Categories: ଜାତୀୟ

କଂଗ୍ରେସ ବିଧାୟକଙ୍କ ଜ୍ୱାଇଁଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ, ୬ ମୃତ

ଅହମଦାବାଦ,୧୨ ।୮: ଗୁଜରାଟର ଆନନ୍ଦ ଜିଲାରେ ଏକ ବଡ ଧରଣର ସଡ଼କ ଦୁର୍ଘଟଣା ହୋଇଛି । ଏଠାରେ ଥିବା ରୋଜିତ୍ରା ତହସିଲର ଡାଲି ଗାଁରେ କାର, ଅଟୋ ଓ ବାଇକ ମଧ୍ୟରେ ଦୁର୍ଘଟଣା ହୋଇଛି, ଯେଉଁଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କୁହାଯାଉଛି କି ମୃତକଙ୍କ ମଧ୍ୟରେ ୩ ଜଣ ଗୋଟିଏ ପରିବାରର । ତେବେ ଅଟୋରେ ଥିବା ୪ଜଣ ଓ ବାଇକରେ ଥିବା ୨ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଏହାସହ କାର ଚାଳକଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ରାକ୍ଷୀ ପୂର୍ଣ୍ଣିମା ପାଳନ କରି ଘରକୁ ଫେରୁଥିଲେ । ପୋଲିସ ଅଧିକାରୀ ଅଭିଶେକ ଗୁପ୍ତା କହିଛନ୍ତି, ଏହି ଦୁର୍ଘଟଣା ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ହୋଇଛି । ସେ କହିଛନ୍ତି କାର ଚାଳକ କଂଗ୍ରେସ ବିଧାୟକଙ୍କ ଜ୍ୱାଇଁ କେତନ ବୋଲି ଜଣାପଡିଛି । ତେବେ କାର ଚାଳକଙ୍କ ବିରୋଧରେ ଆଇପିସି ଧାରା ୩୦୪ରେ ମାମଲା ରୁଜୁ କରାଯାଇ ଘଟଣାର ଯାଞ୍ଚ କରାଯାଉଛି ।

Share