Categories: ଜାତୀୟ

ଗୁଜରାଟ ନିର୍ବାଚନ ପ୍ରଚାର ଶେଷ

ଅହମଦାବାଦ,୪।୧୨: ଦ୍ୱିତୀୟ ପର୍ଯ୍ୟାୟ ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଚାଲିଥିବା ହାଇଭୋଲ୍ଟେଜ୍‌ ପ୍ରଚାର ଶନିବାର ଅପରାହ୍ନ ୫ଟାରେ ଶେଷ ହୋଇଛି। ୫ ତାରିଖରେ ୯୩ ଆସନ ଲାଗି ଦ୍ୱିତୀୟ ପର୍ଯ୍ୟାୟରେ ଭୋଟଗ୍ରହଣ ହେବାକୁ ଥିବାବେଳେ ପ୍ରଚାର ଶେଷ ଦିନରେ ବିଭିନ୍ନ ଦଳର ତୁଙ୍ଗ ନେତାମାନେ ରାଲିରେ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଭାଜପାରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଅଭିନେତା ମନୋଜ ଜୋଷୀ ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌, ଗୁଜରାଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାଦ ଗଡ୍‌ଭି, ଗୋପାଳ ଇଟାଲିଆ ପ୍ରମୁଖ। କଂଗ୍ରେସ ଏମ୍‌ପି ଶକ୍ତିସିଂ ଗୋହିଲଙ୍କ ସମେତ ରାଜ୍ୟର ଅନ୍ୟ ନେତାମାନେ ଶେଷଦିନରେ ପ୍ରଚାର କରିଥିଲେ। ଭାଜପାର ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ତାଙ୍କ ପ୍ରଚାର ଶେଷ କରିଥିଲେ। ସେ ମୋଟ ୩୧ଟି ରାଲି ଏବଂ ୩ଟି ବିଶାଳ ରୋଡ୍‌ ଶୋ’ର ନେତୃତ୍ୱ ନେଇଥିଲେ। ଏହି ପର୍ଯ୍ୟାୟରେ ୮୩୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।

Share