Categories: ଫୁରସତ

ଦାଢିରେ ୬୩ କିଲୋ ମହିଳାଙ୍କୁ ଉଠାଇ କଲେ ବିଶ୍ୱ ରେକର୍ଡ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୨ ।୧୧: ନିକଟରେ ଗିନିଜ ୱାର୍ଲଡ ରେକର୍ଡ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିବା ପରେ ଏବେ ଏହା ଭାଇରାଲ ହୋଇଛି । ଯେଉଁଥିରେ ଜଣେ ବ୍ୟକ୍ତି ୬୩ କିଲୋଗ୍ରାମର ଜଣେ ମହିଳାଙ୍କୁ ତାଙ୍କ ଦାଢିରେ ଉଠାଉଥିବା ଦେଖାଯାଇଛି । ଉକ୍ତ ବ୍ୟକ୍ତିଙ୍କ ନାଁ ଏଣ୍ଟାନାସ କଣ୍ଟ୍ରିମାସ । ସେ ତାଙ୍କ ଦାଢିରେ ୬୩.୮୦ କିଲୋଗ୍ରାମର ମହିଳାଙ୍କୁ ଉଠାଇ ବିଶ୍ୱ ରେକର୍ଡ କରିଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହାକୁ ଦେଖି ଲୋକେ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି । କେହି କେହି ଏଣ୍ଟାନାସଙ୍କ କଷ୍ଟକଥା କହିଥିବା ବେଳେ ଆଉ କେହି କେହି ଏହି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ନିକଟରେ ଗିନିଜ ୱାର୍ଲଡ ରେକର୍ଡସ ଆଉ ଏକ ଭିଡିଓ ଶେୟାର କରିଥିଲା, ଯେଉଁଥିରେ ଜଣେ ମହିଳା ତାଙ୍କ ବାଇସେପ ମାଧ୍ୟମରେ ସେଓ ଭାଙ୍ଗି ଦେଉଥିଲେ । ଆଉ ଉକ୍ତ ଭିଡିଓଟି ଅପଲୋଡ ହେବାର କିଛି ସମୟ ପରେ ଭାଇରାଲ ହେବାରେ ଲାଗିଥିଲା । ୟୁଜର୍ସ ମହିଳା ଜଣଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରି ଦେଇଥିଲେ ।

Share