ଟିଟିଲାଗଡ଼ରେ ଜିଏସ୍‌ଟି ଚଢ଼ାଉ

ଟିଟିଲାଗଡ଼,୨୯।୧୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ରେ ୨ଟି ବ୍ୟବସାୟିକ ପ୍ରତିଷ୍ଠାନରେ ଜିଏସ୍‌ଟି ଟିମ୍‌ ପକ୍ଷରୁ ମଙ୍ଗଳବାର ଚଢ଼ାଉ କରାଯାଇଛି। ବଲାଙ୍ଗୀର ଓ କଳାହାଣ୍ଡି ଅଧିକାରୀ ସେରାମିକ୍‌, ଶୁକନ ଇନ୍‌ଫ୍ରାଟ୍ରେଡର କାର୍ଯ୍ୟାଳୟ ଗୋଦାମରେ କିଣାବିକା କାଗଜପତ୍ର ଯାଞ୍ଚ କରୁଛନ୍ତି। ଯାଞ୍ଚର ପ୍ରକ୍ରିୟା ଶେଷ ହେବା ପରେ ଉପସ୍ଥିତ ଅଧିକାରୀ ତଥ୍ୟ ପ୍ରଦାନ କରିବେ ବୋଲି କହିଛନ୍ତି।