ମହିଳା ଓ ଶିଶୁ ବିକାଶ ବିଭାଗର ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର, ୧୬ା୫(ବ୍ୟୁରୋ): ମହିଳା, ଶିଶୁ, କିଶୋରୀ, ଗର୍ଭବତୀ ଓ ପ୍ରସୂତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଡିଏସ୍‌ଡବ୍ଲ୍ୟୁ ଓ ଆଇସିଡିଏସ୍‌ କାର୍ଯ୍ୟକର୍ତ୍ତାଙ୍କ ସହ ଭର୍ଚୁଆଲ ବୈଠକରେ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏହାପରେ ମାର୍ଗଦର୍ଶିକା ଜାରି ନେଇ ସମନ୍ବିତ ଶିଶୁ ବିକାଶ ଓ ସମାଜ କଲ୍ୟାଣର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। କରୋନାର ଦ୍ୱିତୀୟ ଲହର ଘାତକ ହୋଇଥିବାରୁ ଶିଶୁ, ଗର୍ଭବତୀ ଓ ପ୍ରସୂତିଙ୍କ ପୁଷ୍ଟିସାଧନ, ସ୍ତନ୍ୟପାନ, ଅତିଶୟ ପୁଷ୍ଟିହୀନ ଶିଶୁଙ୍କ(ସାମ୍‌) ସ୍ବାସ୍ଥ୍ୟରକ୍ଷା ଏବଂ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନ ବିଭିନ୍ନ ଅଙ୍ଗନଓ୍ବାଡି କାର୍ଯ୍ୟକ୍ରମରେ କରୋନା ସମ୍ପର୍କିତ ସାବଧାନତା ଅବଲମ୍ବନ ଜରୁରୀ ବୋଲି ଚିଠିରେ ଲେଖାଯାଇଛି। ତେବେ ମାର୍ଗଦର୍ଶିକା ଅନୁସାରେ, ଆଇସିଡିଏସ୍‌ କ୍ଷେତ୍ର କର୍ମଚାରୀ ଓ ହିତାଧିକାରୀ ପରସ୍ପର ସହ ମତ ବିନିମୟ ସମୟରେ ମାସ୍କ ପିନ୍ଧିବେ। ୨ ବର୍ଷରୁ ଊର୍ଦ୍ଧ୍ୱ ପିଲା ଘରୁ ବାହାରକୁ ଆସିଲେ ମାସ୍କ ପିନ୍ଧିବାକୁ ଅଭିଭାବକଙ୍କୁ ସଚେତନ କରାଯିବ। କୌଣସି ଲକ୍ଷଣ ଦେଖାଗଲେ ସଙ୍ଗରୋଧରେ ରହିବେ।ସ୍ବାସ୍ଥ୍ୟରେ ଅବନତି ହେଲେ ହସ୍ପିଟାଲରେ ଆଡ୍‌ମିଟ୍‌ କରାଯିବ। ଶିଶୁଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସଦ୍ୟ ପ୍ରସ୍ତୁତ ଲୁଣି, ମିଠା ଏବଂ ଚର୍ବିରହିତ ପୁଷ୍ଟିକର ଖାଦ୍ୟ ଦିଆଯିବ। ପୂର୍ବରୁ ଚିହ୍ନଟ ହୋଇଥିବା ସାମ୍‌ ଓ ଅତିଶୟ ଅଳ୍ପ ଓଜନ ବିଶିଷ୍ଟ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ସିଡିପିଓ, ସୁପରଭାଇଜର ଏବଂ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଶନିବାର କିଶୋରୀଙ୍କୁ ଦିଆଯାଉଥିବା ଆଇରନ୍‌ ଓ ଫଲିକ୍‌ ଏସିଡ୍‌ ବଟିକା ଘରପାଖରେ ଆଶା/ଅଙ୍ଗନ୍‌ଓ୍ବାଡ଼ି କର୍ମୀମାନେ ଯୋଗାଇବେ। ସେହିଭଳି ସ୍କୁଲ ଛାତ୍ରୀଛାତ୍ରଙ୍କୁ ଏହି ବଟିକା ମଧ୍ୟାହ୍ନ ଭୋଜନ ରାଶନ ସାମଗ୍ରୀ ସହିତ ଶିକ୍ଷକମାନେ ଯୋଗାଇବେ। ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଶିଶୁଙ୍କ ଓଜନ ବୃଦ୍ଧିକୁ ନିୟମିତ ଭାବେ ତଦାରଖ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲା: ଶୁଭ୍ରାଙ୍କୁ ୩ ଘଣ୍ଟା ଜେରା, ୩ ସହଯୋଗୀଙ୍କୁ ନୋଟିସ୍‌

ଭୁବନେଶ୍ୱର,୨୦।୧(ବ୍ୟୁରେ): ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଗିରଫ ହୋଇ ରିମାଣ୍ଡରେ ଆସିଥିବା ଅଭିନେତ୍ରୀ ଶୁଭ୍ରା କୁଣ୍ଡୁଙ୍କୁ ଦ୍ୱିତୀୟ ଦିନରେ ସିବିଆଇ ୩ଘଣ୍ଟା ଜେରା କରିଛି। ଜେରାବେଳେ...

ପୁରୀରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ,୨୫।୪: ପୁରୀରେ ପଞ୍ଚମ ପର୍ଯ୍ୟାୟ ରଥକାଠ ସୋମବାର ପହଞ୍ଚିଛି। ଦୁଇଟି ଟ୍ରକରେ ନୟାଗଡ ଓ ବୌଦ୍ଧ ବନଖଣ୍ଡରୁ ୧୧୪ ଖଣ୍ଡ ରଥକାଠ ଆସିଛି। ବର୍ତ୍ତମାନ...

କମିଲା ବସ୍‌ ଭଡ଼ା: କିମି ପିଛା ୧ରୁ ୨ ପଇସା

ଭୁବନେଶ୍ୱର,୬।୩(ବ୍ୟୁରୋ): ରାଜ୍ୟରେ ବସ୍‌ ଭଡ଼ା କମିଲା। କିଲୋମିଟର ପିଛା ୧ରୁ ୨ ପଇସା ହ୍ରାସ ପାଇଛି। ସାଧାରଣ ବସ୍‌ ଭଡ଼ା ୬୯ ପଇସା ଥିବା ବେଳେ...

୫ଦିନ ଧରି ନାବାଳିକାଙ୍କୁ ବଳାତ୍କାର

ବାରିପଦା ଅଫିସ, ୧।୫: ମୟୂରଭଞ୍ଜ ଜିଲା ଚାନ୍ଦୁଆ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ୫ଦିନ ଧରି ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକା ବାପାଙ୍କ ଅଭିଯୋଗ...

ଚାଲିଛି ଜେରା, ବଢୁଛି ଛନକା

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ କଳାଧନ୍ଦାର ବିଜ୍‌ନେସ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ପ୍ରବର୍ତ୍ତନ...

ଖୋର୍ଦ୍ଧାରେ ପଥର ଚାଲାଣ ମାମଲା : ୬ଜଣଙ୍କୁ ଧରିବା ପାଇଁ ରାଜ୍ୟ ବାହାରକୁ ଗଲା ଏସ୍‌ଟିଏଫ୍‌

ଭୁବନେଶ୍ୱର,୧୯।୮(ବ୍ୟୁରୋ) : ଖୋର୍ଦ୍ଧା ପଥର ଚାଲାଣ ର଼୍ୟାକେଟରେ ସମ୍ପୃକ୍ତ ଥିବା ମୁଖ୍ୟ ୬ଜଣ ମାଫିଆଙ୍କୁ ଗିରଫ କରିବା ପାଇଁ ଏସ୍‌ଟିଏଫ୍‌ ଜାଲ ବିଛାଇଛି। ଏହି ୬ଜଣଙ୍କ...

ରାଜଧାନୀର ୨ଟି ବାରରେ ଲାଗିଲା ତାଲା

ଭୁବନେଶ୍ୱର,୨୨।୮(ବ୍ୟୁରୋ): ଲକ୍ଷ୍ମୀସାଗର ଥାନା ଅଧୀନ କଟକ ରୋଡ କଳ୍ପନା ଛକ ନିକଟରେ ଥିବା ପେଣ୍ଟାଗନ୍‌ ବାର ଆଣ୍ଡ ହୋଟେଲ ଓ ନିଶା ବାର୍‌କୁ ରବିବାର ବିଏମ୍‌ସି...

ଏମ୍‌ପି ଅନୁଭବ-ମନୋଜିତ କଳି: ଏସ୍‌ଡିଜେଏମ୍‌ କୋର୍ଟରେ ବୟାନ ରେକର୍ଡ

କଟକ ଅଫିସ,୨୮ା୧୧: କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ ଛାତ୍ର ବିଜେଡି ନେତା ମନୋଜିତ ଦାସ ଏସ୍‌ଡିଜେଏମ୍‌ କୋର୍ଟରେ ଏକ କମ୍ପ୍ଲେନ କେସ୍‌ ଦାଏର କରିଥିଲେ।...

Advertisement
Archives

Model This Week