Categories: ଜାତୀୟ

ଦଳ ଛାଡୁଥିବା ନେତାଙ୍କୁ ଅଟକାଇବାକୁ କଂଗ୍ରେସର ‘ଡ୍ୟାମେଜ କଣ୍ଟ୍ରୋଲ’ କମିଟି

ଗୁଜରାଟ,୨୬ ।୧: ଏବେ କଂଗ୍ରେସରୁ ଜଣକ ପରେ ଜଣେ ନେତା ଦଳଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଉଛନ୍ତି । ଯାହା ଫଳରେ ଗୁଜରାଟରେ ଦିନକୁ ଦିନ ଦୁର୍ବଳ ହୋଇ ପଡିଛି କଂଗ୍ରେସ । ଗୁଜରାଟରେ ଆଗକୁ ନିର୍ବାଚନ ଥିବା ବେଳେ ଏବେ କଂଗ୍ରେସ ଦଳବଦଳ ନୀତିକୁ ଦେଖି ଏହାକୁ ରୋକିବାକୁ ପ୍ରୟାସ କରିଛି । ଯାହା ଫଳରେ କଂଗ୍ରେସ ଏକ ‘ଡ୍ୟାମେଜ କଣ୍ଟ୍ରୋଲ’ କମିଟି ଗଠନ କରିଛି । ସାଧାରଣତଃ ନିର୍ବାଚନ ସମୟରେ ନେତାମାନେ ଦଳ ବଦଳ କରି ଥାଆନ୍ତି । ବିଶେଷ କରି କିଛିଦିନ ହେବ କଂଗ୍ରେସର କେତେଜଣ ନେତା ଦଳରେ ସେମାନଙ୍କୁ ପ୍ରାଧାନ୍ୟତା ଦିଆ ଯାଉ ନ ଥିବା ଦର୍ଶାଇ ଦଳ ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଉଥିବା ଦେଖାଯାଇଛି । ଏବେ ଏହା ଉପରେ ଲଗାମ ଲଗାଇବାକୁ କଂଗ୍ରେସ ତା’ର ଚେଷ୍ଟା ଆରମ୍ଭ କରିଛି ।

Share