Categories: ଜାତୀୟ

ଆଫଗାନିସ୍ତାନରୁ ଆସୁଥିଲା ୯ ହଜାର କୋଟି ଟଙ୍କାର ହେରୋଇନ୍‌

ଅହମଦାବାଦ,୧୯।୯: ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ରାଜସ୍ବ ଗୋଇନ୍ଦା ବିଭାଗ (ଡିଆର୍‌ଆଇ) ୯ ହଜାର କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ କରିଛି। ଏହି ନିଶାଦ୍ରବ୍ୟ ଆଫଗାନିସ୍ତାନରୁ ଆମଦାନି ହେଉଥିବା ଜଣାପଡ଼ିଛି। ଅଧିକ ତଦନ୍ତ ଲାଗି ଡିଆର୍‌ଆଇ ଅଫିସରମାନେ କଣ୍ଟେନରଗୁଡ଼ିକୁ ଅଟକାଇଥିଲେ। ସୁଗନ୍ଧିତ ପାଉଡର କଣ୍ଟେନର ଭିତରେ କୋଟି କୋଟି ଟଙ୍କାର ନିଶାଦ୍ରବ୍ୟ ଲୁଚାଇ ଅଣାଯାଇଥିବା ତଦନ୍ତରୁ ଜଣାପଡ଼ିଥିଲା। ଆନ୍ଧ୍ରପ୍ରଦେଶ ବିଜୟଓ୍ବାଡ଼ାର ଆଶି ଟ୍ରେଡିଂ କମ୍ପାନୀ ଆଫଗାନିସ୍ତାନରୁ ଏହି ନିଶାଦ୍ରବ୍ୟ ଆମଦାନି କରିଥିବା ଅଭିଯୋଗ ହୋଇଛି। ରପ୍ତାନିକାରୀ କମ୍ପାନୀ କାନ୍ଦାହାରର ହାସନ ହୁସେନ୍‌ ଲିମିଟେଡ୍‌ ବୋଲି ଜଣାପଡ଼ିଛି।

Share