Categories: ଜାତୀୟ

ଗୁଜରାଟ ଭାଜପାରେ ବଢୁଛି ବିବାଦ

ଗାନ୍ଧିନଗର,୧୫।୯: ଗୁଜରାଟରେ ନେତୃତ୍ୱ ପରିବର୍ତ୍ତନ ପରେ ବୁଧବାର କ୍ୟାବିନେଟକୁ ବିସ୍ତାର କରାଯିବାର ସମ୍ଭାବନା ରହିଛି। କିନ୍ତୁ କ୍ୟାବିନେଟର ସମ୍ପ୍ରସାରଣ ପୂର୍ବରୁ ଦଳରେ ଆଭ୍ୟନ୍ତରୀଣ ମତଭେଦ ମଧ୍ୟ ସାମ୍ନାକୁ ଆସୁଛି। ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପୁରା କ୍ୟାବିନେଟରେ ପରିବର୍ତ୍ତନ ଚାହୁଁଛନ୍ତି। ଏଥିରେ ଦଳର ଅନେକ ନେତା ଅସନ୍ତୁଷ୍ଟ ଅଛନ୍ତି ବୋଲି କୁହାଯାଉଛି। ଏହି କାରଣରୁ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଅପରାହ୍ନରେ ଅନୁଷ୍ଠିତ ହେବାର ଥିଲା, ଏବେ ତାହା ସା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
ସୂଚନାନୁସାରେ, ଭୁପେନ୍ଦ୍ର ପଟେଲଙ୍କ ଏହି ନିଷ୍ପତ୍ତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି, ବର୍ତ୍ତମାନର ଡେପୁଟି ସିଏମ ନିତିନ ପଟେଲ ଏବଂ ମନ୍ତ୍ରୀ ଭୂପେନ୍ଦ୍ର ସିଂ ଚୁଡାସାମା ଅସନ୍ତୁଷ୍ଟ ଥିବା କୁହାଯାଉଛି। ଏହା ମଧ୍ୟ କୁହାଯାଉଛି ଯେ ଡେପୁଟି ସିଏମ ନିତିନ ପଟେଲଙ୍କୁ କେବଳ ମନ୍ତ୍ରୀ ଭାବରେ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯିବ, ଯାହା ଦଳ ମଧ୍ୟରେ ପାରସ୍ପରିକ ଦ୍ୱନ୍ଦ୍ୱ ବଢାଇବାର ସମ୍ଭାବନା ରହିଛି। ଭାଜପା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୯୦ ପ୍ରତିଶତରୁ ଅଧିକ ମନ୍ତ୍ରୀଙ୍କୁ ହଟାଇବାକୁ ବିଚାର କରାଯାଉଛି। କେବଳ ଜଣେ କିମ୍ବା ଦୁଇଜଣ ମନ୍ତ୍ରୀ ରହିବେ, ଯେଉଁମାନେ ପୁନର୍ବାର ମନ୍ତ୍ରୀ ହେବେ। ଏ ନେଇ ଦଳ ମଧ୍ୟରେ ଚିନ୍ତା ଆରମ୍ଭ ହୋଇଛି।

Share