Categories: ଜାତୀୟ

ସମ୍ପର୍କୀୟଙ୍କ ମୃତଦେହ ପାଇବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା: ଲାଉଡସ୍ପିକର୍‌ରେ ଡକାଯାଉଛି ନାଁ

ଅହମଦାବାଦ,୧୬।୪: ଦେଶରେ କରୋନା ମାମଲା ବଢିବାରେ ଲାଗିଛି। ଗୁଜରାଟରେ କରୋନା ସମସ୍ତ ରେକର୍ଡ ଭାଙ୍ଗିଛି। ବଢୁଥିବା ମାମଲା ଯୋଗୁ ଏଠାରେ ଡାକ୍ତରଖାନା ଏବଂ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାଙ୍ଗିପଡିଛି। ବିଭିନ୍ନ ଡାକ୍ତରଖାନାରେ ଗଦା ଗଦା ମୃତଦେହ ପଡିଛି। ମୃତକଙ୍କ ପରିବାର ଲୋକେ ମୃତଦେହ ନେବା ପାଇଁ ଧାଡ଼ିରେ ଛିଡା ହୋଇଥିବା ଦେଖାଯାଇଥିଲା। ମୃତକଙ୍କ ସମ୍ପର୍କୀୟଙ୍କୁ ଲାଉଡସ୍ପିକର ଦ୍ୱାରା ଡକାଯାଉଛି। ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ମୃତଦେହ ମିଳୁଛି। ବିଭିନ୍ନ ହସ୍ପିଟାଲରେ ବେଡ୍‌ ସମସ୍ୟା ଦେଖାଯାଇଛି। ଫଳରେ ଆକ୍ରାନ୍ତମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Share