ଲଙ୍କାଚାଷ କରି ଦୁଇ ପଇସା ରୋଜଗାର କରୁଛନ୍ତି ଗୁଣ ନାଏକ, କହିଲେ ସଫଳତାର ସୂତ୍ର…

କେସିଙ୍ଗା,୨୦ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କିକିଆ ପଞ୍ଚାୟତର କଣ୍ଟାପଡ଼ା ଗ୍ରାମର ଜଣେ ସଫଳ ଚାଷୀ ୨୦ ଡେସିମିଲି ଜାଗାରେ ଲଙ୍କାଚାଷ କରି ସଫଳ ହୋଇଥିବାରୁ ଗତ ୧୮ ତାରିଖରେ ଅନୁଷ୍ଠିତ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାରେ ପ୍ରଦର୍ଶନ କରାଯାଇଥିଲା। କଣ୍ଟାପଡ଼ା ଗ୍ରାମର ଗୁଣ ନାଏକ (୫୧)। ନିଜସ୍ବ ୨୦ ଡେସିମିଲି ଜାଗାରେ ଲଙ୍କାଚାଷ କରି ସଫଳ ହୋଇଛନ୍ତି। ଦିନେ ଛଡ଼ା ଦିନେ ୨୦ ଡେସିମିଲ ଜାଗାରୁ ଦେଢ଼ କ୍ୱିଣ୍ଟାଲ କଞ୍ଚାଲଙ୍କା ଅମଳ କରି ଦୁଇ ପଇସା ରୋଜଗାର କରି ପାରୁଛନ୍ତି। ବର୍ତ୍ତମାନ ଏହି ଚାଷୀ ଜଣକ କେସିଙ୍ଗା, ଭବାନୀପାଟଣା ସହରକୁ ନେଇ କେଜି ପ୍ରତି ୧୫୦ରୁ ୨୦୦ଟଙ୍କା ଦରରେ ବିକ୍ରି କରି ୧୫ ଦିନରେ ୩୦ରୁ ୩୫ ହଜାର ଟଙ୍କା ଉପାର୍ଜନ କରି ଲାଭବାନ ହୋଇଥିବାରୁ ସେହି ଚାଷୀଙ୍କ ଲଙ୍କାକୁ ଗତ ୧୮ ତାରିଖରେ ଅନୁଷ୍ଠିତ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାରେ କୃଷି ବିଭାଗର ବ୍ଲକ କୃଷି ଅଧିକାରୀ ଏବିଓଙ୍କ ନେତୃତ୍ୱରେ ଏକ ଷ୍ଟଲ୍‌ରେ ପ୍ରଦର୍ଶନ କରାଯାଇଥିଲା। ଉକ୍ତ ଚାଷୀଙ୍କୁ କୃଷି କିମ୍ବା ହର୍ଟିକଲଚର ବିଭାଗ ପକ୍ଷରୁ ଯଦିଓ ଆବଶ୍ୟକତା ଅନୁସାରେ କୃଷି ସାମଗ୍ରୀ, ବିହନ, ସାର ଯୋଗାଇଦେଲେ ଜଣେ ଦକ୍ଷଚାଷୀ ଭାବେ ବିଭିନ୍ନ ଚାଷ କରି ଉପକୃତ ହୋଇପାରନ୍ତେ। ଏନେଇ ଗୁଣ ନାଏକଙ୍କୁ ପଚାରିବାରୁ ସେ କହିଛନ୍ତି, କୃଷି ବିଭାଗ କିମ୍ବା ହର୍ଟିକଲଚର ବିଭାଗ ପକ୍ଷରୁ ଆବ୍ୟକତାଗୁଡ଼ିକ ଅନୁସାରେ ସାମଗ୍ରୀ ଯୋଗାଇଦେଲେ ମୁଁ ଜିଲାରେ ଶ୍ରେଷ୍ଠ ଚାଷୀ ହୋଇପାରିବି। ଏନେଇ ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର ସିଂଙ୍କୁ ପଚାରିବାରୁ ଏ ଭଳି ଚାଷୀଙ୍କୁ ଆମ ବିଭାଗ ପକ୍ଷରୁ ଆବଶ୍ୟକ ସାମଗ୍ରୀ ସବସିଡି ଆକାରେ ଯୋଗାଇବା ପାଇ ଚେଷ୍ଟା କରିବୁ ବୋଲି ପ୍ରକାଶ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri