ପ୍ରତ୍ୟେକ ମିନିଟ୍‌ରେ ୨ଜଣ ସଂକ୍ରମିତ: କର୍ଫ୍ୟୁ ଲାଗି ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଅହମଦାବାଦ,୬।୪: ଭାରତରେ ପୁଣି ଥରେ କରୋନା କାୟା ମେଲାଇ ଚାଲିଛି। କରୋନାର ନୂଆ ଷ୍ଟ୍ରେନ୍‌ ଏବେ ଭୟଙ୍କର ରୂପ ଧାରଣ କରିଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହିକ୍ରମରେ ଗୁଜରାଟରେ ପ୍ରତିଦିନ ପ୍ରାୟ ୩ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ପ୍ରତିଦିନ ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ହାଇକୋର୍ଟ ସାପ୍ତାହିକ କର୍ଫୁ୍ୟୁ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ପ୍ରତି ସପ୍ତାହରେ ୩-୪ ଦିନ କର୍ଫ୍ୟୁ ଲାଗୁ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସରକାରୀ, ରାଜନୈତିକ, ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ହାଇକୋର୍ଟଙ୍କ ଏଭଳିି ନିଷ୍ପତ୍ତି ପରେ ରାଜ୍ୟ ସରକାର ଏବେ ରାଜ୍ୟରେ କର୍ଫ୍ୟୁ ଜାରି କରିପାରନ୍ତି ବୋଲି କୁହାଯାଉଛି। ଅପରପକ୍ଷେ ଗୁଜରାଟ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆର୍‌ଟି-ପିସିଆର ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।

Share