ଅଭିଭାବକ: ସେଦିନ ଓ ଆଜି

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ଦିନଥିଲା ମାତାପିତା ପୁତ୍ରକନ୍ୟାଙ୍କୁ ଯେଉଁ ଶିକ୍ଷା ଦେବାକୁ ଚାହୁଁଥିଲେ, ତାହା ଭକ୍ତକବି ମଧୁସୂଦନଙ୍କ ଭାଷାରେ, ”କ୍ଷୁଦ୍ରକୀଟ ଉଇ ଅଳ୍ପ ଅଳ୍ପ କରି ରଚଇ ବାଲ୍ମୀକ ଘର/ ମୁହଁି ସେହିପରି ଯତନେ ସଞ୍ଚତ୍ବି ଧର୍ମଧନ ନିରନ୍ତର।“ ଆଜି ସମୟ ବଦଳି ଯାଇଛି। ଧର୍ମଧନର ସ୍ଥାନ ନେଇଛି କେବଳ ଧନ। ମାତାପିତା ତାଙ୍କ ପୁତ୍ରକନ୍ୟାଙ୍କ ପାଇଁ ଏଭଳି ସ୍କୁଲ ଅନ୍ବେଷଣ କରୁଛନ୍ତି, ଯେଉଁଠି ଅଧ୍ୟୟନ କଲେ ସେମାନେ ନିଜକୁ ମେଧାବୀ ଭାବରେ ଗଢ଼ି ତୋଳିବେ ଓ ପରୀକ୍ଷାରେ ଉଚ୍ଚ ନମ୍ବର ରଖି ଉଚ୍ଚ ଚାକିରି ପାଇବେ ଏବଂ ବିପୁଳ ଅର୍ଥ ରୋଜଗାର କରିପାରିବେ। ମନେପଡ଼େ ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ଏକ ଅଭିଜ୍ଞତା। ଥରେ ସେ ବିମାନ ଯାତ୍ରା କରୁଥା’ନ୍ତି। ପାଖରେ ବସିଥା’ନ୍ତି ଜଣେ ଶିଳ୍ପପତି। ସେ ମନୋଜ ବାବୁଙ୍କ ସହ କଥାବାର୍ତ୍ତା କରୁକରୁ କହିଲେ, ”ବୁଝିଲେ ଆଜ୍ଞା। ମୋ ଝିଅର ଡାକ୍ତରୀ ପାଠ ପଢ଼ିବା ପାଇଁ ସଉକ ଅଛି। ଗୋଟିଏ କଲେଜ କହିଲା, ତାହା ସମ୍ଭବ ନୁହେଁ; କାରଣ ନାମଲେଖା ମାପଦଣ୍ଡ ଅନୁସାରେ ପରୀକ୍ଷାରେ ତା’ର ନମ୍ବର କମ୍‌ ଅଛି। ମୁଁ କହିଲି ଆପଣ ଯେତେ ଲକ୍ଷ ଟଙ୍କା ଦାବି କଲେ ମୁଁ ଦେବାକୁ ପ୍ରସ୍ତୁତ ଅଛି, କିନ୍ତୁ ମୋ ଝିଅର ଡାକ୍ତରୀ ପାଠ ପଢ଼ିବା ଦରକାର। ତା’ ସତ୍ତ୍ୱେ ସେହି କଲେଜ କର୍ତ୍ତୃପକ୍ଷ ରାଜି ହେଲେ ନାହିଁ। ଠିକ୍‌ ଅଛି, ମୋ ଝିଅ ଡାକ୍ତର ହେବା ଦରକାର ନାହିଁ। ମୁଁ ଏଭଳି ବ୍ୟବସ୍ଥା କରିବି, ଯେମିତି ତା’ ପାଖରେ ଦଶଜଣ ଡାକ୍ତର ଖଟୁଥିବେ।“ ମନୋଜ ଦାସ ଏହା ଶୁଣି କହିଲେ, ”ତା’ହେଲେ ଆପଣ ତା’ର ନାମଲେଖାକୁ ନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ।“ ଶିଳ୍ପପତି କହିଲେ, ”ଠିକ୍‌ ଯେ ଆଜ୍ଞା। ଯେଉଁ ଦେଶର ଲୋକ ଅର୍ଥର ମର୍ଯ୍ୟାଦା ବୁଝନ୍ତି ନାହିଁ, ସେ ଦେଶରେ ଆପଣ କ’ଣ କରିପାରିବେ?“ ଏହା ହେଉଛି ଆମ ଦେଶର ଜଣେ ସମ୍ଭ୍ରାନ୍ତ ଅଭିଭାବକର ଦୃଷ୍ଟିଭଙ୍ଗୀ। ଆଜି ଅଭିଭାବକମାନେ ଚାହୁଁଛନ୍ତି ସେମାନଙ୍କ ପିଲା ମେଧା ବଳରେ ନ ହେଲେ ଅର୍ଥ ବଳରେ ଉତ୍କୃଷ୍ଟ ଶିକ୍ଷାନୁଷ୍ଠାନରେ ପ୍ରବେଶ କରୁ, ପରୀକ୍ଷାରେ ଉଚ୍ଚ ନମ୍ବର ପାଇବା ପାଇଁ ଆବଶ୍ୟକ ହେଲେ ଅସାଧୁ ଉପାୟ ଅବଲମ୍ବନ କରୁ ଓ ଶେଷରେ ଲାଞ୍ଚ ଦେଇ ଅଯୋଗ୍ୟ ହେବା ସତ୍ତ୍ୱେ ଉଚ୍ଚ ଚାକିରି ପାଉ। ଆଜି ଏହା ହେଉଛି ବହୁ ଅଭିଭାବକଙ୍କ ମାନସିକତା।
ଏହି ପ୍ରସଙ୍ଗରେ ମନେପଡ଼େ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୀବନର ଏକ ଘଟଣା। ବନ୍ଧୁ ବ୍ରଜମୋହନ ପଣ୍ଡା ଗଙ୍ଗାଧରଙ୍କୁ ତାଙ୍କ ଗାଁ ଲରମ୍ଭାରେ ପ୍ରତିଷ୍ଠିତ ହୋଇଥିବା ସ୍କୁଲରେ ତାଙ୍କ ପୁଅ ଭଗବାନ୍‌ ମେହେରଙ୍କୁ ଜଣେ ଶିକ୍ଷକ ଭାବରେ ଗ୍ରହଣ କରିବା ପାଇଁ ଅନୁମତି ଦେବା ଲାଗି ଅନୁରୋଧ କରିଥିଲେ ହେଁ ଗଙ୍ଗାଧର ସେହି ପ୍ରସ୍ତାବକୁ ଗ୍ରହଣ କରି ନ ଥିଲେ। ତାଙ୍କ ଆଶଙ୍କା ଥିଲା, ସେଠାରେ ଆମତ୍ସମ୍ମାନ ବଜାୟ ରଖି ଚାକିରି କରିବା ଭଗବାନ୍‌ ମେହେରଙ୍କ ପକ୍ଷରେ ସମ୍ଭବ ନ ଥିଲା; କାରଣ ସେ ଶିକ୍ଷକତା କରିବା ପାଇଁ ଆବଶ୍ୟକ କୌଣସି ସାର୍ଟିଫିକେଟ ପାଇନଥିଲେ। କେବଳ ବନ୍ଧୁଙ୍କ ଜୋରରେ ଜଣେ ଯୋଗ୍ୟତାହୀନ ବ୍ୟକ୍ତି ସ୍କୁଲରେ ଛାତ୍ରମାନଙ୍କ ଦ୍ୱାରା ଉପହସିତ ହେବା ଓ ତଦ୍ଦ୍ବାରା ଛାତ୍ରମାନଙ୍କର କ୍ଷତି ହେବା ତାଙ୍କର ଆଶଙ୍କା ହେଲା। ଏଣୁ ସେ ବ୍ରଜମୋହନଙ୍କ ନିକଟକୁ ଚିଠିରେ ଲେଖିଲେ, ”ଭଗବାନ୍‌ ଲରମ୍ଭା ନ ଯିବାକୁ ଆପଣ ମୋ ପ୍ରତି ଅସନ୍ତୁଷ୍ଟ ହୋଇନାହାନ୍ତି ତ? ଭଗବାନ୍‌ ଏଣ୍ଟ୍ରାନ୍ସ ପାସ୍‌ କରି ନ ଥିବାରୁ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅପମାନ ପାଇବାର ଆଶଙ୍କା ହେବାରୁ ତାଙ୍କୁ ପଠାଇବାରେ ଦ୍ୱିଧା ହେଲା। ଛାତ୍ରମାନେ ମଧ୍ୟ ଅନାଗ୍ରହ କଲେ ସ୍କୁଲର ଅବନତି ହେବ। ଆପଣଙ୍କ ସ୍ନେହ ଏଡ଼ିବା ମୋ ପକ୍ଷରେ ଉଚିତ ନୁହେଁ, ତଥାପି ସ୍କୁଲର ଉନ୍ନତିରେ ବାଧା ହେବ ଭାବି ସେପରି କରିଛି।“ ଏହାଥିଲା ଅଭିଭାବକ ଭାବରେ ଗଙ୍ଗାଧରଙ୍କ ଦୃଷ୍ଟିଭଙ୍ଗୀ। ପୁତ୍ର ବରଂ ଚାକିରି ନ ପାଉ, ମାତ୍ର ତା’ର ଅଯୋଗ୍ୟତା ଛାତ୍ରମାନଙ୍କ କ୍ଷତି ନ କରୁ। ଅଭିଭାବକ ଗଙ୍ଗାଧର ଏହିଭଳି ଏକ ମହତ୍‌ ଭାବନା ପୋଷଣ କରିଥିଲେ।
ମହାମତ୍ା ଗାନ୍ଧୀଙ୍କ ପୁତ୍ର ମଣିଲାଲ ଗାନ୍ଧୀ ଦକ୍ଷିଣ ଆଫ୍ରିକାର ଡର୍ବାନ ସହରରେ ରହୁଥା’ନ୍ତି। ଥରେ ସେ ପୁତ୍ର ଅରୁଣ ଗାନ୍ଧୀଙ୍କ ସହ ୧୮ କିଲୋମିଟର ଦୂର ଏକ ସ୍ଥାନକୁ ଯାଇଥା’ନ୍ତି। ଅରୁଣ ପିତାଙ୍କୁ ଏକ ସେମିନାର ହଲରେ ଛାଡ଼ି ଦେଇ ଗାଡ଼ି ମରାମତି ପାଇଁ ଏକ ଗ୍ୟାରେଜକୁ ଗଲେ। ସନ୍ଧ୍ୟା ୫ଟା ବେଳେ ସେ ପିତାଙ୍କୁ ଧରି ଘରକୁ ଫେରିବା କଥା। ଅରୁଣ ଗାଡ଼ି ମରାମତି କାମ ସରିବାପରେ ଚାଲିଗଲେ ସିନେମା ଦେଖିବାକୁ। ସିନେମା ଦେଖିବାରେ ସେ ଏତେ ଭୋଳ ହୋଇଗଲେ ଯେ, କେତେବେଳେ ସମୟ ଅତିକ୍ରାନ୍ତ ହୋଇଗଲା ସେ ଜାଣିପାରିଲେ ନାହିଁ। ବାପାଙ୍କ ପାଖରେ ପହଞ୍ଚତ୍ବା ବେଳକୁ ଏକ ଘଣ୍ଟା ବିଳମ୍ବ ହୋଇ ସାରିଥିଲା। ବାପା ବିଳମ୍ବର କାରଣ ପଚାରନ୍ତେ ଅରୁଣ କହିଲେ, ଗାଡ଼ି ମରାମତିରେ ବିଳମ୍ବ ହେଲା। ଅରୁଣଙ୍କ ପାଖରୁ ଏହି ମିଥ୍ୟା ଉତ୍ତର ଶୁଣି ମଣିଲାଲ ମର୍ମାହତ ହେଲେ କାରଣ ସେ ସତ୍ୟକଥାଟି ଗ୍ୟାରେଜ ମାଲିକ ପାଖରୁ ଜାଣି ସାରିଥିଲେ। ମଣିଲାଲ ଅରୁଣକୁ କହିଲେ, ”ତୋତେ ବଢ଼ାଇବାରେ ମୋର ବୋଧେ କିଛି ଭୁଲ ରହିଯାଇଛି, ଯେଉଁଥିପାଇଁ ତୁ ଆଜି ମୋତେ ମିଛ କହିଲୁ। ଏଣୁ ସେହି ଭୁଲ ହୃଦୟଙ୍ଗମ କରିବା ପାଇଁ ମୁଁ ଆଜି ଚାଲିଚାଲି ଘରକୁ ଫେରିବି।“ ଏହା କହି ଦୀର୍ଘ ପାଞ୍ଚଘଣ୍ଟା ଚାଲି ଘରେ ପହଞ୍ଚିଲେ। ନିଜ ପୁଅକୁ ଉପଯୁକ୍ତ ମଣିଷ ଭାବରେ ଗଢ଼ିବାରେ ସେ ଜଣେ ଆଦର୍ଶ ଅଭିଭାବକର ଭୂମିକା ତୁଲାଇଲେ।
ସମ୍ପ୍ରତି ଅଭିଭାବକମାନଙ୍କ ଦୃଷ୍ଟିଭଙ୍ଗୀ ବଦଳିଯାଇଛି। ସେମାନେ ଗୋଟିଏ ବ୍ୟାଧି ଦ୍ୱାରା ପୀଡ଼ିତ। ସେହି ବ୍ୟାଧି ହେଉଛି ସ୍ଥୂଳ ଉପଯୋଗିତାବାଦ। ଏହି ଦୃଷ୍ଟିକୋଣରୁ ସବୁକଥାକୁ ବିଚାର କରାଯାଉଛି। ଦରକାରୀ ହୋଇ ନ ଥିଲେ କୌଣସି କଥାର ମୂଲ୍ୟ ନାହିଁ। ନିଜକୁ ସଭ୍ୟ ବୋଲାଉଥିବା ଲୋକେ ଦରକାରୀ ବୋଇଲେ ତାକୁ ହିଁ ବୁଝୁଛନ୍ତି; ଯାହା ଅର୍ଥ ଆକର୍ଷଣ କରିପାରିବ, ଅର୍ଥ ଉପୁଜାଇପାରିବ। ଏହି ବ୍ୟାଧି ଭୀଷଣ ସଂକ୍ରାମକ। ଏବେ ଏହି ବ୍ୟାଧି ଅଭିଭାବକମାନଙ୍କଠାରୁ ପିଲାମାନଙ୍କ ପାଖକୁ ସଂକ୍ରମଣ ହୋଇଛି। ସେମାନେ ଭାବନ୍ତି, ଅଧିକ ଅର୍ଥ ଆମ ଆୟତ୍ତରେ ଥିଲେ ଆମେ ଅଧିକ ସ୍ବାଧୀନ। ଯାହା ମନ ଚାହିଁବ ଆମେ ତାହା କରିପାରିବା। ଏହି ଧାରଣାରୁ ସେମାନେ ଅର୍ଥ ଉପାର୍ଜନ ଓ ସଞ୍ଚୟ କରିଚାଲନ୍ତି। ମାତ୍ର ଅର୍ଥ ସ୍ବାଧୀନତାର ମାଧ୍ୟମ ହୋଇ ରହେନାହିଁ। ସେମାନଙ୍କ ଅଜାଣତରେ ସେହି ମାଧ୍ୟମ ହିଁ ତାଙ୍କ ଉପରେ ପ୍ରଭୁତ୍ୱ ଜାହିର କରେ। ଯେଉଁ ସ୍ବାଧୀନତାର ସ୍ବପ୍ନରେ ସେମାନେ ଅର୍ଥ ଲୋଡ଼ିଥିଲେ, ସେ ସ୍ବାଧୀନତା ହରାଇ ସେମାନେ ଅର୍ଥର ଦାସ ହୋଇଯା’ନ୍ତି। ଯେଉଁ ବୟସରେ ସେମାନେ ଜୀବନର ମହତ୍ତ୍ୱ ଓ ଉକତ୍ର୍ଷର ସ୍ବପ୍ନ ଦେଖିବା କଥା, ସେହି ବୟସରେ ସେମାନେ ଟଙ୍କାର ସ୍ବପ୍ନ ଦେଖୁଛନ୍ତି। ସେମାନଙ୍କ ପାଇଁ ବିଦ୍ୟା ଅର୍ଜନରେ ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ। ଶ୍ରୀମା’ କହିଛନ୍ତି ”ଜ୍ଞାନ ପାଇଁ ବିଦ୍ୟାର୍ଜନ କରିବା, ପ୍ରକୃତିର ତଥା ଜୀବନର ଗୋପନ ରହସ୍ୟ ବୁଝିବା ପାଇଁ ଅଧ୍ୟୟନ କରିବା, ଚେତନାର ଅଭିବୃଦ୍ଧି ପାଇଁ, ନିଜକୁ ଶୃଙ୍ଖଳିତ କରିବା ପାଇଁ, ନିଜ ଭିତରେ ଥିବା ଦୁର୍ବଳତା, ଅକ୍ଷମତା ଓ ଅଜ୍ଞାନ ଅତିକ୍ରମ କରିବା ନିମନ୍ତେ ଏକ ମହତ୍ତର ସତ୍ୟ ସକାଶେ ପ୍ରସ୍ତୁତ ହେବା ହେଉଛି ଶିକ୍ଷାର ଉଦ୍ଦେଶ୍ୟ। ମାତ୍ର ସ୍ଥୂଳ ଉପଯୋଗିତାବାଦ ଦ୍ୱାରା ପୀଡ଼ିତ ଆଜିର ଅଭିଭାବକମାନେ ଏ ସମ୍ପର୍କରେ ଚିନ୍ତା କରନ୍ତି ନାହିଁ। ସେମାନଙ୍କ ପାଇଁ ଏକମାତ୍ର ଗୁରୁତ୍ୱପୂର୍ଣ୍ଣ କଥା ହେଲା କେମିତି ସେମାନଙ୍କ ପୁତ୍ରକନ୍ୟା ବିପୁଳ ଅର୍ଥ ଉପାର୍ଜନ କରିବା ପାଇଁ ପ୍ରସ୍ତୁତ ହେବେ। ଏହିଭଳି ଅଧଃପତିତ ଅବସ୍ଥାରୁ ଉର୍ତ୍ତୀଣ୍ଣ ହେବା ପାଇଁ ଲୋଡ଼ା ବ୍ୟାପକ ସାମୂହିକ ସଚେତନତା। ଏ ଦିଗରେ ସମାଜର ବିଜ୍ଞବର୍ଗ ହିଁ ଆଗଭର ହେବା ଉଚିତ।
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri