Categories: ଜାତୀୟ

ଗୁଜରାଟ ବିଧାନସଭା ପାଇଁ ଆଜି ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ, ଅହମଦାବାଦରେ ଭୋଟେ ଦେବେ ମୋଦି-ଶାହା

ଅହମଦାବାଦ,୫ ।୧୨: ଗୁଜରାଟ ବିଧାନସଭା ନିର୍ବାଚନର ସୋମବାର ହେଉଛି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ । ଏହି ପର୍ଯ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅହମଦାବାଦରୁ ଭୋଟ ଦେବେ ବୋଲି ଜଣାପଡିଛି । ନିଜ ପୈତୃକ ରାଜ୍ୟକୁ ଆସିଥିବା ମୋଦି ସୋମବାର ସକାଳେ ଅହମଦାବାଦର ନିଶାନ ସ୍କୁଲରେ ଭୋଟ ଦେବେ । ଏହା ପୂର୍ବରୁ ରବିବାର ମୋଦି ତାଙ୍କ ମାଆ ହିରାବେନ ମୋଦିଙ୍କୁ ତାଙ୍କ ଗାନ୍ଧିଗନର ସ୍ଥିତ ବାସଭନରେ ସାକ୍ଷାତ୍ କରିଥିଲେ । ଏହାସହ ପାଦଛୁଇଁ ମାଆଙ୍କ ଆଶୀର୍ବାଦ ବି ନେଇଥିଲେ । କେବଳ ସେତିକି ନୁହେଁ ମାଆଙ୍କ ସହ ମିଶି ଏକାଠି ସନ୍ଧ୍ୟାର ଚା’ ବି ପିଇଥିଲେ ।
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅହମଦାବାଦରେ ଥିବା ନାରନପୁରର ଅଙ୍କୁରରେ କାମେଶ୍ୱର ମନ୍ଦିର ନିକଟ, ନଗର ନିଗମ ଉପ କ୍ଷେତ୍ରୀୟ କାର୍ଯ୍ୟାଳୟରେ ଭୋଟ ଦେବେ । ଶାହା ସକାଳ ପ୍ରାୟ ୧୦ଟା ୩୦ରେ ମତଦାନ କେନ୍ଦ୍ରରେ ପହଞ୍ଚିଯିବେ ବୋଲି ଅନୁମାନ କରାଯାଉଛି । ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ବି ସୋମବାର ଅହମଦାବାଦର ବୁଥ ନମ୍ବର ୯୫, ଶିଲାଜ ପ୍ରାଇମେରୀ ସ୍କୁଲରେ ଭୋଟ ଦେବେ ।

Share