କଡାକଡି ପାଳନ ହେବ ନିର୍ଦ୍ଦେଶାବଳୀ: ହାତୀ ସୁରକ୍ଷାରେ ରହିବେ ଗଜସାଥି, ସଠିକ୍‌ ସୂଚନା ଦେଲେ ମିଳିବ…

ଭଞ୍ଜନଗର,୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ବୁଧବାର ଗଜସାଥି ଦକ୍ଷତା ପ୍ରଶିକ୍ଷଣ ଶିବିର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବିଶ୍ୱନାଥ ନୀଳାମ୍ବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ିଲେ ହାତୀ ମଣିଷ ଲଢେଇ କମିବ ବୋଲି କହିଥିଲେ। ଏଥିପାଇଁ ଗଜସାଥିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯେଉଁ ଗଜସାଥୀ ଉପଯୁକ୍ତ ସୂଚନା ଦେବେ ତାଙ୍କୁ ପୁରସ୍କାର ଦେବା ବ୍ୟବସ୍ଥା ଅଛି। ଏଥିସହ ଗଜସାଥିମାନେ ଗାଁକୁ ଗାଁ ବୁଲି ଶିକାର , ହୁକିଙ୍ଗ ଉପରେ ତଥ୍ୟ ସଂଗ୍ରହ କରିବେ। ଏହାପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ତଥ୍ୟ ପ୍ରଦାନ କରିବେ। ହାତୀମାନଙ୍କ ସୁରକ୍ଷା ପାଇଁ ସରକାର ଏସଓପି ଜାରି କରିଛନ୍ତି। ଏସଓପି ଆଧାରରେ ହାତୀଙ୍କ ସୁରକ୍ଷା କରାଯିବ ବୋଲି ଆର୍‌ସିସିଏଫ କହିଥିଲେ। ୧୦ ବର୍ଷ ପୂର୍ବେ ହାତୀ ମଣିଷ ଲଢେଇ ରାଜ୍ୟରେ ପ୍ରାୟ ନଥିଲା। କିନ୍ତୁ ସମୟ ବଦଳି ଯାଇଛି। ବିଭିନ୍ନ କାରଣ ଯୋଗୁ ଏହି ସମସ୍ୟା ବଢ଼ିଯାଇଛି। ଆଗକୁ ବଢିବା ମଧ୍ୟ ସମ୍ଭାବନା ରହିଛି। ଏହାକୁ ରୋକିବା ପାଇଁ ବନ କର୍ମଚାରୀ ଏକାକୀ ସମ୍ଭବପର ନୁହେଁ। ତେଣୁ ତାହାକୁ କଡାକଡି ଭାବେ ପାଳନ କରାଯିବ ବୋଲି ଆର୍‌ସିସିଏଫ କହିଥିଲେ। ନୂଆ ଏସଓପି ଅନୁସାରେ ଦୁଇଜଣ ଗଜସାଥୀ ଗାଁକୁ ଯାଇ ସମ୍ପୃକ୍ତ ପଞ୍ଚାୟତ ସରପଞ୍ଚ କିମ୍ବା ଅନ୍ୟ ନେତାମାନଙ୍କୁ ଭେଟି ତଥ୍ୟ ସଂଗ୍ରହ କରିବେ। ଲୋକଙ୍କୁ ସଚେତନ କରାଇବେ। ଲୋକଙ୍କ ଫସଲ କ୍ଷତି ହେଲେ ଗଜସାଥିମାନେ ଚାଷୀଙ୍କୁ ସହଯୋଗ କରିବେ କି କିଭଳି ଫସଲ କ୍ଷତିପୂରଣ ମିଳିପାରିବ। ବିଭିନ୍ନ ସୂଚନା ଦେଲେ ସେମାନଙ୍କୁ ପ୍ରୋତ୍ସାହନ ରାଶି ମିଳିବ। ବନପାଳମାନେ ସାପ୍ତାହିକ ସମୀକ୍ଷା କରିବେ। ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟାକୁ କର୍ମଚାରୀମାନେ ସମାଧାନ କରିବା ପାଇଁ ପଦକ୍ଷେପ ନେବେ। ଯାହା ବିଭାଗର କାମ ସଂପୃକ୍ତ ବିଭାଗ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇ ସମସ୍ୟାର ସମାଧାନ କରିବେ। ଏହାଦ୍ବାରା ଲୋକଙ୍କ ସମସ୍ୟାର ସମାଧାନ ସହ ବିଭାଗ ପ୍ରତି ଲୋକଙ୍କ ବିଶ୍ବାସ ବଢିବ। ଏଥିପ୍ରତି ଦୃଷ୍ଟି ଦେବାପାଇଁ ଆରସିସିଏଫ ଉପସ୍ଥିତ ଗଜସାଥି ଏବଂ କର୍ମଚାରୀଙ୍କୁ ଆହ୍ବାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଡିଏଫଓ ହିମାଂଶୁ ଶେଖର ମହାନ୍ତି, ବନ୍ୟପ୍ରାଣୀ ନିର୍ଦ୍ଦେଶକ ଅବସରପ୍ରାପ୍ତ ଆଇଏଫଏସ ଅଧିକାରୀ ଅରୂପ ନାୟକ, ବାଲିଗୁଡା ଡିଏଫଓ ଘନଶ୍ୟାମ ମହାନ୍ତି , ସ୍ନେହା ନିର୍ଦ୍ଦେଶକ ରଞ୍ଜିତ ପଟ୍ଟନାୟକ ପ୍ରମୁଖ ଆଲୋଚନାର ଭାଗନେଇ ବନ୍ୟପ୍ରାଣୀ କିଭଳି ସୁରକ୍ଷିତ ରହିପାରିବ ସେ ଉପରେ କହିଥିଲେ। ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିବୀ ରାଜ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

JDUରେ ସାମିଲ ହେଲେ ନିଶାନ୍ତ, କହିଲେ ମୋ ବାପାଙ୍କ ଉପରେ ମୁଁ ଗର୍ବ କରେ

ପାଟନା,୮।୩: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଜନତା ଦଳ ୟୁନାଇଟେଡ (ଜେଡିୟୁ)ରେ ଯୋଗ ଦେଇଛନ୍ତି। ବୈଠକ ସମୟରେ ସେ ଦଳୀୟ କର୍ମୀମାନଙ୍କୁ ସ୍ବାଗତ କରିଥିଲେ।…

‘ସମାଜ ଗଠନରେ ନାରୀମାନଙ୍କ ଭୂମିକା ଅତୁଳନୀୟ’

ଥୁଆମୂଳ ରାମପୁର,୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ…

‘ନାରୀ ଶିକ୍ଷିତ ହେଲେ ଆର୍ଥିକ କ୍ଷେତ୍ରରେ ପ୍ରଗତି ହୋଇପାରିବ’

ଭଞ୍ଜନଗର,୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଏବଂ ଘୁମୁସର ଗବେଷଣା ପ୍ରତିଷ୍ଠାନ(ଜିଜିପି) ପକ୍ଷରୁ…

ଫାଇନାଲ ମ୍ୟାଚରେ ହେବ ବର୍ଷା! ଜାଣନ୍ତୁ କେମିତି ରହିଛି ପାଗ

ନୂଆଦିଲ୍ଲୀ,୮।୩: ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଟିମ ଇଣ୍ଡିଆ ୨୦୨୬ ଟି୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିଛି। ଭାରତ ରବିବାର, ୮ ମାର୍ଚ୍ଚରେ ଅହମଦାବାଦର ନରେନ୍ଦ୍ର…

ଫାଇନାଲ ମ୍ୟାଚ ପୂର୍ବରୁ ୨ ଦିନ ହେବ ଶୋଇ ପାରି ନାହାଁନ୍ତି ଏହି ଗାୟିକା, କାହିଁକି? କହିଲେ ଏହାର କାରଣ

ନୂଆଦିଲ୍ଲୀ,୮।୩: ରବିବାରି, ୮ ମାର୍ଚ୍ଚରେ, ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ T20 ବିଶ୍ୱକପ ଫାଇନାଲ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଗାୟିକା ଫାଲଗୁନି ପାଠକ ସମାପନ ଉତ୍ସବରେ…

ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଓଡ଼ିଶାର…

ବଲାଙ୍ଗୀର,୮ା୩(ସୁନିଲ କୁମାର ମହାନ୍ତି): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଅଡିଟୋରିୟମରେ ବଲାଙ୍ଗୀର ଜିଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦ୍‌ଘାଟିତ ହୋଇଛି।…

‘ଓ୍ବାର୍ଲଡ କପ ଆମର’, କିଏ ଆଉ କାହିଁକି କହିଲେ ଏମିତି? ଫାଇନାଲ ମ୍ୟାଚ ପୂର୍ବରୁ ଚର୍ଚ୍ଚାରେ ଏହି ବୟାନ

ନୂଆଦିଲ୍ଲୀ,୮।୩: ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସା ୭ଟାରୁ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ…

ଅନ୍ତର୍ଜାତୀୟ ମହିଳା ଦିବସରେ ଏକାଠି ହେଲେ ମହିଳା, ନିଜେ ସ୍ବାବଲମ୍ବୀ ହେବା ସହ…

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ଆମ୍ବ ବଗିଚାଠାରେ ରବିବାର ମଧ୍ୟାହ୍ନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ନାରୀ ମହାସଂଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri