ପୋଲିସକୁ ଦୋଷ ଦେଲା ଗୋଇନ୍ଦା

ଭୁବନେଶ୍ୱର,୨୦।୪(ବ୍ୟୁରୋ): ୧୧ଦଫା ଦାବି ନେଇ ରାଜ୍ୟ ଡ୍ରାଇଭର ମହାସଂଘ ପକ୍ଷରୁ ୪୦ହଜାରରୁ ଊର୍ଦ୍ଧ୍ୱ ଡ୍ରାଇଭର ସୋମବାର ରାଜଧାନୀ ଭିତରେ ପଶି ସ୍ଥିତି ଅଣାୟତ୍ତ କରିବା ଘଟଣା ରାଜ୍ୟ ଗୃହ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ହଜାର ହଜାର ସଂଖ୍ୟାରେ ଡ୍ରାଇଭର ରାଜଧାନୀ ଭିତରେ ଠେଙ୍ଗା, ବାଡ଼ି ସହ ପଶି ଯେଉଁଭଳି ସାଧାରଣ ଲୋକଙ୍କୁ ହଇରାଣ କଲେ ଏବଂ ଏସବୁ ଦେଖି କମିଶନରେଟ ପୋଲିସ ନିଷ୍କ୍ରିୟ ହୋଇପଡ଼ିବା ଘଟଣା ସମସ୍ତଙ୍କୁ ଚକିତ କରିଥିଲା। ରାଜ୍ୟ ସରକାରଙ୍କ ଗୋଇନ୍ଦା ବିଭାଗ ଏତେବଡ ଘଟଣାରେ ଫେଲ୍‌ ମାରିଥିବା ନେଇ ସାଧାରଣରେ ପ୍ରଶ୍ନ ଉଠିବାପରେ ଘଟଣାର ଦିନକ ପରେ ଗୋଇନ୍ଦା ବିଭାଗ ନିଜ ମୁଣ୍ଡରୁ ଦୋଷ ଖସାଇବା ସହିତ କମିଶନରେଟ ପୋଲିସ ଉପରେ ଦୋଷ ଲଦିଛି। ହଜାର ହଜାର ସଂଖ୍ୟାରେ ଡ୍ରାଇଭର ରାଜଧାନୀ ଭିତରେ ପଶି ଆନ୍ଦୋଳନ, ପ୍ରତିବାଦ, ଧାରଣା ଆଦି କରିବେ ବୋଲି ଗତ ୧୬ ତାରିଖରେ କମିଶନରେଟ ପୋଲିସକୁ ଗୋଇନ୍ଦା ସୂଚନା ଦିଆଯାଇଥିଲା ବୋଲି କୁହାଯାଉଛି। କମିଶନରେଟ ପୋଲିସର ବିଫଳତାକୁ ସାମ୍ନାକୁ ଆଣିବା ପାଇଁ ଗୋଇନ୍ଦା ନିଜ ପୂର୍ବ ରିପୋର୍ଟକୁ ବାହାରକୁ ଛାଡ଼ି ଦେଇଥିବା କୁହାଯାଉଛି। ଅନ୍ୟପଟେ ଡ୍ରାଇଭରଙ୍କ ଆନ୍ଦୋଳନ ରାଜ୍ୟ ସରକାରଙ୍କ ଉପରେ କେତେ ମାତ୍ରାରେ ଚାପ ସୃଷ୍ଟି କରିଛି, ତାହା ଗୋଇନ୍ଦା ରିପୋର୍ଟ ସାର୍ବଜନୀନ କଥାରୁ ମଧ୍ୟ ଏକ ପ୍ରକାର ବାରି ହୋଇପଡ଼ୁଛି। ଗୋଇନ୍ଦା ତା’ର ରିପୋର୍ଟ ଦେବାପରେ ଯଦି ଏଭଳି ଘଟଣା ଘଟିଲା ତେବେ ଏଥିଲାଗି କିଏ ଦାୟୀ ସେକଥାକୁ ନେଇ ସାଧାରଣ ଲୋକେ ପ୍ରଶ୍ନ ଉଠାଇଛନ୍ତି। ସରକାର ଏହି ଘଟଣାରେ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ଏହାକୁ ନେଇ ବିରୋଧୀ ରାଜନୈତିକ ଦଳଗୁଡ଼ିକ ସରକାରଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।
ରାଜ୍ୟ ଗୋଇନ୍ଦା ବିଭାଗ ଦେଇଥିବା ରିପୋର୍ଟରେ ଦର୍ଶାଯାଇଥିଲା ଯେ, ରାଜ୍ୟ ଡ୍ରାଇଭର ମହାସଂଘ ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଳି ଏବଂ ରାଜ୍ୟ ସମ୍ପାଦକ ଚୈତନ୍ୟ ପ୍ରଧାନଙ୍କ ନେତୃତ୍ୱରେ ଏକ ବଡ଼ ଆନ୍ଦୋଳନର ପ୍ରସ୍ତୁତି ଚାଲିଛି। ସେମାନେ ୧୧ ଦଫା ଦାବି ନେଇ ବାଣୀବିହାର ଦେଇ ଲୋୟର ପିଏମ୍‌ଜିଠାରେ ପହଞ୍ଚତ୍ ଆନ୍ଦୋଳନ କରିବେ। ଏହାସହ କେଉଁ ଜିଲା ସଭାପତିଙ୍କ ନେତୃତ୍ୱରେ କେତେଜଣ ଲେଖାଏ ଡ୍ରାଇଭର ଆସି ଏହି ଆନ୍ଦୋଳନରେ ସାମିଲ ହେବେ ସେକଥା ମଧ୍ୟ ରିପୋର୍ଟରେ ଦର୍ଶାଯାଇଥିଲା। ଡ୍ରାଇଭରମାନେ ୧୭ତାରିଖରେ ଭୁବନେଶ୍ୱରଠାରେ ବସ୍‌, ଟ୍ରେନ୍‌ ଏବଂ ଅନ୍ୟାନ୍ୟ ଯାନରେ ଆସି ପହଞ୍ଚତ୍ବା ପରେ ନିଜ ସୁବିଧାରେ ରହିବେ। ଏହାପରେ ସୋମବାର ସେମାନେ ଆନ୍ଦୋଳନକୁ ଓହ୍ଲାଇବେ। ପୂର୍ବରୁ ୨୦୨୧ ଅକ୍ଟୋବର ୨୯ରେ ଡ୍ରାଇଭରମାନେ ସେମାନଙ୍କ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବା ସତ୍ତ୍ୱେ ଏ ପର୍ଯ୍ୟନ୍ତ ଦାବି ପୂରଣ କରାଯାଇ ନାହିଁ। ସେମାନଙ୍କ ଦାବି ପୂରଣ ନ ହେଲେ ସେମାନେ ଛୋଟ ଛୋଟ ଗ୍ରୁପ୍‌ରେ ବିଭକ୍ତ ହୋଇ ନବୀନ ନିବାସ, ପରିବହନ ମନ୍ତ୍ରୀଙ୍କ ବାସଭବନ, ଲୋକସେବା ଭବନ ଏବଂ ବିଧାନସଭା ଭିତରେ ପଶିବେ। ୪୦ହଜାରରୁ ଊର୍ଦ୍ଧ୍ୱ ଡ୍ରାଇଭର ଏହି ବିକ୍ଷୋଭରେ ସାମିଲ ହେବାକୁ ଆସୁଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ସମ୍ଭାବନା ରହିଛି। ଡ୍ରାଇଭରମାନେ ଉଗ୍ର ହୋଇଥିବାବେଳେ ସେମାନଙ୍କ କାର୍ଯ୍ୟକଳାପ ଆକଳନ କରାଯାଇପାରିବ ନାହିଁ। ତେଣୁ ସେମାନେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ଅଛି। ତେଣୁ ସମ୍ପୂର୍ଣ୍ଣ ସଜାଗ ରହିବା ଆବଶ୍ୟକ। ଘଟଣା ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ଗୋଇନ୍ଦା ନିଜ ରିପୋର୍ଟରେ ଦର୍ଶାଇ ଦେଇଥିଲା। ହେଲେ ଏତେସବୁ ପରେ ମଧ୍ୟ ଗୋଇନ୍ଦା ରିପୋର୍ଟର କିଛି ମାନେ ରହିଲା ନାହିଁ। ଯାହା ହେବ ବୋଲି ସେମାନେ ରିପୋର୍ଟ ଦେଇଥିଲେ ସବୁକିଛି ସେହିପରି ଘଟିଲା ହେଲେ କମିଶନରେଟ ପୋଲିସ ଏହାକୁ ରୋକିବାରେ ବିଫଳ ହେଲା। କୁହାଯାଉଛି, ଡ୍ରାଇଭରମାନଙ୍କ ହାତରେ ଠେଙ୍ଗା, ବାଡ଼ି ଦେଖି ପୋଲିସ ଡରିକି ଖସିଲା ଭଳି ରହିଲା। ପୋଲିସ କାମ ସବୁ ଡ୍ରାଇଭରମାନେ କରି ଚାଲିଲେ। ତେବେ ଡ୍ରାଇଭରମାନେ ଆନ୍ଦୋଳନ କରିବା ସମୟରେ ବହୁ ସାଧାରଣ ଲୋକଙ୍କୁ ହଇରାଣ କରିଥିବାବେଳେ ଅନେକଙ୍କୁ ମାଡ଼ ମାରିବା ସହ ସେମାନଙ୍କ ଗାଡ଼ି ଭାଙ୍ଗି ଦେଇଛନ୍ତି। ଏନେଇ ବିଭିନ୍ନ ଥାନାରେ ୪ଟି ମାମଲା ରୁଜୁ ହୋଇଛି।
ଏହି ଘଟଣାକୁ ନେଇ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଗୋଇନ୍ଦା ରିପୋର୍ଟ ଯଦି ରାତି ୧୧ଟାରେ ଆସିବ ଏବଂ ସକାଳ ୭ଟାରେ ଆନ୍ଦୋଳନ ହେବ, ତେବେ କ’ଣ କରାଯିବ। ଗୋଇନ୍ଦା ରିପୋର୍ଟ ଡିସିପିଙ୍କ ନିକଟକୁ ଆସିଥାଏ। ଡ୍ରାଇଭରମାନେ ଆନ୍ଦୋଳନ କରିବା ଦ୍ୱାରା କ’ଣ ହୋଇଛି ବୁଝି ହେଉନି। ୭ ହଜାର ନବ ନିର୍ମାଣ କୃଷକ ସଙ୍ଗଠନ ସଦସ୍ୟ ବିଗତ ଦିନରେ ଆସିଥିଲେ, ସେମାନଙ୍କୁ ଅଟକାଯାଇଥିଲା ଫଳରେ ସବୁ ମୁଖ୍ୟ ଏନ୍‌ଏଚ୍‌ ୫ଘଣ୍ଟା ଲେଖା ବନ୍ଦ ହୋଇଥିଲା, ହେଲେ କାଲି ସେଭଳି କିଛି ହୋଇ ନାହିଁ। ଡ୍ରାଇଭରମାନେ ଖାକିରେ ଥିଲେ ପୋଲିସ ମଧ୍ୟ ଖାକିରେ ଥିଲେ ସେଥିଲାଗି କୁହାଯାଉଛି ଯେ, ପୋଲିସ ନ ଥିଲେ। ସେମାନେ ନବୀନ ନିବାସ, ଲୋକସେବା ଭବନ, ବିଧାନସଭା, ମନ୍ତ୍ରୀଙ୍କ ଘରେ ପଶିଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେମାନେ ଯେତେ ଗାଡ଼ିରେ ଆସିଥିଲେ ସେସବୁ ଯଦି ଯାଞ୍ଚ କରାଯାଇଥାନ୍ତା, ତେବେ ଗୋଟିଏ ଗାଡିକୁ ୫ ମିନିଟ ସର୍ବନିମ୍ନ ଲେଖା ନେଇଥିଲେ କେତେ ସମୟ ଯାଇଥାନ୍ତା। ସେମାନେ ଗୋଟିଏ ଦୁଇଟା ଗାଡ଼ି ଭାଙ୍ଗିଛନ୍ତି, ଅଧିକ କିଛି କ୍ଷତି ହୋଇନି ବୋଲି ସୌମେନ୍ଦ୍ର କହିଛନ୍ତି। ଅପରପକ୍ଷରେ ଏକାଧିକ ସ୍ଥାନରେ ଏଭଳି ଘଟଣା ଦେଖିବାକୁ ମିଳିଥିବାବେଳେ ମାତ୍ର ୪ଟି ମାମଲା କମିଶନରେଟ ପୋଲିସ ରୁଜୁ କରିଥିବା ଡିସିପି ଉମାଶଙ୍କର ଦାଶ କହିଛନ୍ତି। ଯେଉଁମାନଙ୍କ ଗାଡ଼ି ଭାଙ୍ଗିଛି ସେମାନଙ୍କୁ ଅଭିଯୋଗ କରିବାକୁ କୁହାଯାଇଛି। କିଛି ସ୍ଥାନରେ ଡ୍ରାଇଭରମାନେ ରାସ୍ତା ଅବରୋଧ ସାଙ୍ଗକୁ ହିଂସା ଘଟାଇବା ସହ ପୋଲିସକୁ ହଇରାଣ କରିଛନ୍ତି। ଲୋକମାନଙ୍କୁ ଠେଲାପେଲା କରିଛନ୍ତି ସେସବୁର ଭିଡିଓ ସଂଗ୍ରହ ଚାଲିଛି। ଆଇନକୁ ହାତକୁ ନେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉମାଶଙ୍କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri