Posted inଜାତୀୟ

ଗୁଜରାଟ ନିର୍ବାଚନ : ୧୮ ଗ୍ରାମବାସୀ ଭୋଟ ଦେବାକୁ ମନାକଲେ, ‘ଟ୍ରେନ ନାହିଁ ତ ଭୋଟ ନାହିଁ’…

ଅହମଦାବାଦ,୧୩।୧୧ : ଗୁଜରାଟ ବିଧାନସଭା ନିର୍ବାଚନରେ ନଭସାରୀ ବିଧାନସଭାର ୧୮ ଟି ଗାଁର ଲୋକମାନେ ସମସ୍ତ ରାଜନୈତିକ ଦଳର ଚିନ୍ତା ବଢ଼ାଇଛନ୍ତି। ଏହି ଗ୍ରାମବାସୀ ନିର୍ବାଚନରେ ଭୋଟ ନଦେବାକୁ ଘୋଷଣା କରିଛନ୍ତି। କେବଳ ଏତିକି ନୁହେଁ, ଭାଜପା ଏବଂ ଅନ୍ୟ ଦଳର ନେତାଙ୍କ ଆଗମନ ଏବଂ ଗାଁରେ ପ୍ରଚାର ମଧ୍ୟ ନିଷେଧ କରାଯାଇଛି।

ସୂଚନାନୁସାରେ, ଏଠାରେ ଥିବା ଆଞ୍ଚେଲି ରେଳ ଷ୍ଟେଶନରେ ଲୋକାଲ ଟ୍ରେନ ରହଣୀ ପାଇଁ ଗ୍ରାମବାସୀ ଦୀର୍ଘ ସମୟ ଧରି ଦାବୀ କରିଆସୁଥିଲେ ମଧ୍ୟ ସେମାନଙ୍କର ଦାବୀକୁ ଗ୍ରହଣ କରାଯାଉନାହିଁ। ଏହି କାରଣରୁ ସେମାନେ ରାଗିଛନ୍ତି। ଆଞ୍ଚେଲି ରେଳ ଷ୍ଟେଶନ ଏବଂ ଅନ୍ୟାନ୍ୟ ଷ୍ଟେଶନରେ ଗ୍ରାମବାସୀଙ୍କ ପକ୍ଷରୁ ବ୍ୟାନର ମଧ୍ୟ ଲଗାଯାଇଛି। ଏହା ଉପରେ ଲେଖା ଅଛି, ‘ଟ୍ରେନ ନାହିଁ ତ ଭୋଟ ନାହିଁ’।

ରେଳ ଷ୍ଟେଶନରେ ଟ୍ରେନ ଅଟକୁ ନ ଥିବାରୁ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଅନ୍ୟ ସ୍ଥାନକୁ ଯିବାକୁ ଜଣେ ବ୍ୟକ୍ତିଙ୍କୁ ଅତି କମରେ ୩୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏହାଯୋଗୁ ଗାଁରେ ରହୁଥିବା ଛାତ୍ରୀଛାତ୍ରମାନେ ମଧ୍ୟ ଅଧ୍ୟୟନରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରାୟତଃ ସେମାନଙ୍କର କଲେଜ ଯିବାକୁ ବିଳମ୍ବ ହେଉଛି।

ସ୍ଥାନୀୟ ବାସିନ୍ଦା କହିଛନ୍ତି ୧୯୬୬ ମସିହାରୁ ଆଞ୍ଚେଲି ରେଳ ଷ୍ଟେଶନରେ ଟ୍ରେନ ଅଟକୁ ଥିଲା। ତେବେ କରୋନା ମହାମାରୀ ସମୟରେ ଟ୍ରେନଗୁଡିକ ଏହି ଷ୍ଟେଶନରେ ଅଟକି ଯିବା ବନ୍ଦ କରି ଦେଇଥିଲେ। ବର୍ତ୍ତମାନ ସବୁକିଛି ସ୍ବାଭାବିକ ହୋଇଗଲେ ମଧ୍ୟ ଟ୍ରେନ ଏଠାରେ ଅଟକୁ ନାହିଁ। ଗ୍ରାମବାସୀ କହିଛନ୍ତି ଯେ ଯଦି ଟ୍ରେନ ଏଠାରେ ନ ଅଟକେ ତେବେ ମତଦାନ ଦିନ କେହି ଭୋଟ ଦେବାକୁ ଯିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri