ଗୁଜରାଟର ରୋମାଞ୍ଚକ ବିଜୟ

ମୁମ୍ବାଇ,୨୭।୪: ଆଇପିଏଲ୍‌ରେ ୨୦୨୨ରେ ୪୦ତମ ମ୍ଯାଚରେ ଗୁଜରାଟ ଟାଇଟାନ୍ସ ଏକ ରୋମାଞ୍ଚକ ମୁକାବିଲାରେ ୪ ଉଇକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ୧୯୬ର ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଭଲ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ପକ୍ଷରୁ ରିଦ୍ଧିମାନ୍ ସାହା ୩୮ ବଲରୁ ୬୮ ରନ୍ ର ପାଳି ଖେଳିଥିଲେ। ସନରାଇଜର୍ସ ଯୁବ ଫାଷ୍ଟ ବୋଲର ଉମରାନ ମଲିକ ଚମତ୍କାର ବୋଲିଂ କରି ମାତ୍ର ୨୫ ରନ୍ ଦେଇ ୫ ଉଇକେଟ୍ ନେଇଥିଲେ। ଉମରାନ୍ ଗୁଜରାଟର ସମସ୍ତ ୫ ଉଇକେଟ୍ ନେଇଥିଲେ। କିନ୍ତୁ ଶେଷ ୨ ଓଭରରେ ରାହୁଲ ତେୱତିଆ ଏବଂ ରସିଦ ଖାନ ମିଳିତ ଭାବେ ବାଜି ଓଲଟାଇ ଦେଇଥିଲେ । ଶେଷ ଓଭରରେ ୪ଟି ଛକା ମାରି ହାଇଦ୍ରାବାଦର ମୁହଁରୁ ବିଜୟ ଛଡ଼ାଇ ନେଇଥିଲେ। ଶେଷ ୪ଟି ବଲରେ ରସିଦ ୩ଟି ଛକା ମାରିଥିଲେ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଥିବା ହାଇଦ୍ରାବାଦ ଦଳ ୨୦ ଓଭରରେ ୬ ଉଇକେଟ ହରାଇ ୧୯୫ ରନ ସଂଗ୍ରହ କରିଥିଲା। ଅଭିଷେକ ଶର୍ମା ୪୨ଟି ବଲ୍‌ରୁ ୬୫ ରନ୍‌, ଏଡେନ୍‌ ମାର୍କରମ୍‌ ୪୦ ବଲ୍‌ରୁ ୫୬ ରନ୍‌ର ପାଳି ଖେଳିଥିଲେ। ସେହିପରି ଆଇପିଏଲ ୨୦୨୨ରେ ନିଜର ପ୍ରଥମ ମ୍ୟାଚ ଖେଳୁଥିବା ଶଶାଙ୍କ ସିଂ ୨୦ ତମ ଓଭରରେ ଲକି ଫର୍ଗୁସନଙ୍କ ଶେଷ ତିନୋଟି ବଲରେ ତିନୋଟି ଛକା ମାରିଥିଲେ। ଏହା ବ୍ୟତୀତ ମାର୍କୋ ୟାନସେନ ମଧ୍ୟ ଗୋଟିଏ ଛକା ମାରିଥିଲେ। ଫର୍ଗୁସନ ଶେଷ ଓଭରରେ ମୋଟ ୨୫ ରନ ଦେଇଥିଲେ। ଶଶାଙ୍କ ୬ଟି ବଲରୁ ୨୫ ରନ୍‌ ଏବଂ ମାର୍କୋ ୟାନସେନ ପାଞ୍ଚଟି ବଲରୁ ୮ରେ ଅପରାଜିତ ରହିଥିଲେ। ଶେଷ ଓଭରରେ ହାଇଦ୍ରାବାଦ ଚାରି ଉଇକେଟ ହରାଇ ୫୫ ରନ ସଂଗ୍ରହ କରିଥିଲା।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟିକତ୍ୱରେ ଗୁଜରାଟ ଭଲ ପ୍ରଦର୍ଶନ କରିଛି। ଦଳ ଏପର୍ଯ୍ୟନ୍ତ ୮ଟି ମ୍ୟାଚରୁ ମାତ୍ର ଗୋଟିଏ ମ୍ୟାଚ ହାରିଛି। ଦଳ ୧୪ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ୧ ନମ୍ବର ସ୍ଥାନରେ ଅଛି। କେନ ୱିଲିୟମସନଙ୍କ ଅଧିନାୟକତ୍ୱରେ ଥିବା ସନରାଇଜର୍ସ ହାଇଦ୍ରାବାଦରେ ବର୍ତ୍ତମାନ ୧୦ ପଏଣ୍ଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri