ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା ୟୁଟ୍ୟୁବର ବର୍ଷା ସାହୁ ମୁହଁ ଖୋଛନ୍ତି। ସେ କହିଛନ୍ତି, ବିବାହ ପରେ ଇଛି ଦିନ ଭଲରେ ଚାଲିଥିଲା। କିନ୍ତୁ ତାଙ୍କ ପରକୀୟା ପ୍ରୀତି ଯୋଗୁ ଧୀରେ ଧୀରେ ଆମ ସମ୍ପର୍କ ଖରାପ ହୋଇଥିଲା। ଗୁଲୁଆ ମୋତେ ବାଡ଼େଇକି ଘରୁ ବାହାର କରିଦେଇଥିଲେ। ମୋ ପାଖରେ ମେଡିକାଲ ରିପୋର୍ଟ ଅଛି। ତାଙ୍କ ଫ୍ୟାମିଲି ମୋତେ ଟଚର୍ର୍ କରିଛନ୍ତି। ମୁଁ ବର୍ଷେ ହେଲା ଚୁପ୍ ଥିଲି। ମୁଁ ତାଙ୍କ ସ୍ତ୍ରୀ ମୋତେ ପଚାରୁନାହାନ୍ତି। ଅନ୍ୟ ଝିଅଙ୍କ ସହ ବହୁତ ଜାଗାରେ ସମୟ ବିତାଉଛନ୍ତି। ମନାଲିରେ ମଧ୍ୟ ଝିଅଙ୍କୁ ନେଇ ସମୟ ବିତାଉଥିଲେ। ଗୁଲୁଆ ଯେତେ ଝିଅଙ୍କ ସହ ସଂପର୍କରେ ଅଛନ୍ତି ସମସ୍ତଙ୍କ ଭିଡିଓ ମୋ ପାଖରେ ଅଛି। ତାଙ୍କ ସବୁ କଳାଚିଠା ମୋ ହାତରେ। ମୁଁ ଏସବୁ କୋର୍ଟରେ ଉପସ୍ଥାପନ କରିବି।
ସୂଚନାଯୋଗ୍ୟ, କମେଡିଆନ ଗୁଲୁଆଙ୍କ ଗୁରୁବାର ସକାଳେ ଚାଞ୍ଚଲ୍ୟକର ଅଭିଯୋଗ। ଜୀବନ ପ୍ରତି ବିପଦ ଥିବା କହିଥିଲେ ଗୁଲୁଆ। ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସହାୟତା ମାଗିଥିଲେ। ସେଥିରେ କାହାରି ନାଁ ନନେଇ ଭାବବିହ୍ବଳ ହୋଇ କହିଥିଲେ, ତାଙ୍କୁ ହତ୍ୟା ଧମକ ଦେବା ସହ ୫୦ ଲକ୍ଷ ଟଙ୍କା ମଗାଯାଉଥିବା ଅଭିଯୋଗ କରିଥିଲେ। ଗଲା କିଛି ଦିନ ଧରି ତାଙ୍କୁ ହତ୍ୟା ଧମକ ଦିଆଯାଉଥିବାରୁ ସେ ମାନସିକ ଚାପରେ ରହିଛନ୍ତି। ଏନେଇ ପ୍ରଶାସନ ଓ ପୋଲିସକୁ ସହାୟତା ପାଇଁ ନିବେଦନ କରିଛନ୍ତି।
Dharitri – Odisha’s No.1 Odia Daily


