ଗୁଜରାଟୀ ଷ୍ଟାଇଲ୍‌

Dillip Cherian

ପ୍ରତିରକ୍ଷା ଉତ୍ପାଦନ ସଚିବ ରାଜ କୁମାର ସମୟ ପୂର୍ବରୁ ତାଙ୍କ ମୂଳ ଗୁଜରାଟ କ୍ୟାଡର୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲଙ୍କ ଅନୁରୋଧ କ୍ରମେ ଏହା କରାଯାଇଥିବା ଜଣାପଡ଼ିଛି। କିନ୍ତୁ ଗୁଞ୍ଜରଣ ଉଠୁଛି, ୧୯୮୭ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀଙ୍କୁ ସମ୍ଭବତଃ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ପୁଣି ରାଜ୍ୟକୁ ଡକାଯାଇଛି। ଆସନ୍ତା ବର୍ଷ ଶେଷ ଆଡ଼କୁ ବିଧାନସଭା ନିର୍ବାଚନ ହେବାକୁ ଥିବା ଗୁଜରାଟର ସେ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। ବର୍ତ୍ତମାନ ୧୯୮୬ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ପଙ୍କଜ କୁମାର ଗୁଜରାଟର ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବରରେ ଅନିଲ ମୁକିମ୍‌ ଅବସର ନେବା ପରେ ତାଙ୍କ ସ୍ଥାନରେ ପଙ୍କଜଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହା ସ୍ପଷ୍ଟ ଯେ, ନିର୍ବାଚନ ପୂର୍ବରୁ ରାଜ୍ୟ ପ୍ରଶାସନକୁ ଆୟତ୍ତ କରିବାରେ କୁମାରଙ୍କ ନିକଟରେ ପର୍ଯ୍ୟାପ୍ତ ସମୟ ରହିବ। ୨୦୨୫ ପର୍ଯ୍ୟନ୍ତ କୁମାର ଚାକିରିରେ ରହିବେ । ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ କିମ୍ବା ୨୦୨୪ ଲୋକ ସଭା ନିର୍ବାଚନ ଯାଏ ଯଦି ତାଙ୍କୁ ରାଜ୍ୟର ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଏ, ତା’ ପରେ ବି ସଚିବ ଭାବେ କେନ୍ଦ୍ରକୁ ଫେରିବା ଲାଗି ତାଙ୍କ ପାଖରେ ସମୟ ରହିବ। ଗୁଜରାଟୀ ଷ୍ଟାଇଲକୁ ଯଦି ଲକ୍ଷ୍ୟ କରାଯାଏ,ତେବେ ଧରିନେବାକୁ ହେବ ଯେ, କୁମାରଙ୍କ ପାଇଁ ଏକ ଦୀର୍ଘମିଆଦୀ ଯୋଜନା ରହିଛି!
ଗଛକଟା ରାଜନୀତି
କେରଳ ସରକାର ଭାରତୀୟ ବନ ସେବା( ଆଇଏଫ୍‌ଏସ୍‌) ଅଧିକାରୀ ତଥା ମୁଖ୍ୟ ବନ୍ୟଜୀବ ପ୍ରବନ୍ଧକ ବେନିଚେନ୍‌ ଥୋମାସ୍‌ଙ୍କୁ ନିଲମ୍ବିତ କରିଛନ୍ତି। ମୁଲ୍ଲାପେରିୟାର ଡ୍ୟାମ୍‌ ଆଖପାଖ ଅଞ୍ଚଳରୁ ୧୫ଟି ଗଛ କାଟିବା ପାଇଁ ତାମିଲନାଡୁକୁ ଅନୁମତି ଦେବା ଘଟଣାକୁ କେନ୍ଦ୍ର କରି ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ପିନାରାୟୀ ବିଜୟନ୍‌ ସରକାରଙ୍କ ଆଇନଗତ ସ୍ଥିତି ବିରୋଧରେ ଥୋମାସ କାର୍ଯ୍ୟ କରିଥିବା କୁହାଯାଉଛି। ସୂତ୍ରରୁ ଜଣାପଡ଼ିଛି, ବୃହତ୍‌ ମୁଲ୍ଲାପେରିୟାର ଡ୍ୟାମ୍‌ର ଜଳପତନ ବୃଦ୍ଧି କରିବା ପୂର୍ବରୁ ଛୋଟ ଡ୍ୟାମ୍‌କୁ ମଜଭୁତ କରିବା ଲକ୍ଷ୍ୟରେ ଗଛ କାଟିବା ପାଇଁ ତାମିଲନାଡୁ ସରକାର ବାରମ୍ବାର କେରଳ ସରକାରଙ୍କୁ ଅନୁରୋଧ କରିଆସିଛନ୍ତି। ହେଲେ ଏହି ଅନୁରୋଧକୁ ଲଗାତର ନାକଚ କରାଯାଉଥିଲା। ଯଦିଓ କେରଳ ସରକାରଙ୍କ ଦୃଷ୍ଟିକୋଣରେ ଏବେ କିଛି ବି ପରିବର୍ତ୍ତନ ହୋଇନାହିଁ, ତଥାପି ଏଥର ତାମିଲନାଡୁର ଅନୁରୋଧ ଗ୍ରହଣ କରାଯାଇଛି। ଏହା ୧୨୫ ବର୍ଷର ଡ୍ୟାମ୍‌କୁ ମରାମତି କରିବା ବଦଳରେ ଏକ ନୂଆ ଡ୍ୟାମ ନିର୍ମାଣ କରିବାକୁ ଚାହଁୁଛି। ଜଣାପଡ଼ିଛି, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଟି.କେ. ଜୋସେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇ ଗଛ କାଟିବା ଲାଗି ତାମିଲନାଡୁକୁ ଅନୁମତି ପ୍ରଦାନ କରାଯାଇଥିବା ଚିଠିର ଏକ ନକଲ ଥୋମାସଙ୍କୁ ଦିଆଯାଇଥିଲା। ବର୍ତ୍ତମାନ ମନ୍ତ୍ରୀ ଓ ଉଚ୍ଚ ପଦାଧିକାରୀମାନେ ଥୋମାସ୍‌ଙ୍କ ଅର୍ଡର ସମ୍ପର୍କରେ ଜାଣି ନ ଥିବା ବାହାନା କରୁଥିବାବେଳେ, ବହୁ ବରିଷ୍ଠ ଅଧିକାରୀ ଏବଂ ବନ ବିଭାଗ ଅଧିକାରୀମାନେ ଥୋମାସ୍‌ ଜାରି କରିଥିବା ଅର୍ଡର ସମ୍ପର୍କରେ ଜାଣିଥିଲେ ବୋଲି ଯଥେଷ୍ଠ ସୂଚନା ରହିଛି। ପ୍ରଶ୍ନ ହେଉଛି, ସମ୍ପୃକ୍ତ ମନ୍ତ୍ରୀ ଏବଂ ରାଜ୍ୟ କ୍ୟାବିନେଟ୍‌ର ବରିଷ୍ଟ ସଦସ୍ୟମାନଙ୍କ ସହମତି ବା ସ୍ବୀକୃତି ବିନା କେବଳ ଜଣେ ଅଧିକାରୀ କିଭଳି ଏକ ସରକାରୀ ଅର୍ଡର ଜାରି କରିପାରିଲେ।
ଆକସ୍ମିକ ପ୍ରସ୍ଥାନ
ରେଲ୍‌ଓ୍ବେର କାର୍ଯ୍ୟଧାରା ସାଧାରଣତଃ ସୁରୁଖୁରୁରେ ଚାଲେ, କେତେବେଳେ କେମିତି ଟିକେ ବଚ୍ୟୁତି ହୋଇଥାଏ । ହେଲେ ଏହା ମଧ୍ୟରେ ହଠାତ୍‌ ଝଟକା ଦେବା ଭଳି ଘଟଣା ଦେଖିବାକୁ ମିଳେ ନାହିଁ। ଏଣୁ ଏବେ ରେଲ୍‌ଓ୍ବେ ବୋର୍ଡ ମେମ୍ବର (ଟ୍ରାକ୍‌ଶନ ଆଣ୍ଡ୍‌ ରୋଲିଂ ଷ୍ଟକ୍‌) ରାହୁଲ ଜୈନଙ୍କୁ ଅବସର ପର୍ଯ୍ୟନ୍ତ ଅଚାନକ ଛୁଟିରେ ପଠାଇଦେବା ଘଟଣାକୁ ନେଇ ରେଲ୍‌ଭବନରେ ଆଲୋଡ଼ନ ସୃଷ୍ଟି ହୋଇଛି। ସେ ଆଉ ୫ ମାସ ପରେ ଅବସର ନେଇଥାଆନ୍ତେ। ନିକଟରେ ସଚିବସ୍ତରୀୟ ଅଧିକାରୀ ଜୈନ କିଛି ଉତ୍ତେଜନାପୂର୍ଣ୍ଣ ଆଲୋଚନା ବା ବିବାଦରେ ଜଡ଼ିତ ଥିଲେ ଓ ତାହା ଗମ୍ଭୀର ହେବାରୁ ତାଙ୍କୁ ଅପ୍ରତ୍ୟାଶିତ ଭାବେ ଛାଡ଼ିଯିବାକୁ ପଡ଼ିଥିବା କଥା ଉଠିଛି। ଏଭଳି ଆକସ୍ମିକ ପ୍ରସ୍ଥାନରେ ଅଧିକ କିଛି ରହସ୍ୟ ଥିବା ଜଣାପଡ଼ୁଛି। ପୂୂର୍ବତନ ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସମୟରେ ଜୈନ ବୋର୍ଡର ସଦସ୍ୟ ଭାବେ ନିଯୁକ୍ତି ପାଇଥିଲେ ଓ ସେତେବେଳେ ତାଙ୍କ କାର୍ଯ୍ୟ ନିଷ୍ପାଦନ ରେକର୍ଡରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳି ନ ଥିଲା। ବର୍ତ୍ତମାନ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବତନ ମନ୍ତ୍ରୀଙ୍କ ଠାରୁ ଭିନ୍ନ ନୀତିର ପଥ ଆରମ୍ଭ କରିବାକୁ ଆଗ୍ରହୀ ଅଛନ୍ତି। ଜାଣିବାକୁ ମିଳୁଛି ଯେ, ପୂର୍ବରୁ ଆରମ୍ଭ କରାଯାଇଥିବା ଅନେକ ଯୋଜନାକୁ ଶୀତଳଭଣ୍ଡାରକୁ ଫିଙ୍ଗି ଦେଇ ବୋର୍ଡ ସ୍ତରରେ ନିଜ ଟିମ୍‌ ଗଢ଼ିବାରେ ଲାଗିିଛନ୍ତି, ଯାହା ସମ୍ଭବତଃ ଏଯାବତ୍‌ ଗଠନ କରାଯାଇନାହିଁ। ମନ୍ତ୍ରୀଙ୍କ ବିଚାରଧାରାର ବିରୋଧୀ ଭାବେ ଜୈନଙ୍କୁ ଦେଖାଯାଉଥିଲା ଓ ଜୈନଙ୍କ ଅପ୍ରତ୍ୟାଶିତ ପ୍ରସ୍ଥାନ ପଛରେ ଏହା ଏକ କାରଣ ହୋଇପାରେ। କିନ୍ତୁ ରୋଲ୍‌ଓ୍ବେ ବୋର୍ଡ ଚେୟାରମ୍ୟାନ୍‌ ଏବଂ ସିଇଓ ସୁନୀତ ଶର୍ମାଙ୍କ ସହ ଅନ୍ୟ ସଦସ୍ୟମାନେ ଏବେ ଚୁପ୍‌। ତେବେ ଏବେ ପ୍ରଶ୍ନ ଉଠୁଛି,ଜୈନଙ୍କ ସ୍ଥାନରେ ବୋର୍ଡରେ କିଏ ରହିବେ। ସମ୍ଭବତଃ ଏଥିପାଇଁ ଅନେକେ ରହିଛନ୍ତି, ହେଲେ ବୈଷ୍ଣବ ଏଯାବତ୍‌ ତାଙ୍କ କାର୍ଡ ପ୍ରକାଶ କରୁନାହାନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri