ଆଜି ଶ୍ରୀମନ୍ଦିରରେ ଫଗୁ ଦଶମୀ

ପୁରୀ ଅଫିସ,୧୩।୩: ଆଜି ଶ୍ରୀମନ୍ଦିରରେ ଫଗୁ ଦଶମୀ । ଏହି ଅବସରରେ ମହାପ୍ରଭୁଙ୍କ ଚାଚେରୀ ବେଶ ଓ ଚାଚେରୀ ଭୋଗ ନୀତି କରାଯିବ । ଠାକୁରେ ଝିମିରି ଫଗୁ, ଚନ୍ଦନ ଓ ପ୍ରସାଦ ଲାଗି ହୋଇ ବନ୍ଦାପନା ହେବ । ଚାଚେରୀ ବେଶରେ ଶ୍ରୀବିଗ୍ରହ ବୋଇରାଣୀ(ବସ୍ତ୍ର) ମାଧାବଳୀ ଇତ୍ୟାଦି ନୂଆ ଲୁଗାମାନ ଲାଗି ହେବେ ।
ଛ’ଅ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ୪ ସୁବର୍ଣ୍ଣ କୁଣ୍ଡଳ ଓ ୨ ତଡ଼ଗୀ ଶ୍ରୀବିଗ୍ରହ ଭୂଷିତ ହେବେ। ଘଣ୍ଟା ଛତା ସର୍ବାଙ୍ଗ ୩ବାଡ଼ରେ ସମ୍ପନ୍ନ ହେବ । କର୍ପୂର ଆଳତି ବଢିବ । ତିନି ବା ଫଗୁ ଆଞ୍ଜୁଳି ଦେବା ପରେ ପାଳିଆ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସିଂହାସନ ଉପରକୁ ଉଠି ପ୍ରସାଦ ମଇଲମ କରିବେ । ଏହି ଦିନ ଠାରୁ ୫ଦିନ ଧରି ଶ୍ରୀବିଗ୍ରହଙ୍କ ଏହି ଅନନ୍ୟ ବେଶ ଓ ଭୋଗ ଅନୁଷ୍ଠିତ ହେବ ।