ଗଣେଶ ପୂଜା ପାଇଁ ଜାରି ହେଲା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୨ା୯(ବ୍ୟୁରୋ): ଗଣେଶ ପୂଜା ପାଇଁ ବିଏମ୍‌ସି ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ନିୟମ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ହୋଇଛି। ପୂଜା ଅବସରରେ ମଣ୍ଡପରେ ସର୍ବସାଧାରଣଙ୍କୁ ଅନୁମତି ଦିଆଯିବ ନାହିଁ। କମିଶନରେଟ ପୋଲିସର ଅନୁମତି ନେଇ ପୂଜା କମିଟିର ସଦସ୍ୟମାନେ କରୋନା କଟକଣା ମାନି ମଣ୍ଡପରେ ଗଣେଶ ପୂଜା ପରିଚାଳନା କରିପାରିବେ। କେବଳ ରୀତିନୀତିରେ ହିଁହେବ ପୂଜା। ପୂଜା ପେଣ୍ଡାଲକୁ ଆବଦ୍ଧ କରାଯିବ ଏବଂ ଗୋଟିଏ ପାର୍ଶ୍ୱର ଖୋଲା ରହିବ। ମୂର୍ତ୍ତି ଆକାର ୪ ଫୁଟରୁ କମ୍‌ ହେବା ଉଚିତ୍‌। ପୂଜା ସମୟରେ ୭ରୁ ଅଧିକ ଲୋକ ରହିପାରିବେନି। ସମସ୍ତଙ୍କୁ କୋଭିଡ କଟକଣା ପାଳନ କରିବାକୁ କୁହାଯାଇଛି। ପୂଜାପାଠ ପାଳନ ପାଇଁ କେବଳ ଟିକା ଦିଆଯାଇଥିବା ଲୋକଙ୍କୁ ଅନୁମତି ଦିଆଯିବ। ମୂର୍ତ୍ତି ବିସର୍ଜନ ବିଏମ୍‌ସି ଦ୍ୱାରା ପ୍ରସ୍ତୁତ କୃତ୍ରିମ ପୋଖରୀକୁ ବ୍ୟବହାର କରାଯିବ। ଶିକ୍ଷାନୁଷ୍ଠାନରେ ମଧ୍ୟ ଗଣେଶ ପୂଜା ସମୟରେ ଏହି ନିୟମ ପାଳନ କରାଯିବ। କୋଚିଂ ସେଣ୍ଟର ଓ ଶିକ୍ଷାନୁଷ୍ଠାନରେ ସର୍ବାଧିକ ୨୦ ଜଣ ରହିପାରିବେ। ପୂଜା ବେଳେ ଭୋଜି ବା ପ୍ରସାଦ ପ୍ରସ୍ତୁତ ସେବନ ଉପରେ କଟକଣା ଜାରି ହୋଇଛି।