Categories: ଜାତୀୟ

ଭାଙ୍ଗିଲା ଝୁଲା ପୋଲ: ଅନେକ ଲୋକ ନଦୀରେ ଫଶିଥିବା ଆଶଙ୍କା

ଅହମ୍ମଦାବାଦ,୩୦।୧୦: ଗୁଜରାଟର ମୋର୍ବିରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ମଚ୍ଛୁ ନଦୀରେ ନିର୍ମିତ ଝୁଲା ପୋଲ ହଠାତ୍‌ ଭାଙ୍ଗି ଯାଇଛି। ଦୁର୍ଘଟଣା ସମୟରେ ପୋଲ ଉପରେ ଅନେକ ଲୋକ ଉପସ୍ଥିତ ଥିଲେ। ସମସ୍ତେ ସେଠାରେ ଛଠ୍‌ ପର୍ବ ପାଳନ ପାଇଁ ଏକତ୍ର ହୋଇଥିଲେ। ଏବେ ଉଦ୍ଧାର କାର୍ଯ୍ୟ ଚାଲିଛି। ନିକଟରେ ନବୀକରଣ ପରେ ଏହି ପୋଲକୁ କାର୍ଯ୍ୟକ୍ଷମ କରାଯାଇଥିଲା।
ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଟୁଇଟ୍‌ କରି ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ‘ମୋର୍ବିରେ କେବୁଲ ପୋଲ ଭାଙ୍ଗିବା ଦୁର୍ଘଟଣାରେ ମୁଁ ଅତ୍ୟନ୍ତ ଦୁଃଖିତ। ପ୍ରଶାସନ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ ମୋର୍ବିରେ ହୋଇଥିବା ଦୁର୍ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ପରିସ୍ଥିତିକୁ ନିରନ୍ତର ନଜର ରଖିବାକୁ ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Share