Categories: ଜାତୀୟ

ପଡ଼ୋଶୀଙ୍କ ନାଁରେ କୁକୁର ପାଳିବାରୁ ମହିଳାଙ୍କୁ ନିଆଁ ଲଗାଇ ଦେଲେ

ଭାବନଗର(ଗୁଜରାଟ),୨୧।୧୨: ଏକ କୁକୁର ଛୁଆର ନାଁକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଜାଳି ଦେଇଛନ୍ତି ତାଙ୍କ ପଡ଼ୋଶୀ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ମଙ୍ଗଳବାର ପୋଲିସ ପକ୍ଷରୁ କୁହାଯାଇଛି। ପୀଡ଼ିତା ମହିଳା କୁକୁର ଛୁଆର ନାଁ ‘ସୋନୁ’ ରଖିଥିଲେ, ଯାହାକି ପଡ଼ୋଶୀଙ୍କ ସ୍ତ୍ରୀଙ୍କ ଡାକନାମ। ବର୍ତ୍ତମାନ ଭାବନଗରର ସରକାରୀ ହସ୍ପିଟାଲରେ ନୀତାବେନ ସର୍ଭଇୟା (୩୫)ଙ୍କ ଚିକିତ୍ସା ଚାଲିଛି।

ଘଟଣା ସମୟରେ ନୀତାବେନଙ୍କ ସ୍ବାମୀ ଓ ଦୁଇ ଛୁଆ ବାହାରକୁ ଯାଇଥିଲେ। ସୋମବାର ମଧ୍ୟାହ୍ନରେ ସେ ଘରେ ସାନ ପୁଅ ସହ ଥିବା ବେଳେ ପଡ଼ୋଶୀ ସର୍ଭାଇୟା ଭାରଓ୍ବାଦଙ୍କ ସହ ଅନ୍ୟ ୫ ଜଣ ଘରେ ପସି ଆସିଥିଲେ। ସେ ଜାଣିଶୁଣି କୁକୁର ଛୁଆର ନାଁ ସୋନୁ ରଖିଥିବା ସେମାନେ ଅଭିଯୋଗ କରିବା ସହ ଏହାକୁ ବିରୋଧ କରିଥିଲେ ବୋଲି ଏଫ୍‌ଆଇଆରରେ ଉଲ୍ଲେଖ ରହିଛି।

ଭାରଓ୍ବାଦ ଘରେ ପସି ଗାଳି ଗୁଲଜ କରିଥିଲେ। କିନ୍ତୁ ସେମାନଙ୍କ କଥା ନ ଶୁଣି ମୁ ରୋଷେଇ ଘରକୁ ପଳାଇଥିଲି। ହେଲେ ୩ ଜଣ ମୋ ପଛେ ରୋଷେଇ ଘରକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମୋ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଚିତ୍କାର ଶୁଣି ତାଙ୍କୁ ପଡ଼ୋଶୀ ଉଦ୍ଧାର କରିଥିଲେ ବୋଲି ପୀଡ଼ିତା ସର୍ଭାଇୟା ତାଙ୍କ ବୟାନରେ ପୋଲିସକୁ କହିଛନ୍ତି।

Share