୩ ଦିନରେ ହେବ ଜିଏସ୍‌ଟି ପଞ୍ଜୀକରଣ

ଭୁବନେଶ୍ୱର,୨୬।୧୦: କେନ୍ଦ୍ର ସରକାର ନଭେମ୍ବର ପହିଲାରୁ ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ପାଇଁ ଏକ ନୂଆ ଓ ସରଳ ପଞ୍ଜୀକରଣ ପ୍ରଣାଳୀ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ବ୍ୟବସ୍ଥା ଅନୁଯାୟୀ, ନୂଆ ଆବେଦନକାରୀମାନଙ୍କୁ କେବଳ ୩ କାର୍ଯ୍ୟ ଦିବସ ଭିତରେ ଅନୁମତି ମିଳିଯିବ। ସରକାରଙ୍କ ଦ୍ୱାରା ଅଣାଯାଇଥିବା ଜିଏସ୍‌ଟି ସଂସ୍କାର ଅଧୀନରେ ଜିଏସ୍‌ଟି ପରିଷଦ ଏହାକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ନୂଆ ବ୍ୟବସ୍ଥା ଫଳରେ ପଞ୍ଜୀକରଣ ପ୍ରକ୍ରିୟା ପୂର୍ବାପେକ୍ଷା ସରଳ ହେବ । ନୂଆ ନିୟମ ଅନୁଯାୟୀ,୨ ପ୍ରକାର ଆବେଦନକାରୀମାନଙ୍କୁ ସ୍ବୟଂଚାଳିତ ଭାବେ ପଞ୍ଜୀକରଣ ମିଳିପାରିବ। ପ୍ରଥମେ ସିଷ୍ଟମ ଦ୍ୱାରା ଡାଟା ଓ ରିସ୍କ ବିଶ୍ଳେଷଣ ଆଧାରରେ ଚୟନ ହୋଇଥିବା ବ୍ୟକ୍ତିମାନେ ଏବଂ ଦ୍ୱିତୀୟରେ, ଯେଉଁମାନଙ୍କର ମାସିକ କର ଦେୟ (ଆଉଟପୁଟ ଟ୍ୟାକ୍ସ) ୨.୫ ଲକ୍ଷ ଟଙ୍କାରୁ କମ୍‌ ରହୁଛି ସେମାନେ ଏହି ସେବା ପାଇପାରିବେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅନୁଯାୟୀ, ଏହି ନୂଆ ପ୍ରକ୍ରିୟା ଫଳରେ ପ୍ରାୟ ୯୬ ପ୍ରତିଶତ ନୂଆ ଆବେଦନକାରୀଙ୍କୁ ସିଧାସଳଖ ଲାଭ ମିଳିବ। ଗାଜିଆବାଦରେ ନୂଆ ସିଜିଏସ୍‌ଟି ଭବନର ଉଦ୍‌ଘାଟନ କରିବା ପରେ ଅର୍ଥମନ୍ତ୍ରୀ କହିଛନ୍ତି, ସରକାର ବର୍ତ୍ତମାନ ନୀତି ନିର୍ମାଣ ପରିବର୍ତ୍ତେ ସ୍ଥାନୀୟ ସ୍ତରରେ ନୀତିଗୁଡ଼ିକର ଠିକ୍‌ କାର୍ଯ୍ୟାନ୍ବୟନ ଉପରେ ଧ୍ୟାନ ଦେଉଛନ୍ତି। ସେ ରାଜ୍ୟ ଓ କେନ୍ଦ୍ରୀୟ ଜିଏସ୍‌ଟି ୟୁନିଟ୍‌ଗୁଡ଼ିକୁ ଅନୁରୋଧ କରିଛନ୍ତି, କୌଣସି ଦ୍ୱନ୍ଦ୍ୱରେ ନ ପଡ଼ି ନୂଆ ନୀତିଗୁଡ଼ିକ ଅନୁଯାୟୀ କାର୍ଯ୍ୟ କରନ୍ତୁ ଏବଂ ନୂଆ ନିୟମଗୁଡ଼ିକୁ ଲାଗୁ କରନ୍ତୁ। ସେହିପରି ପ୍ରଶାସନ କରଦାତାଙ୍କ ପ୍ରତି ସମ୍ମାନଭାବ ରଖିବା ଉଚିତ ଏବଂ କର ଚୋରି ବିରୋଧରେ କଡ଼ା ପଦକ୍ଷେପ ନେବା ଦରକାର ବୋଲି ସେ କହିଛନ୍ତି। ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି, ଆୟକର ରିଟର୍ନ ଭରିବା ପ୍ରକ୍ରିୟାକୁ ମଧ୍ୟ ସରଳ କରାଯାଇଛି। ଏଥିପାଇଁ ସ୍ବୟଂଚାଳିତ ରିଫଣ୍ଡ ଓ ରିସ୍କ-ଆଧାରିତ ଅଡିଟ ସିଷ୍ଟମ ଆରମ୍ଭ କରାଯାଇଛି। ଦେଶବ୍ୟାପୀ ଜିଏସ୍‌ଟି ସେବା କେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ ରହିବା ଉପରେ ମଧ୍ୟ ସେ ଜୋର୍‌ ଦେଇଛନ୍ତି, ଯାହା ଦ୍ୱାରା ସାଧାରଣ ନାଗରିକଙ୍କୁ ଜିଏସ୍‌ଟି ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ସହଜରେ ସମାଧାନ ମିଳିପାରିବ। ପ୍ରତ୍ୟେକ ଜିଏସ୍‌ଟି କେନ୍ଦ୍ରରେ କରଦାତାଙ୍କ ସହାୟତା ପାଇଁ ହେଲ୍ପଡେସ୍କ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri