ପୋଲିସକୁ ଦୋଷ ଦେଲା ଗୋଇନ୍ଦା

ଭୁବନେଶ୍ୱର,୨୦।୪(ବ୍ୟୁରୋ): ୧୧ଦଫା ଦାବି ନେଇ ରାଜ୍ୟ ଡ୍ରାଇଭର ମହାସଂଘ ପକ୍ଷରୁ ୪୦ହଜାରରୁ ଊର୍ଦ୍ଧ୍ୱ ଡ୍ରାଇଭର ସୋମବାର ରାଜଧାନୀ ଭିତରେ ପଶି ସ୍ଥିତି ଅଣାୟତ୍ତ କରିବା ଘଟଣା ରାଜ୍ୟ ଗୃହ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ହଜାର ହଜାର ସଂଖ୍ୟାରେ ଡ୍ରାଇଭର ରାଜଧାନୀ ଭିତରେ ଠେଙ୍ଗା, ବାଡ଼ି ସହ ପଶି ଯେଉଁଭଳି ସାଧାରଣ ଲୋକଙ୍କୁ ହଇରାଣ କଲେ ଏବଂ ଏସବୁ ଦେଖି କମିଶନରେଟ ପୋଲିସ ନିଷ୍କ୍ରିୟ ହୋଇପଡ଼ିବା ଘଟଣା ସମସ୍ତଙ୍କୁ ଚକିତ କରିଥିଲା। ରାଜ୍ୟ ସରକାରଙ୍କ ଗୋଇନ୍ଦା ବିଭାଗ ଏତେବଡ ଘଟଣାରେ ଫେଲ୍‌ ମାରିଥିବା ନେଇ ସାଧାରଣରେ ପ୍ରଶ୍ନ ଉଠିବାପରେ ଘଟଣାର ଦିନକ ପରେ ଗୋଇନ୍ଦା ବିଭାଗ ନିଜ ମୁଣ୍ଡରୁ ଦୋଷ ଖସାଇବା ସହିତ କମିଶନରେଟ ପୋଲିସ ଉପରେ ଦୋଷ ଲଦିଛି। ହଜାର ହଜାର ସଂଖ୍ୟାରେ ଡ୍ରାଇଭର ରାଜଧାନୀ ଭିତରେ ପଶି ଆନ୍ଦୋଳନ, ପ୍ରତିବାଦ, ଧାରଣା ଆଦି କରିବେ ବୋଲି ଗତ ୧୬ ତାରିଖରେ କମିଶନରେଟ ପୋଲିସକୁ ଗୋଇନ୍ଦା ସୂଚନା ଦିଆଯାଇଥିଲା ବୋଲି କୁହାଯାଉଛି। କମିଶନରେଟ ପୋଲିସର ବିଫଳତାକୁ ସାମ୍ନାକୁ ଆଣିବା ପାଇଁ ଗୋଇନ୍ଦା ନିଜ ପୂର୍ବ ରିପୋର୍ଟକୁ ବାହାରକୁ ଛାଡ଼ି ଦେଇଥିବା କୁହାଯାଉଛି। ଅନ୍ୟପଟେ ଡ୍ରାଇଭରଙ୍କ ଆନ୍ଦୋଳନ ରାଜ୍ୟ ସରକାରଙ୍କ ଉପରେ କେତେ ମାତ୍ରାରେ ଚାପ ସୃଷ୍ଟି କରିଛି, ତାହା ଗୋଇନ୍ଦା ରିପୋର୍ଟ ସାର୍ବଜନୀନ କଥାରୁ ମଧ୍ୟ ଏକ ପ୍ରକାର ବାରି ହୋଇପଡ଼ୁଛି। ଗୋଇନ୍ଦା ତା’ର ରିପୋର୍ଟ ଦେବାପରେ ଯଦି ଏଭଳି ଘଟଣା ଘଟିଲା ତେବେ ଏଥିଲାଗି କିଏ ଦାୟୀ ସେକଥାକୁ ନେଇ ସାଧାରଣ ଲୋକେ ପ୍ରଶ୍ନ ଉଠାଇଛନ୍ତି। ସରକାର ଏହି ଘଟଣାରେ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ଏହାକୁ ନେଇ ବିରୋଧୀ ରାଜନୈତିକ ଦଳଗୁଡ଼ିକ ସରକାରଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।
ରାଜ୍ୟ ଗୋଇନ୍ଦା ବିଭାଗ ଦେଇଥିବା ରିପୋର୍ଟରେ ଦର୍ଶାଯାଇଥିଲା ଯେ, ରାଜ୍ୟ ଡ୍ରାଇଭର ମହାସଂଘ ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଳି ଏବଂ ରାଜ୍ୟ ସମ୍ପାଦକ ଚୈତନ୍ୟ ପ୍ରଧାନଙ୍କ ନେତୃତ୍ୱରେ ଏକ ବଡ଼ ଆନ୍ଦୋଳନର ପ୍ରସ୍ତୁତି ଚାଲିଛି। ସେମାନେ ୧୧ ଦଫା ଦାବି ନେଇ ବାଣୀବିହାର ଦେଇ ଲୋୟର ପିଏମ୍‌ଜିଠାରେ ପହଞ୍ଚତ୍ ଆନ୍ଦୋଳନ କରିବେ। ଏହାସହ କେଉଁ ଜିଲା ସଭାପତିଙ୍କ ନେତୃତ୍ୱରେ କେତେଜଣ ଲେଖାଏ ଡ୍ରାଇଭର ଆସି ଏହି ଆନ୍ଦୋଳନରେ ସାମିଲ ହେବେ ସେକଥା ମଧ୍ୟ ରିପୋର୍ଟରେ ଦର୍ଶାଯାଇଥିଲା। ଡ୍ରାଇଭରମାନେ ୧୭ତାରିଖରେ ଭୁବନେଶ୍ୱରଠାରେ ବସ୍‌, ଟ୍ରେନ୍‌ ଏବଂ ଅନ୍ୟାନ୍ୟ ଯାନରେ ଆସି ପହଞ୍ଚତ୍ବା ପରେ ନିଜ ସୁବିଧାରେ ରହିବେ। ଏହାପରେ ସୋମବାର ସେମାନେ ଆନ୍ଦୋଳନକୁ ଓହ୍ଲାଇବେ। ପୂର୍ବରୁ ୨୦୨୧ ଅକ୍ଟୋବର ୨୯ରେ ଡ୍ରାଇଭରମାନେ ସେମାନଙ୍କ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବା ସତ୍ତ୍ୱେ ଏ ପର୍ଯ୍ୟନ୍ତ ଦାବି ପୂରଣ କରାଯାଇ ନାହିଁ। ସେମାନଙ୍କ ଦାବି ପୂରଣ ନ ହେଲେ ସେମାନେ ଛୋଟ ଛୋଟ ଗ୍ରୁପ୍‌ରେ ବିଭକ୍ତ ହୋଇ ନବୀନ ନିବାସ, ପରିବହନ ମନ୍ତ୍ରୀଙ୍କ ବାସଭବନ, ଲୋକସେବା ଭବନ ଏବଂ ବିଧାନସଭା ଭିତରେ ପଶିବେ। ୪୦ହଜାରରୁ ଊର୍ଦ୍ଧ୍ୱ ଡ୍ରାଇଭର ଏହି ବିକ୍ଷୋଭରେ ସାମିଲ ହେବାକୁ ଆସୁଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ସମ୍ଭାବନା ରହିଛି। ଡ୍ରାଇଭରମାନେ ଉଗ୍ର ହୋଇଥିବାବେଳେ ସେମାନଙ୍କ କାର୍ଯ୍ୟକଳାପ ଆକଳନ କରାଯାଇପାରିବ ନାହିଁ। ତେଣୁ ସେମାନେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ଅଛି। ତେଣୁ ସମ୍ପୂର୍ଣ୍ଣ ସଜାଗ ରହିବା ଆବଶ୍ୟକ। ଘଟଣା ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ଗୋଇନ୍ଦା ନିଜ ରିପୋର୍ଟରେ ଦର୍ଶାଇ ଦେଇଥିଲା। ହେଲେ ଏତେସବୁ ପରେ ମଧ୍ୟ ଗୋଇନ୍ଦା ରିପୋର୍ଟର କିଛି ମାନେ ରହିଲା ନାହିଁ। ଯାହା ହେବ ବୋଲି ସେମାନେ ରିପୋର୍ଟ ଦେଇଥିଲେ ସବୁକିଛି ସେହିପରି ଘଟିଲା ହେଲେ କମିଶନରେଟ ପୋଲିସ ଏହାକୁ ରୋକିବାରେ ବିଫଳ ହେଲା। କୁହାଯାଉଛି, ଡ୍ରାଇଭରମାନଙ୍କ ହାତରେ ଠେଙ୍ଗା, ବାଡ଼ି ଦେଖି ପୋଲିସ ଡରିକି ଖସିଲା ଭଳି ରହିଲା। ପୋଲିସ କାମ ସବୁ ଡ୍ରାଇଭରମାନେ କରି ଚାଲିଲେ। ତେବେ ଡ୍ରାଇଭରମାନେ ଆନ୍ଦୋଳନ କରିବା ସମୟରେ ବହୁ ସାଧାରଣ ଲୋକଙ୍କୁ ହଇରାଣ କରିଥିବାବେଳେ ଅନେକଙ୍କୁ ମାଡ଼ ମାରିବା ସହ ସେମାନଙ୍କ ଗାଡ଼ି ଭାଙ୍ଗି ଦେଇଛନ୍ତି। ଏନେଇ ବିଭିନ୍ନ ଥାନାରେ ୪ଟି ମାମଲା ରୁଜୁ ହୋଇଛି।
ଏହି ଘଟଣାକୁ ନେଇ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଗୋଇନ୍ଦା ରିପୋର୍ଟ ଯଦି ରାତି ୧୧ଟାରେ ଆସିବ ଏବଂ ସକାଳ ୭ଟାରେ ଆନ୍ଦୋଳନ ହେବ, ତେବେ କ’ଣ କରାଯିବ। ଗୋଇନ୍ଦା ରିପୋର୍ଟ ଡିସିପିଙ୍କ ନିକଟକୁ ଆସିଥାଏ। ଡ୍ରାଇଭରମାନେ ଆନ୍ଦୋଳନ କରିବା ଦ୍ୱାରା କ’ଣ ହୋଇଛି ବୁଝି ହେଉନି। ୭ ହଜାର ନବ ନିର୍ମାଣ କୃଷକ ସଙ୍ଗଠନ ସଦସ୍ୟ ବିଗତ ଦିନରେ ଆସିଥିଲେ, ସେମାନଙ୍କୁ ଅଟକାଯାଇଥିଲା ଫଳରେ ସବୁ ମୁଖ୍ୟ ଏନ୍‌ଏଚ୍‌ ୫ଘଣ୍ଟା ଲେଖା ବନ୍ଦ ହୋଇଥିଲା, ହେଲେ କାଲି ସେଭଳି କିଛି ହୋଇ ନାହିଁ। ଡ୍ରାଇଭରମାନେ ଖାକିରେ ଥିଲେ ପୋଲିସ ମଧ୍ୟ ଖାକିରେ ଥିଲେ ସେଥିଲାଗି କୁହାଯାଉଛି ଯେ, ପୋଲିସ ନ ଥିଲେ। ସେମାନେ ନବୀନ ନିବାସ, ଲୋକସେବା ଭବନ, ବିଧାନସଭା, ମନ୍ତ୍ରୀଙ୍କ ଘରେ ପଶିଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେମାନେ ଯେତେ ଗାଡ଼ିରେ ଆସିଥିଲେ ସେସବୁ ଯଦି ଯାଞ୍ଚ କରାଯାଇଥାନ୍ତା, ତେବେ ଗୋଟିଏ ଗାଡିକୁ ୫ ମିନିଟ ସର୍ବନିମ୍ନ ଲେଖା ନେଇଥିଲେ କେତେ ସମୟ ଯାଇଥାନ୍ତା। ସେମାନେ ଗୋଟିଏ ଦୁଇଟା ଗାଡ଼ି ଭାଙ୍ଗିଛନ୍ତି, ଅଧିକ କିଛି କ୍ଷତି ହୋଇନି ବୋଲି ସୌମେନ୍ଦ୍ର କହିଛନ୍ତି। ଅପରପକ୍ଷରେ ଏକାଧିକ ସ୍ଥାନରେ ଏଭଳି ଘଟଣା ଦେଖିବାକୁ ମିଳିଥିବାବେଳେ ମାତ୍ର ୪ଟି ମାମଲା କମିଶନରେଟ ପୋଲିସ ରୁଜୁ କରିଥିବା ଡିସିପି ଉମାଶଙ୍କର ଦାଶ କହିଛନ୍ତି। ଯେଉଁମାନଙ୍କ ଗାଡ଼ି ଭାଙ୍ଗିଛି ସେମାନଙ୍କୁ ଅଭିଯୋଗ କରିବାକୁ କୁହାଯାଇଛି। କିଛି ସ୍ଥାନରେ ଡ୍ରାଇଭରମାନେ ରାସ୍ତା ଅବରୋଧ ସାଙ୍ଗକୁ ହିଂସା ଘଟାଇବା ସହ ପୋଲିସକୁ ହଇରାଣ କରିଛନ୍ତି। ଲୋକମାନଙ୍କୁ ଠେଲାପେଲା କରିଛନ୍ତି ସେସବୁର ଭିଡିଓ ସଂଗ୍ରହ ଚାଲିଛି। ଆଇନକୁ ହାତକୁ ନେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉମାଶଙ୍କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri