Categories: ଜାତୀୟ

ଅତିଥିଙ୍କୁ କଳା ପୋଷାକ ଖୋଲିବାକୁ କୁହାଗଲା, ଶାର୍ଟ ବି ଛାଡ଼ିଲେ ନାହିଁ

ପୁଣେ,୭।୩: ଏମ୍‌ଆଇଟି କଲେଜ ଭେନ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରୁଥିବା ବେଳେ ଇଭେଣ୍ଟରେ ଉପସ୍ଥିତି ଅତିଥିଙ୍କୁ କଳା ରଙ୍ଗର ମାସ୍କ, ମୋଜା କାଢ଼ିବାକୁ କୁହାଯାଇଥିଲା। ଏପରି କି କେତେକଙ୍କ କ୍ଷେତ୍ରରେ ଶାର୍ଟ ମଧ୍ୟ ଖୋଲିବାକୁ କୁହାଯାଇଥିଲା ବୋଲି ଜଣାପଡ଼ିଛି। ସମ୍ଭାବ୍ୟ ଆନ୍ଦୋଳନକୁ ରୋକିବା ପାଇଁ ଭନେ୍ୟୁର ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ଏଭଳି ପଦକ୍ଷେପ ନେଇଥିଲେ।

ଇଭେଣ୍ଟକୁ କଭର କରିଥିବା ଜଣେ ଖବରଦାତା ମଙ୍ଗେଶ ଫାଲେ କହିଛନ୍ତି, ଭେନ୍ୟୁର ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ତାଙ୍କୁ କଳା ରଙ୍ଗର ମାସ୍କ ଓହ୍ଲାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଉପରେ ପୁଣେ ପୋଲିସ କମିଶନର ଅମିତାଭ ଗୁପ୍ତା କହିଛନ୍ତି, କଳା ରଙ୍ଗାର ପତାକାକୁ ଅନୁମତି ନ ଦେବା ଲାଗି ନିର୍ଦ୍ଦେଶ ଜାରି ହୋଇଥିଲା। କଳା ପତାକା ଓ କଳା ରଙ୍ଗର ପୋଷାକ ମଧ୍ୟରେ କିଛି ଦ୍ୱନ୍ଦ୍ୱ ରହିଥିଲା।

Share