Categories: ଜାତୀୟ

ଟିକେଟ୍‌ ମାଗିଲେ ମୋଦିଙ୍କ ଭାଣିଜୀ

ଅହମଦାବାଦ୍‌,୩।୧: ଗୁଜରାଟ ନଗର ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ଏହି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଣିଜୀ ମଧ୍ୟ ଭାଜପା ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ବଡ ଭାଇ ପ୍ରହ୍ଲାଦ ମୋଦିଙ୍କ ଝିଅ ସୋନଲ ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନର ବୋଦକଦେବ ୱାର୍ଡରୁ ପାର୍ଟି ଟିକେଟ ମାଗିଛନ୍ତି। ଭାଜପା ରାଜ୍ୟ ସଭାପତି ସିଆର୍‌ ପାଟିଲ ସୋମବାର କହିଛନ୍ତି ଯେ, ଏହି ନିର୍ବାଚନରେ ଦଳର ନେତାଙ୍କ ସମ୍ପର୍କୀୟଙ୍କୁ ଟିକେଟ ଦିଆଯିବ ନାହିଁ। ତେଣୁ ସୋନଲ ଟିକେଟ ପାଇବେ କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ତେବେ ସୋନଲଙ୍କ ପିତା ଏହି ସମଗ୍ର ପ୍ରସଙ୍ଗରେ କହିଛନ୍ତି ଯେ ଯଦି ସେ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରନ୍ତି ତେବେ ତାଙ୍କ ଝିଅ ଟିକେଟ ପାଇବା ଉଚିତ୍‌।

Share