ ବାଗ, କମ୍ଫୁଟର ଟ୍ରେନର ଦିନେସ ସିଂ ଠାକୁର, କର୍ଲାପାଟ ଏଏସଆଇ ଅଜୟ କୁମାର ନାଏକ ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ଏମ.ରାଜେଶ ମଞ୍ଚ ପରିବାର ଚାଳନା କରିଥିଲେ। ଏହି ଅବସରରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହିତ ଏଥିରେ ଚିକିତ୍ସକଙ୍କ ଦ୍ବାରା ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିର ମଧ୍ୟ କରାଯାଇଥିଲା।

ତେବେ ଏହି ପଦକ୍ଷେପର ଲକ୍ଷ୍ୟ ନକ୍ସଲ ପ୍ରଭାବିତ ଅଞ୍ଚଳର ସୁରକ୍ଷା ବାହିନୀ ଏବଂ ସ୍ଥାନୀୟ ସଂପ୍ରଦାୟ ମଧ୍ୟରେ ସୁସମ୍ପର୍କ ବୃଦ୍ଧିକରିବା ସହିତ ଥୁଆମୁଳ ରାମପୁର ବ୍ଳକର ଅବହେଳିତ ପୁରୁଷ ଏବଂ ମହିଳାଙ୍କ ଦକ୍ଷତା ଓ ଦକ୍ଷତା ବୃଦ୍ଧି କରିବା ପାଇଁ ସିଲେଇ ତାଲିମ, କମ୍ପ୍ୟୁଟର ତାଲିମ, ସହ ସାଇସୁରନୀ ଗ୍ରାମର ୧୦ ଜଣିଆ ସ୍ବୟଂ ସହାୟକ ଗୋଷ୍ଠୀ, ପାନଭଟା ଗ୍ରାମର ୧୩ ଜଣିଆ ସ୍ବୟଂ ସହାୟକ ଗୋଷ୍ଠୀ, ପୁଟିଗୁଡା ଗ୍ରାମର ୧୩ ଜଣିଆ ସ୍ବୟଂ ସହାୟକ ଗୋଷ୍ଠୀ, କାଠଘର ଗ୍ରାମର ୧୨ ଜଣିଆ ସୟଂ ସହାୟକ ଗୋଷ୍ଠୀ, ଗୋକଲମା ୧୫ ଜଣିଆ ସ୍ବୟଂ ସହାୟକ ଗୋଷ୍ଠୀ, ଗୁଣୁପୁର ଗ୍ରାମର ୯ ଜଣିଆ ସୟଂ ସହାୟକ ଗୋଷ୍ଠୀ ମାନଙ୍କୁ ୩ଟି ଲେଖାଏଁ ସିଲେଇ ମେସିନ ବଣ୍ଟନ କରାଯାଇଥିବା ବେଳେ କମ୍ପ୍ୟୁଟର ଶିକ୍ଷାରେ ସ୍ଥାନୀୟ ୨୬ ଜଣ ଯୁବକ ଯୁବତୀଙ୍କୁ ପ୍ରମାଣ ପତ୍ର ପ୍ରଦାନ ସହ ମୁଣ୍ତାପଡା ଗ୍ରାମର ମହାଲକ୍ଷ୍ମୀ ଓ ମାଁ ସନ୍ତୋଷୀ ସୟଂ ସହାୟକ ଗୋଷ୍ଠୀଙ୍କୁ ପେପର ପ୍ଳଟ ତିଆରି ମେସିନ ପ୍ରଦାନ କରାଯାଇଥିଲା। ଏହି କାର୍‌ୟଯକ୍ରମରେ ଆଖପାଖ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଅଂଶଗ୍ରହଣ କରିଥିବା ବେଳେ ସ୍ଥାନୀୟ ଛାତ୍ର ଛାତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସିଆରପିଏଫ କ୍ୟାମ୍ପ ନିରକ୍ଷକ ରବିନ୍ଦ୍ର ସିଂ, ଏସଆଇ ଛବିଳ କୁମାର ସ୍ବାଇଁ, ଜେମ୍ସ ବାର୍ଲା, କାମଦେଓ ନାରାୟଣ, ରାଜେଶ କୁମାର ପ୍ରଧାନଙ୍କ ସମେତ ୧୨ ବାଟାଲିୟନ ଏଫ କମ୍ପାନୀର ସମସ୍ତ ସୁରକ୍ଷା ଯୌବାନ ମାନେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri