Categories: ଜାତୀୟ

ଗୁଜୁରାଟ କଂଗ୍ରେସର କମାଣ୍ଡ ଧରିଲେ ଶକ୍ତି ସିଂ

ନୂଆଦିଲ୍ଲୀ,୯।୬: ଗୁଜୁରାଟରେ କଂଗ୍ରେସର ସଭାପତି ଭାବେ ଶକ୍ତି ସିଂ ଗୋହିଲଙ୍କୁ ନିଯୁକ୍ତ କରାଯାଇଛି। କଂଗ୍ରେସ ନେତା ଦୀପକ ବାବରିଆଙ୍କୁ ଦିଲ୍ଲୀ କଂଗ୍ରେସ ଏବଂ ହରିୟାଣା କଂଗ୍ରେସର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ମୁମ୍ବାଇ କଂଗ୍ରେସ କମିଟିର ସଭାପତି ଭାବେ ବର୍ଷା ଗାୟକବାଡଙ୍କୁ ନିଯୁକ୍ତ କରାଯାଇଛି।

କଂଗ୍ରେସ ନେତା ଶକ୍ତି ସିଂ ଗୋହିଲ ଜଣେ ରାଜ୍ୟସଭା ସାଂସଦ। ସେ ପୁଡୁଚେରୀର ଏକମାତ୍ର ଲୋକସଭା ଆସନରୁ ସାଂସଦ ଅଛନ୍ତି। ସେହିପରି ମହାରାଷ୍ଟ୍ରର ଧାରାବୀ ବିଧାନସଭା ଆସନରୁ ବର୍ଷା ଗାୟକୱାଡ ବିଧାୟିକ ଅଛନ୍ତି।

Share