Categories: ଫୁରସତ

ଏଠାରେ ମିଳୁଛି ବିବାହ ପାଇଁ ସ୍ବତନ୍ତ୍ର ମାସ୍କ: ଦାମ୍‌ ୧.୫ ଲକ୍ଷରୁ ଆରମ୍ଭ

ମହାମାରୀ କରୋନା ସମୟରେ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଉଛି। ସେହିପରି ଏହା ଏବେ ରୋଜଗାର ଏକ ମାଧ୍ୟମ ପାଲଟିଲାଣି। ଏହି କ୍ରମରେ ଗୁଜୁରାଟ ସୁରଟର ଏକ ଗହଣା ଦୋକାନୀ ସ୍ବତନ୍ତ୍ର ମାସ୍କ ତିଆରିକରି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ଗହଣା ଦୋକାନରେ ତିଆରି ହେଉଥିବା ମାସ୍କର ମୂଲ୍ୟ ୧.୫ ରୁ ୪ ଲକ୍ଷ ପର୍ଯ୍ୟନ୍ତ ରହିଛି। ତେବେ ଏହି ମାସ୍କ କୌଣସି ସାଧାରଣ ମାସ୍କ ନୁହେଁ। ଏହାକୁ ସୁନା ଓ ହୀରାରେ ତିଆରି କରାଯାଉଛି।
ଦୋକାନର ମାଲିକ ଦୀପକ ଚୋକସିଙ୍କ କହିବାନୁଯାୟୀ, ଜଣେ ଗ୍ରାହକ ତାଙ୍କ ଦୋକାନକୁ ଆସି ଏକ ବିବାହ ପାଇଁ ବର-କନ୍ୟାଙ୍କ ନିମନ୍ତେ ସ୍ବତନ୍ତ୍ର ମାସ୍କ ତିଆରି କରିବାକୁ କହିଥିଲେ। ଏହା ପରେ ତାଙ୍କ ମୁଣ୍ଡରେ ଏପରି ସ୍ବତନ୍ତ୍ର ମାସ୍କ ତିଆରି କରିବାର ଚିନ୍ତା ଆସିଥିଲା। ଏହା ପରେ ସେ ସୁନା ସହ ଡାଇମଣ୍ଡର ଓ ଆମରିକା ଡାଇମଣ୍ଡର ବ୍ୟବହାର କରି ସ୍ବତନ୍ତ୍ର ମାସ୍କ ତିଆରି କଲେ। ପରେ ଏହି ମାସ୍କର ଚାହିଦା ବଢ଼ିଲା। ତେବେ ଗ୍ରାହକଙ୍କ ମନ ମୁତାବକ ସୁନା ଓ ହୀରା ବ୍ୟବହାର କରାଯାଇ ମାସ୍କ ତିଆରି କରାଯାଉଥିବା ସେ କହିଛନ୍ତି।
ନିକଟରେ ପୁଣେରେ ରହୁଥିବା ଶଙ୍କର କୁରାଡେ ନାମକ ବ୍ୟକ୍ତି ସୁନାର ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଥିଲେ। ଉକ୍ତ ମାସ୍କ ପୁରା ସୁନାରେ ତିଆରି ହୋଇଥିବା ବେଳେ ତା’ର ମୂଲ୍ୟ ୨.୮୯ ଲକ୍ଷ ଟଙ୍କା ରହିଥିଲା।

Share