କଡାକଡି ପାଳନ ହେବ ନିର୍ଦ୍ଦେଶାବଳୀ: ହାତୀ ସୁରକ୍ଷାରେ ରହିବେ ଗଜସାଥି, ସଠିକ୍‌ ସୂଚନା ଦେଲେ ମିଳିବ…

ଭଞ୍ଜନଗର,୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ବୁଧବାର ଗଜସାଥି ଦକ୍ଷତା ପ୍ରଶିକ୍ଷଣ ଶିବିର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବିଶ୍ୱନାଥ ନୀଳାମ୍ବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ିଲେ ହାତୀ ମଣିଷ ଲଢେଇ କମିବ ବୋଲି କହିଥିଲେ। ଏଥିପାଇଁ ଗଜସାଥିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯେଉଁ ଗଜସାଥୀ ଉପଯୁକ୍ତ ସୂଚନା ଦେବେ ତାଙ୍କୁ ପୁରସ୍କାର ଦେବା ବ୍ୟବସ୍ଥା ଅଛି। ଏଥିସହ ଗଜସାଥିମାନେ ଗାଁକୁ ଗାଁ ବୁଲି ଶିକାର , ହୁକିଙ୍ଗ ଉପରେ ତଥ୍ୟ ସଂଗ୍ରହ କରିବେ। ଏହାପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ତଥ୍ୟ ପ୍ରଦାନ କରିବେ। ହାତୀମାନଙ୍କ ସୁରକ୍ଷା ପାଇଁ ସରକାର ଏସଓପି ଜାରି କରିଛନ୍ତି। ଏସଓପି ଆଧାରରେ ହାତୀଙ୍କ ସୁରକ୍ଷା କରାଯିବ ବୋଲି ଆର୍‌ସିସିଏଫ କହିଥିଲେ। ୧୦ ବର୍ଷ ପୂର୍ବେ ହାତୀ ମଣିଷ ଲଢେଇ ରାଜ୍ୟରେ ପ୍ରାୟ ନଥିଲା। କିନ୍ତୁ ସମୟ ବଦଳି ଯାଇଛି। ବିଭିନ୍ନ କାରଣ ଯୋଗୁ ଏହି ସମସ୍ୟା ବଢ଼ିଯାଇଛି। ଆଗକୁ ବଢିବା ମଧ୍ୟ ସମ୍ଭାବନା ରହିଛି। ଏହାକୁ ରୋକିବା ପାଇଁ ବନ କର୍ମଚାରୀ ଏକାକୀ ସମ୍ଭବପର ନୁହେଁ। ତେଣୁ ତାହାକୁ କଡାକଡି ଭାବେ ପାଳନ କରାଯିବ ବୋଲି ଆର୍‌ସିସିଏଫ କହିଥିଲେ। ନୂଆ ଏସଓପି ଅନୁସାରେ ଦୁଇଜଣ ଗଜସାଥୀ ଗାଁକୁ ଯାଇ ସମ୍ପୃକ୍ତ ପଞ୍ଚାୟତ ସରପଞ୍ଚ କିମ୍ବା ଅନ୍ୟ ନେତାମାନଙ୍କୁ ଭେଟି ତଥ୍ୟ ସଂଗ୍ରହ କରିବେ। ଲୋକଙ୍କୁ ସଚେତନ କରାଇବେ। ଲୋକଙ୍କ ଫସଲ କ୍ଷତି ହେଲେ ଗଜସାଥିମାନେ ଚାଷୀଙ୍କୁ ସହଯୋଗ କରିବେ କି କିଭଳି ଫସଲ କ୍ଷତିପୂରଣ ମିଳିପାରିବ। ବିଭିନ୍ନ ସୂଚନା ଦେଲେ ସେମାନଙ୍କୁ ପ୍ରୋତ୍ସାହନ ରାଶି ମିଳିବ। ବନପାଳମାନେ ସାପ୍ତାହିକ ସମୀକ୍ଷା କରିବେ। ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟାକୁ କର୍ମଚାରୀମାନେ ସମାଧାନ କରିବା ପାଇଁ ପଦକ୍ଷେପ ନେବେ। ଯାହା ବିଭାଗର କାମ ସଂପୃକ୍ତ ବିଭାଗ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇ ସମସ୍ୟାର ସମାଧାନ କରିବେ। ଏହାଦ୍ବାରା ଲୋକଙ୍କ ସମସ୍ୟାର ସମାଧାନ ସହ ବିଭାଗ ପ୍ରତି ଲୋକଙ୍କ ବିଶ୍ବାସ ବଢିବ। ଏଥିପ୍ରତି ଦୃଷ୍ଟି ଦେବାପାଇଁ ଆରସିସିଏଫ ଉପସ୍ଥିତ ଗଜସାଥି ଏବଂ କର୍ମଚାରୀଙ୍କୁ ଆହ୍ବାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଡିଏଫଓ ହିମାଂଶୁ ଶେଖର ମହାନ୍ତି, ବନ୍ୟପ୍ରାଣୀ ନିର୍ଦ୍ଦେଶକ ଅବସରପ୍ରାପ୍ତ ଆଇଏଫଏସ ଅଧିକାରୀ ଅରୂପ ନାୟକ, ବାଲିଗୁଡା ଡିଏଫଓ ଘନଶ୍ୟାମ ମହାନ୍ତି , ସ୍ନେହା ନିର୍ଦ୍ଦେଶକ ରଞ୍ଜିତ ପଟ୍ଟନାୟକ ପ୍ରମୁଖ ଆଲୋଚନାର ଭାଗନେଇ ବନ୍ୟପ୍ରାଣୀ କିଭଳି ସୁରକ୍ଷିତ ରହିପାରିବ ସେ ଉପରେ କହିଥିଲେ। ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିବୀ ରାଜ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri