Posted inଖେଳ

ଗୁଜରାଟ -ମୁମ୍ବାଇ ଉଦ୍‌ଘାଟନୀ ମୁକାବିଲା

ମୁମ୍ବାଇ, ୪ା୩ (ପି.ଟି.): ବହୁ ପ୍ରତିକ୍ଷୀତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ୫ଟି ଦଳକୁ ନେଇ ଶନିବାରଠାରୁ ଆରମ୍ଭ ହେବ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଢାଞ୍ଚାରେ ୨୧ଟି ମ୍ୟାଚ ବିଶିଷ୍ଟ ଏହି ମହିଳା ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ ଗୁଜରାଟ ଜାଏଣ୍ଟ୍ସ ଏବଂ ଭାରତ ଅଧିନାୟିକା ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ। ଆଇକନିକ ବ୍ରାବୋର୍ନ ଷ୍ଟାଡିୟମ ସମେତ ମୁମ୍ବାଇର ଦୁଇଟି ଭେନ୍ୟୁରେ ମ୍ୟାଚଗୁଡ଼ିକ ଖେଳାଯିବ। ଟୁର୍ନାମେଣ୍ଟରେ ଭାଗ ନେଉଥିବା ୫ଟି ଫ୍ରାଞ୍ଚାଇଜ୍‌ର ବିକ୍ରି ମୋଟ ୪,୬୬୯ କୋଟି ଟଙ୍କାରେ ହୋଇଛି। ଡବ୍ଲ୍ୟୁପିଏଲ ଏଥିପାଇଁ ବିଶ୍ୱକ୍ରିକେଟରେ ଚହଳ ସୃଷ୍ଟି କରିଥିଲା। ଆଦାନୀ ଗ୍ରୁପ୍‌ ୧,୨୮୯ କୋଟି ଟଙ୍କା ବିନମୟରେ ଗୁଜରାଟ ଫ୍ରାଞ୍ଚାଇଜ୍‌କୁ କ୍ରୟ କରିଥିଲା। ଏହି ଟୁର୍ନାମେଣ୍ଟ କେବଳ ମହିଳା ଖେଳାଳିଙ୍କୁ ଆର୍ଥିକ ଫାଇଦା ଦେବା ସହ ନୂଆ ପ୍ରତିଭା ସୃଷ୍ଟି କରିବ। ମୁମ୍ବାଇରେ ଅନୁଷ୍ଠିତ ନିଲାମିରେ ଭାରତର ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା ସବୁଠାରୁ ଦାମି ଖେଳାଳି ବିବେଚିତ ହୋଇଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତାଙ୍କୁ ୩.୪ କୋଟି ଟଙ୍କାରେ କ୍ରୟ କରିବା ସହ ଦଳର ଅଧିନାୟିକା ନିଯୁକ୍ତି ଦେଇଛି। ଲିଗ୍‌ର ଦ୍ୱିତୀୟ ଦାମି ଫ୍ରାଞ୍ଚାଇଜ୍‌ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ (୯୧୨.୯୯ କୋଟି ଟଙ୍କା)। ବହୁ ଷ୍ଟାର ଖେଳାଳିଙ୍କୁ ନେଇ ଗଠିତ ମୁମ୍ବାଇ ଇଣ୍ଡିଆନ୍ସ ଦଳର ନେତୃତ୍ୱ କୌରଙ୍କ ଉପରେ ନ୍ୟସ୍ତ କରାଯାଇଛି। ଏହି ଦଳରେ ଇଂଲଣ୍ଡର ନାଟ୍‌୍‌ ସ୍କିଭର ବ୍ରଣ୍ଟ ଓ ପେସର ଇସି ଓଙ୍ଗ୍‌, ନ୍ୟୁଜିଲାଣ୍ଡର ଆମେଲି କେର୍‌, ଦକ୍ଷିଣ ଆଫ୍ରିକାର ଟି୨୦ ବିଶ୍ୱକପ୍‌ ଫାଇନାଲିଷ୍ଟ କ୍ଲୋ ଟାଇଅନ୍‌, ଓ୍ବେଷ୍ଟଇଣ୍ଡିଜ ଅଧିନାୟିକା ହେଲି ମାଥ୍ୟୁସ ଏବଂ ଅଷ୍ଟ୍ରେଲିଆର ହିଥର ଗ୍ରାହମଙ୍କ ଭଳି ଖେଳାଳି ରହିଛନ୍ତି। ଅନ୍ୟପକ୍ଷରେ ଗୁଜରାଟ ଜାଏଣ୍ଟ୍ସର ଅଧିନାୟିକା ହୋଇଛନ୍ତି ଚାମ୍ପିୟନ ଅଷ୍ଟ୍ରେଲିଆନ ବ୍ୟାଟର ବେଥ୍‌ ମୁନି। ସ୍ନେହ ରାଣା ଦଳର ଉପଅଧିନାୟିକା ରହିଥିବା ବେଳେ ଅନ୍ୟ ପ୍ରମୁଖ ଭାରତୀୟ ଖେଳାଳି ଭାବେ ହାର୍ଲିନ ଦେଓଲ ଓ ଅଭିଜ୍ଞ ସୁଷମା ବର୍ମା ଦଳର ଅନ୍ୟତମ ସଦସ୍ୟ ରହିଛନ୍ତି। ଦଳରେ ଆହୁରି ମଧ୍ୟ ବହୁ ଷ୍ଟାର ବିଦେଶୀ ଖେଳାଳି ରହିଛନ୍ତି। ସେମାନଙ୍କ ମଧ୍ୟରେ ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆର ଆଶଲେ୍‌ ଗାର୍ଡନର ଓ ଜର୍ଜିଆ ଓ୍ବେର୍‌ହାମ୍‌, ଓ୍ବେଷ୍ଟଇଣ୍ଡିଜର ଡିଣ୍ଡ୍ରା ଡଟିନ୍‌ ଓ ଇଂଲଣ୍ଡର ସୋଫିଆ ଡଙ୍କ୍‌ଲି। ପୂର୍ବତନ ଭାରତ ଅଧିନାୟକ ମିଥାଲି ରାଜ ଏହି ଦଳର ମେଣ୍ଟର ଓ ଉପଦେଷ୍ଟା ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri