ମହିଳା ଓ ଶିଶୁ ବିକାଶ ବିଭାଗର ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର, ୧୬ା୫(ବ୍ୟୁରୋ): ମହିଳା, ଶିଶୁ, କିଶୋରୀ, ଗର୍ଭବତୀ ଓ ପ୍ରସୂତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଡିଏସ୍‌ଡବ୍ଲ୍ୟୁ ଓ ଆଇସିଡିଏସ୍‌ କାର୍ଯ୍ୟକର୍ତ୍ତାଙ୍କ ସହ ଭର୍ଚୁଆଲ ବୈଠକରେ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏହାପରେ ମାର୍ଗଦର୍ଶିକା ଜାରି ନେଇ ସମନ୍ବିତ ଶିଶୁ ବିକାଶ ଓ ସମାଜ କଲ୍ୟାଣର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। କରୋନାର ଦ୍ୱିତୀୟ ଲହର ଘାତକ ହୋଇଥିବାରୁ ଶିଶୁ, ଗର୍ଭବତୀ ଓ ପ୍ରସୂତିଙ୍କ ପୁଷ୍ଟିସାଧନ, ସ୍ତନ୍ୟପାନ, ଅତିଶୟ ପୁଷ୍ଟିହୀନ ଶିଶୁଙ୍କ(ସାମ୍‌) ସ୍ବାସ୍ଥ୍ୟରକ୍ଷା ଏବଂ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନ ବିଭିନ୍ନ ଅଙ୍ଗନଓ୍ବାଡି କାର୍ଯ୍ୟକ୍ରମରେ କରୋନା ସମ୍ପର୍କିତ ସାବଧାନତା ଅବଲମ୍ବନ ଜରୁରୀ ବୋଲି ଚିଠିରେ ଲେଖାଯାଇଛି। ତେବେ ମାର୍ଗଦର୍ଶିକା ଅନୁସାରେ, ଆଇସିଡିଏସ୍‌ କ୍ଷେତ୍ର କର୍ମଚାରୀ ଓ ହିତାଧିକାରୀ ପରସ୍ପର ସହ ମତ ବିନିମୟ ସମୟରେ ମାସ୍କ ପିନ୍ଧିବେ। ୨ ବର୍ଷରୁ ଊର୍ଦ୍ଧ୍ୱ ପିଲା ଘରୁ ବାହାରକୁ ଆସିଲେ ମାସ୍କ ପିନ୍ଧିବାକୁ ଅଭିଭାବକଙ୍କୁ ସଚେତନ କରାଯିବ। କୌଣସି ଲକ୍ଷଣ ଦେଖାଗଲେ ସଙ୍ଗରୋଧରେ ରହିବେ।ସ୍ବାସ୍ଥ୍ୟରେ ଅବନତି ହେଲେ ହସ୍ପିଟାଲରେ ଆଡ୍‌ମିଟ୍‌ କରାଯିବ। ଶିଶୁଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସଦ୍ୟ ପ୍ରସ୍ତୁତ ଲୁଣି, ମିଠା ଏବଂ ଚର୍ବିରହିତ ପୁଷ୍ଟିକର ଖାଦ୍ୟ ଦିଆଯିବ। ପୂର୍ବରୁ ଚିହ୍ନଟ ହୋଇଥିବା ସାମ୍‌ ଓ ଅତିଶୟ ଅଳ୍ପ ଓଜନ ବିଶିଷ୍ଟ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ସିଡିପିଓ, ସୁପରଭାଇଜର ଏବଂ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଶନିବାର କିଶୋରୀଙ୍କୁ ଦିଆଯାଉଥିବା ଆଇରନ୍‌ ଓ ଫଲିକ୍‌ ଏସିଡ୍‌ ବଟିକା ଘରପାଖରେ ଆଶା/ଅଙ୍ଗନ୍‌ଓ୍ବାଡ଼ି କର୍ମୀମାନେ ଯୋଗାଇବେ। ସେହିଭଳି ସ୍କୁଲ ଛାତ୍ରୀଛାତ୍ରଙ୍କୁ ଏହି ବଟିକା ମଧ୍ୟାହ୍ନ ଭୋଜନ ରାଶନ ସାମଗ୍ରୀ ସହିତ ଶିକ୍ଷକମାନେ ଯୋଗାଇବେ। ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଶିଶୁଙ୍କ ଓଜନ ବୃଦ୍ଧିକୁ ନିୟମିତ ଭାବେ ତଦାରଖ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଟୋକନ ମିଳିଲାନି, ବିକ୍ରି ହେଲାନି ଧାନ: ପ୍ରଶାସନ ନ ଶୁଣିବାରୁ ଓକିଲ ସଂଘର ଦ୍ୱାରସ୍ଥ ହେଲା କୃଷକ ସଂଗଠନ

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତ ଜୁନ୍ ମାସ ୩୦ ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଶେଷ ହୋଇଯାଇଥିଲେ ମଧ୍ୟ ହଜାର ହଜାର ଚାଷୀ ଧାନ ବିକ୍ରିରୁ…

ଲଘୁଚାପ ବର୍ଷାରେ ଜଳମଗ୍ନ ଧାମନଗର ବ୍ଲକ

ଧାମନଗର, ୧୭।୭ (ସନ୍ତୋଷ କୁମାର ମହାପାତ୍ର): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିବା ବେଳେ ଜନଜୀବନ ସମ୍ପୂର୍ଣ୍ଣ…

ପାତଲମ୍ବା ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ : ଦନ୍ତା ହାତୀ ଆକ୍ରମଣ ସନ୍ଦେହ; ପୋଲିସ, ବନ ବିଭାଗ ଓ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ ଆରମ୍ଭ

କଲ୍ୟାଣସିଂହପୁର, ୧୭।୭ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତର ପାତଲମ୍ବା ଜଙ୍ଗଲରୁ ଶୁକ୍ରବାର ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର…

ଦିଗପହଣ୍ଡିରେ ରଥଟଣା ସମ୍ପନ୍ନ: ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ଶ୍ରୀମହାବାହୁ

ଦିଗପହଣ୍ଡି, ୧୭।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଅନ୍ୟତମ ଗଡ଼ଜାତ ତଥା ତତ୍କାଳୀନ ବଡ଼ଖେମୁଣ୍ଡି ରାଜ୍ୟର ରାଜଧାନୀ ଦିଗପହଣ୍ଡିରେ ପବିତ୍ର ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି…

ଦାରିଙ୍ଗବାଡି ଅଞ୍ଚଳରେ ଲଗାଣ ବର୍ଷା: ଏକାଧିକ ସ୍ଥାନରେ ଉପୁଡ଼ିଲା ଗଛ, ସମସ୍ୟା ଘେରରେ…

ଦାରିଙ୍ଗବାଡି, ୧୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ତିନି ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ସମଗ୍ର ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri