ଏଲନ ମସ୍କଙ୍କ ଜୀବନ ପ୍ରତି ବିପଦ! ଆଶଙ୍କା ପ୍ରକଟ କଲେ ମାଆ ମୟେ ମସ୍କ

ୱାଶିଂଟନ,୧୯ ।୧୨: ଟୁଇଟର ସିଇଓ ଏଲନ ମସ୍କଙ୍କ ଜୀବନ ପ୍ରତି ବିପଦ ରହିଛି କି । ଯଦି ତାଙ୍କ ମାଆ ମେୟ ମସ୍କଙ୍କୁ ବିଶ୍ୱାସ କରାଯାଏ ତେବେ ଏହା ସତ । ମେୟ ମସ୍କ ବିଶ୍ୱର ଦ୍ୱୀତିୟ ଧନି ବ୍ୟକ୍ତି ଏଲନ ମସ୍କଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା ପ୍ରକାଶ କରିଛନ୍ତି ।
ଦୁଇଦିନ ପୂର୍ବରୁ ଯେତେବେଳେ ଏଲନ ମସ୍କ ତାଙ୍କୁ ପିଛା କରୁଥିବା ବିଷୟରେ କଥାବାର୍ତ୍ତା ହେଉଥିଲେ ସେତେବେଳେ ତାଙ୍କ ମାଆ ଡରିଯିବା ସହ ପୁଅ ଏଲନ ମସ୍କଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରିଛନ୍ତି । ମାଆଙ୍କ ଆଶଙ୍କାକୁ ନେଇ ମସ୍କ କହିଛନ୍ତି, ସେ ଠିକ ଅଛନ୍ତି ।

ସୂଚନାଯୋଗ୍ୟ, ମେୟ ମସ୍କଙ୍କ ଏହି ଆଶଙ୍କା ଆମେରିକାର ଡେମୋକ୍ରାଟିକ ପାର୍ଟି ନେତା ଲୌରି ଏଲ୍ଡରଙ୍କ ଟୁଇଟ ପରେ ପ୍ରକାଶ ପାଇଛି । ଏଲ୍ଡର ଟୁଇଟ କରି କହିଥିଲେ, ଯଦି ଆଡଲଫ୍ ହିଟଲର, ମାଓ ସେ ତୁଙ୍ଗ ଏବଂ ଏଲନ ମସ୍କ ରାସ୍ତାରେ ଯାଉଥିବେ ଓ ଆପଣ ଦୁଇଟି ଗୁଳି ଭର୍ତ୍ତି ବନ୍ଧୁକକୁ ଜଣେ ଆମେରୀକିୟ ବାମପନ୍ଥିଙ୍କୁ ଦେବେ ତେବେ ସେ ଉଭୟ ଗୁଳିରେ ଏଲନ ମସ୍କଙ୍କୁ ମାରିବେ । ଏଲ୍ଡରଙ୍କ ଉପରେ କ୍ରୋଧ ପ୍ରକାଶ କରି ମେୟ ମସ୍କ କହିଛନ୍ତି, କେତେ ଘୃଣ୍ୟ ଓ ଧମକପୂର୍ଣ୍ଣ ଟୁଇଟ । ମୁଁ ଅନୁମାନ କରୁଛି ତୁମର ପିଲା କିମ୍ବା ପରିବାର ନାହାନ୍ତି, କାରଣ ଯଦି ସେମାନେ ଥାଆନ୍ତେ ତେବେ ସେମାନଙ୍କ ମୁଣ୍ଡ ଲଜ୍ୟାରେ ନଇଁ ଯାଇଥାଆନ୍ତା । ଏଲ୍ଡର ଆମେରିକାର ଡେମୋକ୍ରାଟିକ ପାର୍ଟି ସହ ଜଡିତ । ସେ ଗାଲିଫର୍ନିଆରୁ ଗଭର୍ନର ପଦ ପାଇଁ ନିର୍ବାଚନ ଲଢି ସାରିଛନ୍ତି ।

Share