Categories: ଜାତୀୟ

ମୋଦିଙ୍କ ଗସ୍ତ ଯୋଗୁ ବିଳମ୍ବ ହେଲାକି ଗୁଜରାଟ ବିଧାନସଭା ନିର୍ବାଚନର ତାରିଖ ଘୋଷଣା, ଉତ୍ତର ରଖିଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୩ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯାଇଛି । ଏହାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ୧ ଡିସେମ୍ବର ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ୫ ଡିସେମ୍ବରରେ ହେବ । ତେବେ ହିମାଚଳ ପ୍ରଦେଶର ନିର୍ବାଚନ ତାରିଖ ବହୁ ପୂର୍ବରୁ ଘୋଷଣା ହୋଇ ସାରିଛି । କିନ୍ତୁ ଗୁଜରାଟ ନିର୍ବାଚନର ତାରିଖ ଘୋଷଣାରେ କାହିଁକି ବିଳମ୍ବ ହେଲା ବୋଲି ଏବେ ପ୍ରଶ୍ନ ଉଠିଛି ।
ଅଭିଯୋଗ ହେଉଛି କି ପ୍ରଧାନମନ୍ତ୍ରୀ ମୋଦିଙ୍କ ବାରମ୍ବାର ଗୁଜରାଟ ଗସ୍ତ ଯୋଗୁ ଏଠାକାର ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବ ହେଲା । ଏବେ ନିର୍ବାଚନ କମିଶନର ଏହାକୁ ନେଇ ସଫେଇ ଦେଇଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, ନିକଟରେ ଗୁଜରାଟରେ ଏକ ବଡ ଦୁଃଖଦ ଘଟଣା ଘଟିଯାଇଛି, ମୋରବି ପୋଲ ଦୁର୍ଘଟଣା ଯୋଗୁ ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବ ହେଲା ବୋଲି ସେ କହିଛନ୍ତି । ନଭେମ୍ବର ୨ରେ ସେଠାରେ ରାଜକୀୟ ଶୋକ ଥିଲା । ତେଣୁ ନଭେମ୍ବର ୩ରେ ତାରିଖ ଘୋଷଣା କରାଗଲା ।

Share