Categories: ଜାତୀୟ

ଗୁଜରାଟର ଛଅ ନଗର ନିଗମ ପାଇଁ ମତଦାନ ଜାରି: ପରିବାର ସହ ଯାଇ ଭୋଟ ଦେଲେ ଶାହା

ଅହମଦାବାଦ,୨୧ ।୨: ଗୁଜରାଟର ଅହମଦାବାଦ, ସୁରଟ, ବଡୋଦରା, ଭାବନଗର, ଜାମନଗର ଓ ରାଜକୋଟ ନଗର ନିଗମ ପାଇଁ ରବିବାର ଭୋଟ ଗ୍ରହଣ କରାଯାଉଛି । ଏହି ନିର୍ବାଚନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନିଙ୍କ ପାଇଁ ଏକ ପରୀକ୍ଷାର ସମୟ ବୋଲି କୁହାଯାଉଛି । କାରଣ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଫଳାଫଳ କାହା ସପକ୍ଷରେ ଯିବ ତାହା ଏଥିରୁ କିଛି ପରିମାଣରେ ଜଣାପଡିବ ବୋଲି କୁହାଯାଉଛି । ଏହି ନଗର ନିଗମ ନିର୍ବାଚନ ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କ ପରିବାର ସଦସ୍ୟଙ୍କ ସହ ଯାଇଁ ଭୋଟ ଦେଇଛନ୍ତି । ସେ ଅହମଦାବାଦର ନାରନପୁର ସବଜୋନାଲ କାର୍ଯ୍ୟାଳୟରେ ଭୋଟ ଦେଇଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ରୂପାନୀ ତାଙ୍କ ହୋମ ଟାଉନ ରାଜକୋଟରେ ଅନିଲ ଜ୍ଞାନ ମନ୍ଦିର ସ୍କୁଲରେ ପିପିଇ କିଟ୍ ପିନ୍ଧି ଭୋଟ ଦେବେ ବୋଲି ସୂଚନା ମିଳିଛି । ତେବେ କରୋନାରେ ପୀଡ଼ିତ ବା ଆଇସୋଲେଶନରେ ଥିବା ଭୋଟର ଶେଷ ଘଣ୍ଟାରେ ଭୋଟ ଦେବେ ବୋଲି ସୂଚନା ରହିଛି ।

Share