ଗୁଜରାଟୀ ଷ୍ଟାଇଲ୍‌

Dillip Cherian

ପ୍ରତିରକ୍ଷା ଉତ୍ପାଦନ ସଚିବ ରାଜ କୁମାର ସମୟ ପୂର୍ବରୁ ତାଙ୍କ ମୂଳ ଗୁଜରାଟ କ୍ୟାଡର୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲଙ୍କ ଅନୁରୋଧ କ୍ରମେ ଏହା କରାଯାଇଥିବା ଜଣାପଡ଼ିଛି। କିନ୍ତୁ ଗୁଞ୍ଜରଣ ଉଠୁଛି, ୧୯୮୭ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀଙ୍କୁ ସମ୍ଭବତଃ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ପୁଣି ରାଜ୍ୟକୁ ଡକାଯାଇଛି। ଆସନ୍ତା ବର୍ଷ ଶେଷ ଆଡ଼କୁ ବିଧାନସଭା ନିର୍ବାଚନ ହେବାକୁ ଥିବା ଗୁଜରାଟର ସେ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। ବର୍ତ୍ତମାନ ୧୯୮୬ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ପଙ୍କଜ କୁମାର ଗୁଜରାଟର ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବରରେ ଅନିଲ ମୁକିମ୍‌ ଅବସର ନେବା ପରେ ତାଙ୍କ ସ୍ଥାନରେ ପଙ୍କଜଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହା ସ୍ପଷ୍ଟ ଯେ, ନିର୍ବାଚନ ପୂର୍ବରୁ ରାଜ୍ୟ ପ୍ରଶାସନକୁ ଆୟତ୍ତ କରିବାରେ କୁମାରଙ୍କ ନିକଟରେ ପର୍ଯ୍ୟାପ୍ତ ସମୟ ରହିବ। ୨୦୨୫ ପର୍ଯ୍ୟନ୍ତ କୁମାର ଚାକିରିରେ ରହିବେ । ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ କିମ୍ବା ୨୦୨୪ ଲୋକ ସଭା ନିର୍ବାଚନ ଯାଏ ଯଦି ତାଙ୍କୁ ରାଜ୍ୟର ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଏ, ତା’ ପରେ ବି ସଚିବ ଭାବେ କେନ୍ଦ୍ରକୁ ଫେରିବା ଲାଗି ତାଙ୍କ ପାଖରେ ସମୟ ରହିବ। ଗୁଜରାଟୀ ଷ୍ଟାଇଲକୁ ଯଦି ଲକ୍ଷ୍ୟ କରାଯାଏ,ତେବେ ଧରିନେବାକୁ ହେବ ଯେ, କୁମାରଙ୍କ ପାଇଁ ଏକ ଦୀର୍ଘମିଆଦୀ ଯୋଜନା ରହିଛି!
ଗଛକଟା ରାଜନୀତି
କେରଳ ସରକାର ଭାରତୀୟ ବନ ସେବା( ଆଇଏଫ୍‌ଏସ୍‌) ଅଧିକାରୀ ତଥା ମୁଖ୍ୟ ବନ୍ୟଜୀବ ପ୍ରବନ୍ଧକ ବେନିଚେନ୍‌ ଥୋମାସ୍‌ଙ୍କୁ ନିଲମ୍ବିତ କରିଛନ୍ତି। ମୁଲ୍ଲାପେରିୟାର ଡ୍ୟାମ୍‌ ଆଖପାଖ ଅଞ୍ଚଳରୁ ୧୫ଟି ଗଛ କାଟିବା ପାଇଁ ତାମିଲନାଡୁକୁ ଅନୁମତି ଦେବା ଘଟଣାକୁ କେନ୍ଦ୍ର କରି ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ପିନାରାୟୀ ବିଜୟନ୍‌ ସରକାରଙ୍କ ଆଇନଗତ ସ୍ଥିତି ବିରୋଧରେ ଥୋମାସ କାର୍ଯ୍ୟ କରିଥିବା କୁହାଯାଉଛି। ସୂତ୍ରରୁ ଜଣାପଡ଼ିଛି, ବୃହତ୍‌ ମୁଲ୍ଲାପେରିୟାର ଡ୍ୟାମ୍‌ର ଜଳପତନ ବୃଦ୍ଧି କରିବା ପୂର୍ବରୁ ଛୋଟ ଡ୍ୟାମ୍‌କୁ ମଜଭୁତ କରିବା ଲକ୍ଷ୍ୟରେ ଗଛ କାଟିବା ପାଇଁ ତାମିଲନାଡୁ ସରକାର ବାରମ୍ବାର କେରଳ ସରକାରଙ୍କୁ ଅନୁରୋଧ କରିଆସିଛନ୍ତି। ହେଲେ ଏହି ଅନୁରୋଧକୁ ଲଗାତର ନାକଚ କରାଯାଉଥିଲା। ଯଦିଓ କେରଳ ସରକାରଙ୍କ ଦୃଷ୍ଟିକୋଣରେ ଏବେ କିଛି ବି ପରିବର୍ତ୍ତନ ହୋଇନାହିଁ, ତଥାପି ଏଥର ତାମିଲନାଡୁର ଅନୁରୋଧ ଗ୍ରହଣ କରାଯାଇଛି। ଏହା ୧୨୫ ବର୍ଷର ଡ୍ୟାମ୍‌କୁ ମରାମତି କରିବା ବଦଳରେ ଏକ ନୂଆ ଡ୍ୟାମ ନିର୍ମାଣ କରିବାକୁ ଚାହଁୁଛି। ଜଣାପଡ଼ିଛି, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଟି.କେ. ଜୋସେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇ ଗଛ କାଟିବା ଲାଗି ତାମିଲନାଡୁକୁ ଅନୁମତି ପ୍ରଦାନ କରାଯାଇଥିବା ଚିଠିର ଏକ ନକଲ ଥୋମାସଙ୍କୁ ଦିଆଯାଇଥିଲା। ବର୍ତ୍ତମାନ ମନ୍ତ୍ରୀ ଓ ଉଚ୍ଚ ପଦାଧିକାରୀମାନେ ଥୋମାସ୍‌ଙ୍କ ଅର୍ଡର ସମ୍ପର୍କରେ ଜାଣି ନ ଥିବା ବାହାନା କରୁଥିବାବେଳେ, ବହୁ ବରିଷ୍ଠ ଅଧିକାରୀ ଏବଂ ବନ ବିଭାଗ ଅଧିକାରୀମାନେ ଥୋମାସ୍‌ ଜାରି କରିଥିବା ଅର୍ଡର ସମ୍ପର୍କରେ ଜାଣିଥିଲେ ବୋଲି ଯଥେଷ୍ଠ ସୂଚନା ରହିଛି। ପ୍ରଶ୍ନ ହେଉଛି, ସମ୍ପୃକ୍ତ ମନ୍ତ୍ରୀ ଏବଂ ରାଜ୍ୟ କ୍ୟାବିନେଟ୍‌ର ବରିଷ୍ଟ ସଦସ୍ୟମାନଙ୍କ ସହମତି ବା ସ୍ବୀକୃତି ବିନା କେବଳ ଜଣେ ଅଧିକାରୀ କିଭଳି ଏକ ସରକାରୀ ଅର୍ଡର ଜାରି କରିପାରିଲେ।
ଆକସ୍ମିକ ପ୍ରସ୍ଥାନ
ରେଲ୍‌ଓ୍ବେର କାର୍ଯ୍ୟଧାରା ସାଧାରଣତଃ ସୁରୁଖୁରୁରେ ଚାଲେ, କେତେବେଳେ କେମିତି ଟିକେ ବଚ୍ୟୁତି ହୋଇଥାଏ । ହେଲେ ଏହା ମଧ୍ୟରେ ହଠାତ୍‌ ଝଟକା ଦେବା ଭଳି ଘଟଣା ଦେଖିବାକୁ ମିଳେ ନାହିଁ। ଏଣୁ ଏବେ ରେଲ୍‌ଓ୍ବେ ବୋର୍ଡ ମେମ୍ବର (ଟ୍ରାକ୍‌ଶନ ଆଣ୍ଡ୍‌ ରୋଲିଂ ଷ୍ଟକ୍‌) ରାହୁଲ ଜୈନଙ୍କୁ ଅବସର ପର୍ଯ୍ୟନ୍ତ ଅଚାନକ ଛୁଟିରେ ପଠାଇଦେବା ଘଟଣାକୁ ନେଇ ରେଲ୍‌ଭବନରେ ଆଲୋଡ଼ନ ସୃଷ୍ଟି ହୋଇଛି। ସେ ଆଉ ୫ ମାସ ପରେ ଅବସର ନେଇଥାଆନ୍ତେ। ନିକଟରେ ସଚିବସ୍ତରୀୟ ଅଧିକାରୀ ଜୈନ କିଛି ଉତ୍ତେଜନାପୂର୍ଣ୍ଣ ଆଲୋଚନା ବା ବିବାଦରେ ଜଡ଼ିତ ଥିଲେ ଓ ତାହା ଗମ୍ଭୀର ହେବାରୁ ତାଙ୍କୁ ଅପ୍ରତ୍ୟାଶିତ ଭାବେ ଛାଡ଼ିଯିବାକୁ ପଡ଼ିଥିବା କଥା ଉଠିଛି। ଏଭଳି ଆକସ୍ମିକ ପ୍ରସ୍ଥାନରେ ଅଧିକ କିଛି ରହସ୍ୟ ଥିବା ଜଣାପଡ଼ୁଛି। ପୂୂର୍ବତନ ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସମୟରେ ଜୈନ ବୋର୍ଡର ସଦସ୍ୟ ଭାବେ ନିଯୁକ୍ତି ପାଇଥିଲେ ଓ ସେତେବେଳେ ତାଙ୍କ କାର୍ଯ୍ୟ ନିଷ୍ପାଦନ ରେକର୍ଡରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳି ନ ଥିଲା। ବର୍ତ୍ତମାନ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବତନ ମନ୍ତ୍ରୀଙ୍କ ଠାରୁ ଭିନ୍ନ ନୀତିର ପଥ ଆରମ୍ଭ କରିବାକୁ ଆଗ୍ରହୀ ଅଛନ୍ତି। ଜାଣିବାକୁ ମିଳୁଛି ଯେ, ପୂର୍ବରୁ ଆରମ୍ଭ କରାଯାଇଥିବା ଅନେକ ଯୋଜନାକୁ ଶୀତଳଭଣ୍ଡାରକୁ ଫିଙ୍ଗି ଦେଇ ବୋର୍ଡ ସ୍ତରରେ ନିଜ ଟିମ୍‌ ଗଢ଼ିବାରେ ଲାଗିିଛନ୍ତି, ଯାହା ସମ୍ଭବତଃ ଏଯାବତ୍‌ ଗଠନ କରାଯାଇନାହିଁ। ମନ୍ତ୍ରୀଙ୍କ ବିଚାରଧାରାର ବିରୋଧୀ ଭାବେ ଜୈନଙ୍କୁ ଦେଖାଯାଉଥିଲା ଓ ଜୈନଙ୍କ ଅପ୍ରତ୍ୟାଶିତ ପ୍ରସ୍ଥାନ ପଛରେ ଏହା ଏକ କାରଣ ହୋଇପାରେ। କିନ୍ତୁ ରୋଲ୍‌ଓ୍ବେ ବୋର୍ଡ ଚେୟାରମ୍ୟାନ୍‌ ଏବଂ ସିଇଓ ସୁନୀତ ଶର୍ମାଙ୍କ ସହ ଅନ୍ୟ ସଦସ୍ୟମାନେ ଏବେ ଚୁପ୍‌। ତେବେ ଏବେ ପ୍ରଶ୍ନ ଉଠୁଛି,ଜୈନଙ୍କ ସ୍ଥାନରେ ବୋର୍ଡରେ କିଏ ରହିବେ। ସମ୍ଭବତଃ ଏଥିପାଇଁ ଅନେକେ ରହିଛନ୍ତି, ହେଲେ ବୈଷ୍ଣବ ଏଯାବତ୍‌ ତାଙ୍କ କାର୍ଡ ପ୍ରକାଶ କରୁନାହାନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ...

ଶିକ୍ଷକ ହେବା କି ସହଜ କଥା

କେବଳ ପାଠ ପଢ଼େଇଦେଲେ ବା ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଦେଇଦେଲେ କେହି ପ୍ରକୃତ ଶିକ୍ଷକ ହୋଇଯାଏ ନାହିଁ। ଏଥି ପାଇଁ ଦରକାର ବିଶାଳ ହୃଦୟ, ଦରଦୀ...

ବିମାନବନ୍ଦର କାହା ସ୍ବାର୍ଥରେ

ଆମ ଉପକୂଳ ଅଞ୍ଚଳ ଏକ ବାତ୍ୟାପ୍ରବଣ ଅଞ୍ଚଳ ଭାବେ ବ୍ରିଟିଶ ଶାସନ ସମୟରୁ ଘୋଷଣା କରାଯାଇଛି। ଏହାର ନିରାକରଣ ନିମନ୍ତେ ୧୯୭୨ ମସିହାରୁ ସରକାରୀ ସ୍ତରରେ...

ବିଶେଷଜ୍ଞ ଲୋଡ଼ା

ଆମେ ପ୍ରାୟତଃ ଅଣଦେଖା କରୁଥିବା କଥାକୁ ଇଣ୍ଡିଗୋ ଘଟଣା ପୁଣି ଥରେ ମନେପକାଇ ଦେଇଛି। ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ଆଭିଏସନ ମାର୍କେଟ ମଧ୍ୟରେ ଭାରତ ଅନ୍ୟତମ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri