Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇ ଫସିଲେ ଏଏପି ନେତା

ନୂଆଦିଲ୍ଲୀ,୧୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ନେଇ ଫସିଛନ୍ତି ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ଗୁଜରାଟ ଅଧ୍ୟକ୍ଷ ଗୋପାଳ ଇଟାଲୀୟା। ନ୍ୟାଶନାଲ କମିଶନ ଫର୍‌ ୱମେନ (ଏନ୍‌ସିଡବ୍ଲ୍ୟୁ) ଅକ୍ଟୋବର ୧୩ରେ ଗୋପାଳଙ୍କୁ କମିଶନଙ୍କ ନିକଟରେ ହାଜର ହେବାକୁ ନୋଟିସ ଦେଇଛନ୍ତି।  ଏକ ପୁରୁଣା ଭିଡିଓ କ୍ଲିପ୍‌କୁ ନେଇ ଇଟାଲୀୟାଙ୍କୁ  ଏହି ନୋଟିସ ଜାରି କରାଯାଇଛି। ଏହି ଭିଡିଓ କ୍ଲିପ୍‌ରେ ସେ ଭାରତର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରୁଛନ୍ତି। ରବିବାର ଭାଜପା ନେତା ତାଜିନ୍ଦର ବାଗ୍ଗା ଟୁଇଟରରେ ଏହି କ୍ଲିପ ୍‌ଶେୟାର କରିବା ପରେ ଆୟୋଗ ଏନେଇ ଅବଗତ ହୋଇଥିଲେ। ଆୟୋଗ ନୋଟିସରେ କହିଛନ୍ତି, ଇଟାଲୀୟା ଭିଡିଓରେ ବ୍ୟବହାର କରୁଥିବା ଶବ୍ଦ ମହିଳା ବିରୋଧୀ, ଅତ୍ୟନ୍ତ ଲଜ୍ଜାଜନକ, ନିନ୍ଦନୀୟ ଏବଂ ଦୁଃଖଦାୟକ।

Share