GST ହ୍ରାସ ଦେଶର ଅର୍ଥନୀତିକୁ କରିବ ସୁଦୃଢ଼, ଦୀପାବଳି ପୂର୍ବରୁ ଶସ୍ତା ଜିନିଷ କିଣିବେ ଲୋକେ, ବିଧାୟକ କହିଲେ…

ଭଞ୍ଜନଗର,୨୧ା୯(ବାବୁଲା ପ୍ରଧାନ): କେନ୍ଦ୍ର ସରକାର GSTରେ ସଂସ୍କାର ଆଣିଛନ୍ତି। ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ। ଜିଏସ୍‌ଟି ହ୍ରାସ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହିଭଳି ଯୁଗାନ୍ତକାରୀ ପଦକ୍ଷେପ ଦ୍ବାରା ସାଧାରଣଜନତା ତାହାର ସୁଫଳ ପାଇବେ। ଏଣିକି ଦୁଇ ପ୍ରକାର ହିଁ ଜିଏସ୍‌ଟି ଦେବାକୁ ପଡ଼ିବ। ତାହା ମଧ୍ୟ କମ୍‌। ଆସନ୍ତା ୨୨ତାରିଖରୁ ତାହା ଲାଗୁହେବ ବୋଲି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ରବିବାର ଏକ ଖବରଦାତା ସମ୍ମିଳନୀରେ ତାହା ପ୍ରକାଶ କରିଛନ୍ତି।

ଜିଏସ୍‌ଟି ପରିଷଦର ୫୬ ତମ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପ୍ରତିଶ୍ରୁତି ଆଇନରେ ପରିଣତ ହୋଇଛି। ଏହା ଦେଶର ନାଗରିକଙ୍କ ଜୀବନର ଗୁଣବତ୍ତା ବୃଦ୍ଧି କରିବ ଏବଂ କ୍ଷୁଦ୍ର ବ୍ୟବସାୟୀ ସମେତ ସମସ୍ତଙ୍କ ବ୍ୟବସାୟୀଙ୍କ ପାଇଁ ବ୍ୟବସାୟ ସହଜ ହେବ। ଜିଏସ୍‌ଟି ସଂସ୍କାର ଆମ ଦେଶ ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ। ଏହା ମୋଦି ସରକାରଙ୍କ ଏକ ଦଶନ୍ଧିର, ନିରନ୍ତର, ସ୍ଥିର ଏବଂ ଦୂରଦର୍ଶୀ ଅର୍ଥନୈତିକ ପରିଚାଳନାର ପରିଣାମ। ଏହି ଟିକସ ସଂସ୍କାର ଚଳିତ ମାସ ୨୨ ତାରିଖରୁ ଲାଗୁ ହେବା ପରେ ଲୋକେ ଦୀପାବଳି ପୂର୍ବରୁ ଶସ୍ତାରେ ଜିନିଷ କିଣିବେ। ଏହି ସଂସ୍କାର, ପ୍ରତ୍ୟେକ ନାଗରିକଙ୍କ ଉପରେ ଟିକସ ବୋଝ ହ୍ରାସ କରିବ। ଏକ ହ୍ରାସ ଟିକସ, ସିଧାସଳଖ ନାଗରିକଙ୍କ କ୍ରୟ ଶକ୍ତି ବୃଦ୍ଧି କରିବ। ସାଧାରଣ ଲୋକ, ଚାଷୀ, ଛୋଟ ବ୍ୟବସାୟ ମାଲିକ , ବିଶେଷକରି ପରିବାର ବଜେଟ୍‌ ପରିଚାଳନା କରୁଥିବା ମା’ ଏବଂ ଭଉଣୀମାନଙ୍କୁ ସହାୟକ ହେବ ବୋଲି ବିଧାୟକ ନାୟକ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ର, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ପ୍ରସାଦ ପ୍ରଧାନ, ଏମ୍‌ପି ପ୍ରତିନିଧି ସନ୍ତୋଷ ତିଆଡ଼ି, ଭାଜପା ନେତା ଧୋବା ଗୌଡ, ସନ୍ତୋଷ ପାଳ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଏହିଭଳି ଜନହିତକର ପଦକ୍ଷେପ ଗରିବ ଲୋକଙ୍କ ପାଇଁ ଆଶୀର୍ବାଦ ହେବ ବୋଲି କହିଥିଲେ। ତେଣୁ ଦଶହରାଠାରୁ କାଳୀପୂଜା ପର୍ଯ୍ୟନ୍ତ ଆମେ ସମସ୍ତେ ବାଣ ଫୁଟାଇ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ପାଇଁ ସମସ୍ତ ନେତା ଆହ୍ବାନ କରିଥିଲେ। ଏହା ପୂର୍ବରୁ ବିଧାୟକ ନାୟକ କଳିଙ୍ଗା ଘାଟି ରାସ୍ତା ମରାମତି କାମ ଅନୁଧ୍ୟାନ କରିଥିଲେ। ଦୁଇ ସପ୍ତାହ ମଧ୍ୟରେ ଉକ୍ତ ରାସ୍ତା ସର୍ବସାଧାରଣ ପାଇଁ ଖୋଲିବା ପାଇଁ ପଦକ୍ଷେପ ନିଆଯାଇଛି। କଳିଙ୍ଗା ଘାଟି ପାହାଡ଼ ଧସିବା ପରେ ତୁରନ୍ତ ଭାଜପା ଭଞ୍ଜନଗର ନିର୍ବାଚନମଣ୍ଡଳୀର ଏକ ଟିମ୍‌ ଘଟଣାସ୍ଥଳକୁ ପରିଦର୍ଶନ କରିବାକୁ ଯାଇଥିଲେ। ଏହାପରେ ମୁଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ରାସ୍ତା ପୁନରୁଦ୍ଧାର କିଭଳି ହୋଇପାରିବ ସେନେଇ ଆଲୋଚନା କରିଥିଲି। ଏଥିସହ ରାଜ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଆଲୋଚନା କରିଥିଲି। ବିଭାଗୀୟ ଅଧିକାରୀମାନେ ରାସ୍ତାକୁ ସ୍ବାଭାବିକ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ବୋଲି ବିଧାୟକ କହିଥିଲେ।

ସୂଚନାଯୋଗ୍ୟ, ଗତ ୧୬ ତାରିଖରେ  ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ପାହାଡ଼ ଧସି ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଆଜକୁ ଦୁଇ ମାସ ହେବ ବାରମ୍ବାର ବର୍ଷା ଯୋଗୁ ଏହି ସମସ୍ୟା ଦେଖାଦେଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଭବିଷ୍ୟତକୁ ଦୃଷ୍ଟିରେ ରଖି ମରାମତି କାର୍ଯ୍ୟ ଚଳାଇଛନ୍ତି। ରାସ୍ତା ସମ୍ପୂର୍ଣ୍ଣ ମରାମତି ହେବାକୁ ଦୁଇରୁ ତିନି ମାସ ଲାଗିଯିବ।


Enter your email to get our daily news in your inbox.

All Right Reserved By Dharitri.Com

Read more

ଭୁବନେଶ୍ବର, ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ନେଇ ସୂଚନା ରହିଛି । ଏହାରି ଭିତରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।…

ଟ୍ରମ୍ପଙ୍କୁ ଧୋକା ଦେଲେ ଏହି ଦେଶ, ଯୁଦ୍ଧ ମଝିରେ ଛାଡିଦେଲେ ହାତ, ଏବେ କରିବେ କ’ଣ?

ଓ୍ବାଶିଂଟନ୍‌,୧୬।୩: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ସୁରକ୍ଷା ଦେବା ପାଇଁ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଯୁଦ୍ଧଜାହାଜ…

କ୍ରସ୍‌ ଭୋଟିଂକୁ ମାନିନେଲେ ସୌଭିକ୍‌, କହିଲେ ବାପାଙ୍କୁ ବହିଷ୍କାର କରିଥିଲେ, ପ୍ରତିଶୋଧ ନେଲି

ଭୁବନେଶ୍ୱର,୧୬ା୩:  ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ହୋଇଥିବା ଜୋର୍‌ଦାର ଚର୍ଚ୍ଚା ହେଉଛି। ତେବେ ଏହି କ୍ରସ୍‌ ଭୋଟିଂକୁ ମାନି ନେଇଛନ୍ତି ବିଧାୟକ ସୌଭିକ ବିଶ୍ବାଳ। ବିଜୁ…

ଭାରତୀୟ ଜାହାଜକୁ ହର୍ମୁଜ ଷ୍ଟ୍ରେଟ ଦେଇ ଆସିବାକୁ କେମିତି ଅନୁମତି ଦେଲା ଇରାନ୍? ଜୟଶଙ୍କର କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୬।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବଂ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ଇରାନର କଠୋର ଆଭିମୁଖ୍ୟ ମଧ୍ୟରେ, ଏଲପିଜି ବୋଝେଇ ଦୁଇଟି ଭାରତୀୟ ଜାହାଜ ଗୁଜୁରାଟ ଉପକୂଳରୁ ଆସିବାକୁ ଯାଉଛି…

ଆଉ ଅଭାବ ହେବନି ଗ୍ୟାସ! ଗୋଟିଏ ଘଣ୍ଟା ମଧ୍ୟରେ ଏଲପିଜି ନେଇ ଭାରତରେ ପହଞ୍ଚିବ ‘ଶିବାଲିକ’, ଜାଣନ୍ତୁ ଶିବାଲିକ କ’ଣ….

ନୂଆଦିଲ୍ଲୀ,୧୬।୩: ଉପସାଗରୀୟ ଅଞ୍ଚଳରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯୋଗୁ ବିଶ୍ୱ ସାମୁଦ୍ରିକ ବାଣିଜ୍ୟ ମାର୍ଗଗୁଡ଼ିକ ଚାପରେ ପଡ଼ିଛି। ହର୍ମୁଜ ପ୍ରଣାଳୀ…

କୂଅରେ ପଡିଛି ଯୁବକଙ୍କ ମୃତଦେହ: କୁକୁର ଧରି ପହଞ୍ଚିଲେ ସାଇଣ୍ଟିଫିକ୍‌ ଟିମ୍‌

ଗଞ୍ଜାମ,୧୬।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ନିକଟସ୍ଥ ଏକ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି।  ରବିବାର କୂଅରେ…

ଆଇସିସି ଚେୟାରମ୍ୟାନ୍‌ ଜୟ ଶାହାଙ୍କ ବଡ଼ ବୟାନ, କହିଲେ…

ମୁମ୍ୱାଇ,୧୬ା୩: ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍‌ରେ ଦେଖାଦେଇଥିବା ବିବାଦ ଏବଂ ଅନିଶ୍ଚିତତା ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଚେୟାରମ୍ୟାନ୍‌ ଜୟ ଶାହା ପ୍ରଥମଥର ପାଇଁ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri