Categories: ଜାତୀୟ

ଗୁଜରାଟ ନିର୍ବାଚନ: କେଜରିୱାଲଙ୍କ ଘରେ ଲଞ୍ଚ କରିବେ ପରିବାର ସହ ସଫେଇ କର୍ମଚାରୀ

ନୂଆଦିଲ୍ଲୀ,୨୬ ।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୁଜରାଟର ଜଣେ ସଫେଇ କର୍ମଚାରୀଙ୍କୁ ନିଜ ଘରକୁ ଭୋଜନ କରିବାକୁ ନିମନ୍ତ୍ରଣ କରିଛନ୍ତି । ଅହମଦାବାଦ ଟାଉନହଲରେ ଉକ୍ତ ସଫେଇ କର୍ମଚାରୀଙ୍କ ସହ ସାକ୍ଷାତ୍ ସମୟରେ କେଜରିୱାଲ ତାଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରିଥିଲେ । ସୋମବାର ସଫେଇ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ପରିବାର ଦିଲ୍ଲୀରେ କେଜରିୱାଲଙ୍କ ଘରେ ପହଞ୍ଚିବେ । ରିପୋର୍ଟ ଅନୁଯାୟୀ, ଉକ୍ତ ସଫେଇ କର୍ମଚାରୀଙ୍କ ନାମ ହର୍ଷ । ସେ ସୋମବାର ପରିବାର ସହ ଦିଲ୍ଲୀ ପହଞ୍ଚିବେ । ତାଙ୍କର ସମସ୍ତ ଗସ୍ତ ଖର୍ଚ୍ଚ କେଜରିୱାଲ ବହନ କରିବେ । ଦିଲ୍ଲୀ ପହଞ୍ଚିବା ପରେ ସେ ପଞ୍ଜାବ ଭବନରେ ରହିବେ ।
ଗୁଜରାଟରେ ଚଳିତବର୍ଷ ଶେଷ ଭାଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ଆମ ଆଦମୀ ପାର୍ଟି(ଏଏପି) ତା’ର ସକ୍ରିୟତା ବଢାଇ ଦେଇଛି । କେଜରିୱାଲଙ୍କ ସମେତ ବହୁ ଏଏପି ନେତା ଏବେ ଗୁଜରାଟ ଗସ୍ତ କରୁଛନ୍ତି । ଏହି କ୍ରମରେ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚିବାକୁ କେଜରିୱାଲ ରବିବାର ଗୁଜରାଟ ଗସ୍ତ କରିଥିଲେ ।

Share