ଏଲନ ମସ୍କଙ୍କ ଜୀବନ ପ୍ରତି ବିପଦ! ଆଶଙ୍କା ପ୍ରକଟ କଲେ ମାଆ ମୟେ ମସ୍କ

ୱାଶିଂଟନ,୧୯ ।୧୨: ଟୁଇଟର ସିଇଓ ଏଲନ ମସ୍କଙ୍କ ଜୀବନ ପ୍ରତି ବିପଦ ରହିଛି କି । ଯଦି ତାଙ୍କ ମାଆ ମେୟ ମସ୍କଙ୍କୁ ବିଶ୍ୱାସ କରାଯାଏ ତେବେ ଏହା ସତ । ମେୟ ମସ୍କ ବିଶ୍ୱର ଦ୍ୱୀତିୟ ଧନି ବ୍ୟକ୍ତି ଏଲନ ମସ୍କଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା ପ୍ରକାଶ କରିଛନ୍ତି ।
ଦୁଇଦିନ ପୂର୍ବରୁ ଯେତେବେଳେ ଏଲନ ମସ୍କ ତାଙ୍କୁ ପିଛା କରୁଥିବା ବିଷୟରେ କଥାବାର୍ତ୍ତା ହେଉଥିଲେ ସେତେବେଳେ ତାଙ୍କ ମାଆ ଡରିଯିବା ସହ ପୁଅ ଏଲନ ମସ୍କଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରିଛନ୍ତି । ମାଆଙ୍କ ଆଶଙ୍କାକୁ ନେଇ ମସ୍କ କହିଛନ୍ତି, ସେ ଠିକ ଅଛନ୍ତି ।

ସୂଚନାଯୋଗ୍ୟ, ମେୟ ମସ୍କଙ୍କ ଏହି ଆଶଙ୍କା ଆମେରିକାର ଡେମୋକ୍ରାଟିକ ପାର୍ଟି ନେତା ଲୌରି ଏଲ୍ଡରଙ୍କ ଟୁଇଟ ପରେ ପ୍ରକାଶ ପାଇଛି । ଏଲ୍ଡର ଟୁଇଟ କରି କହିଥିଲେ, ଯଦି ଆଡଲଫ୍ ହିଟଲର, ମାଓ ସେ ତୁଙ୍ଗ ଏବଂ ଏଲନ ମସ୍କ ରାସ୍ତାରେ ଯାଉଥିବେ ଓ ଆପଣ ଦୁଇଟି ଗୁଳି ଭର୍ତ୍ତି ବନ୍ଧୁକକୁ ଜଣେ ଆମେରୀକିୟ ବାମପନ୍ଥିଙ୍କୁ ଦେବେ ତେବେ ସେ ଉଭୟ ଗୁଳିରେ ଏଲନ ମସ୍କଙ୍କୁ ମାରିବେ । ଏଲ୍ଡରଙ୍କ ଉପରେ କ୍ରୋଧ ପ୍ରକାଶ କରି ମେୟ ମସ୍କ କହିଛନ୍ତି, କେତେ ଘୃଣ୍ୟ ଓ ଧମକପୂର୍ଣ୍ଣ ଟୁଇଟ । ମୁଁ ଅନୁମାନ କରୁଛି ତୁମର ପିଲା କିମ୍ବା ପରିବାର ନାହାନ୍ତି, କାରଣ ଯଦି ସେମାନେ ଥାଆନ୍ତେ ତେବେ ସେମାନଙ୍କ ମୁଣ୍ଡ ଲଜ୍ୟାରେ ନଇଁ ଯାଇଥାଆନ୍ତା । ଏଲ୍ଡର ଆମେରିକାର ଡେମୋକ୍ରାଟିକ ପାର୍ଟି ସହ ଜଡିତ । ସେ ଗାଲିଫର୍ନିଆରୁ ଗଭର୍ନର ପଦ ପାଇଁ ନିର୍ବାଚନ ଲଢି ସାରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ବନ୍ୟା: ୮ଜଣଙ୍କ ମୃତ୍ୟୁ, ୮ ନିଖୋଜ

କୋଚି,୨।୮: କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି। ଏପରକି ୮ଜଣ ନିଖୋଜ ଥିବା ବେଳେ ୧୩ ଆହତ…

ଗାଧୋଇବାକୁ ଯାଇ ଫେରିଲେନି ଅବସରପ୍ରାପ୍ତ ଗ୍ରାମରକ୍ଷୀ, ଘଟିଲା…

ବରଗଡ଼,୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁର ଅବସରପ୍ରାପ୍ତ ଗ୍ରାମରକ୍ଷୀ ବିରାଟ ବାଗ(୬୫)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା…

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

CJPର ବିକ୍ଷୋଭ; ଜନ୍ତରମନ୍ତରରେ ବାଧା ପାଇଁ ଚାଲିଥିଲା ଆତଙ୍କବାଦୀ ଯୋଜନା, ହମିମ୍‌ ମଣ୍ଡଳଙ୍କ ବାନ୍ଧବୀ ଅର୍ପିତା ସର୍କାର ଗିରଫ

କୋଲକାତା,୨।୮: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏକ ସନ୍ଦିଗ୍ଧ ମାମଲାରେ ବଡ଼ ଖୁଲାସା କରିଛି । STFର ଆଇଜି ଗୌରବ…

ଚିପ୍ସ ପ୍ୟାକେଟ୍‌ରେ ଥିବା ଖେଳନା ବଲ୍‌ ଗିଳି ଦେଲେ ଶିଶୁ, ଆଉ ତା’ପରେ…

ବେଙ୍ଗାଲୁରୁ,୨ା୮: କର୍ନାଟକର ମହୀଶୂର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷର ଜଣେ ବାଳକ କୁର୍‌କୁରେ ପ୍ୟାକେଟ୍‌ରେ ଥିବା ଛୋଟ ଖେଳନା ବଲ୍‌କୁ ଗିଳିଦେବାରୁ…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

ବ୍ଲାକମେଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା, ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

ପୁରୁଷୋତ୍ତମପୁର,୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଗଡ଼ସାହିରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ବ୍ଲାକମେଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri