ବିପଦ ପାଲଟିଛି ଗୁମାଡ଼ି ନଦୀ, ରାସ୍ତା ସମ୍ପ୍ରସାରଣ ଦାବି

ଦାରିଙ୍ଗବାଡ଼ି,୮ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରୁ ବୁଡ଼ାଗୁଡ଼ାକୁ ସଂଯୋଗ କରୁଥିବା ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀରେ ଅସ୍ଥାୟୀ ପୋଲ ଧୋଇ ହୋଇଯିବା ପରେ ବିକଳ୍ପ ରାସ୍ତା ଭାବେ ତିଲୋରୀଠାରୁ ଲକଟି ଗ୍ରାମ ଦେଇଯାଇଥିବା ୫୯ ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାକୁ ପକ୍କା ରାସ୍ତା କରାଯିବା ପାଇଁ ଅଞ୍ଚଳବାସୀ ପକ୍ଷରୁ ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ଏକ ଦାବିପତ୍ର ଗ୍ରାମବାସୀଙ୍କ ପକ୍ଷରୁ ଦିଆଯାଇଛି। ପ୍ରାୟ ୫ କିମି ରାସ୍ତାକୁ ମରାମତି କିମ୍ବା ନୂତନ ଭାବେ ସମ୍ପ୍ରସାରଣ କାର୍ଯ୍ୟ କରାଗଲେ ମୁଖ୍ୟ ରାସ୍ତାରେ କୌଣସି ସମସ୍ୟା ହେଲେ ବିକଳ୍ପ ରାସ୍ତାରେ ଯାତାୟାତ ହୋଇପାରିବ ବୋଲି କୁହାଯାଇଛି। ସେହିପରି ତିଲୋରୀଠାରୁ ଉକ୍ତ ରାସ୍ତାରେ ବାଲିଗୁଡା ଏବଂ ଫୁଲବାଣୀକୁ ମଧ୍ୟ ଯାତାୟାତରେ ପାଖ ବାଟ ପଡ଼ିବ ବୋଲି କୁହାଯାଇଛି।

ପ୍ରକାଶ ଯେ, ତିଲୋରୀ ଗୁମାଡ଼ି ନଦୀ ଉପରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି। ସେଥିପାଇଁ ଏକ ଅସ୍ଥାୟୀ ପୋଲ କରାଯାଇଛି। ତେବେ ଚଳିତବର୍ଷ ଲଗାଣ ବର୍ଷା ଯୋଗୁ ନୂତନ ପୋଲ ନିର୍ମାଣ କାର୍ଯ୍ୟ ସରିପାରୁ ନ ଥିବାବେଳେ ଅସ୍ଥାୟୀ ପୋଲ ବର୍ଷା କାରଣରୁ ବାରମ୍ବାର ଧୋଇ ହୋଇଯାଉଛି। ଫଳରେ ସିମନବାଡ଼ିଠାରୁ ବୁଡ଼ାଗୁଡ଼ା ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏବେ ଅଞ୍ଚଳବାସୀ ଗୁମାଡ଼ି ନଦୀରେ ବିରାଟ ଗଣ୍ଡି ପକାଯାଇ ତାହାରି ଉପରେ ଯାତାୟାତ କରୁଥିବା ଜଣାପଡ଼ିଛି।

Dharitri – Odisha’s Leading and Most Trusted Odia Newspaper

Enter your email to get our daily news in your inbox.

All Right Reserved By Dharitri.Com

ଆରସିବିକୁ ବଡ଼ ଝଟ୍‌କା: ସ୍ୱଦେଶ ଫେରିଲେ ଫିଲ୍‌ ସଲ୍ଟ

ନୂଆଦିଲ୍ଲୀ,୪ା୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଓପନର ଇଂଲଣ୍ଡର ଫିଲ୍‌ ସଲ୍ଟ ସ୍ୱଦେଶ ଫେରିଛନ୍ତି। ଗତ ମାସରେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ତାଙ୍କର କ୍ଷତର ଗଭୀରତା…

ହାଟ ମଝିରେ ଉପୁଡିଲା ଗଛ : ତଳେ ଚାପି ହୋଇ ୨ ମହିଳା ମୃତ, ୩ ଗୁରୁତର

ନନ୍ଦପୁର/ପାଡୁଆ,୪।୫(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୀମାକୁ ଲାଗି ରହିଥିବା ଆନ୍ଧ୍ର ପେଦାବାଇଲି ସୋମବାର ହାଟରେ କାଳବୈଶାଖୀ ତାଣ୍ଡବ ରଚିଛି। ଅପରାହ୍ନରେ ହାଟରେ ଗହଳି…

ପଶ୍ଚିମବଙ୍ଗରେ ଦିଦି ସରକାରର ପତନ! ହାର୍‌ ମାନିଲେ ମମତାଙ୍କ ପୁତୁରା, କହିଲେ…

କୋଲକାତା,୪।୫: ୪ମେ’ ରେ ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଟିଏମସିର ୧୫ ବର୍ଷର ଶାସନର ଅନ୍ତ ଘଟାଇଛି। ଭାଜପା ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି। ଏହାର…

ଜୟ ଶ୍ରୀରାମ ନାରାରେ କମ୍ପିଲା: ଭଞ୍ଜନଗରରେ ଭାଜପାର ବିଜୟ ଉତ୍ସବ

ଭଞ୍ଜନଗର,୪।୫(ବାବୁଲା ପ୍ରଧାନ): ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ଫଳାଫଳ ପ୍ରାୟ ଆସିଯାଇଛି। ଏଥିରେ ପ୍ରଥମଥର ପାଇଁ ଭାଜପା ପଶ୍ଚିମବଙ୍ଗରେ କ୍ଷମତା ଦଖଲ…

ହଠାତ୍‌ ଗଣତି କେନ୍ଦ୍ର ଭିତରେ ପଶିଲେ ମମତା: ଭବାନୀପୁରରେ ହାଇଭୋଲଟେଜ୍‌ ଡ୍ରାମା

କୋଲକାତା,୪।୫: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ବଡ଼ ବିବାଦ ଦେଖାଦେଇଛି। ଭାରତୀୟ ନିର୍ବାଚନ କମିଶନ (ECI) ଏହି ନିର୍ବାଚନମଣ୍ଡଳୀର ଗଣନା ଫଳାଫଳକୁ ବହୁତ ସମୟ ପାଇଁ…

ସ୍ବାସ୍ଥ୍ୟ ବିଭାଗ ଅମଲା କ୍ୟାଡରଙ୍କ ପ୍ରତି ପ୍ରଶାସନିକ ଅବହେଳା: ନୂଆ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ପାଇଁ ଦାବି କଲେ…

ଦିଗପହଣ୍ଡି,୪।୫(ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଏହାର ପରିଚାଳନା ଭାର ସମ୍ଭାଳୁଥିବା ସ୍ବାସ୍ଥ୍ୟ ବିଭାଗ ଅମଲା…

ଭାଜପା ଜିତିବା ପଛରେ ବିହାରର ଏହି ସାଇଲେଣ୍ଚ ନେତା, ପ୍ରଥମ ହିମାଚଳ ଏବଂ ବଙ୍ଗଳାରେ ବିଜୟ….

କୋଲକାତା,୪।୫:  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଭାଜପାର ଏହି ବିସ୍ମୟକର ବିଜୟ ପଛରେ ଅନେକ ନାୟକ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଅନେକ ରାଲିକୁ ସମ୍ବୋଧିତ…

ଜୋରହାଟ ଆସନରୁ ହାରିଲେ ଗୌରବ ଗୋଗୋଇ, ଭାଜପା ମାରିଲା ବାଜି

ଜୋରହାଟ(ଆସାମ): ଆସାମର ଜୋରହାଟ ଆସନରେ କଂଗ୍ରେସ ନେତା ଗୌରବ ଗୋଗୋଇ ପରାଜିତ ହୋଇଛନ୍ତି। ଭାଜପା ପ୍ରାର୍ଥୀ ହିତେନ୍ଦ୍ର ନାଥ ଗୋସ୍ୱାମୀ ୨୧,୦୦୦ ଭୋଟ ବ୍ୟବଧରାନରେ କଂଗ୍ରେସ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri