GST ହ୍ରାସ ଦେଶର ଅର୍ଥନୀତିକୁ କରିବ ସୁଦୃଢ଼, ଦୀପାବଳି ପୂର୍ବରୁ ଶସ୍ତା ଜିନିଷ କିଣିବେ ଲୋକେ, ବିଧାୟକ କହିଲେ…

ଭଞ୍ଜନଗର,୨୧ା୯(ବାବୁଲା ପ୍ରଧାନ): କେନ୍ଦ୍ର ସରକାର GSTରେ ସଂସ୍କାର ଆଣିଛନ୍ତି। ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ। ଜିଏସ୍‌ଟି ହ୍ରାସ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହିଭଳି ଯୁଗାନ୍ତକାରୀ ପଦକ୍ଷେପ ଦ୍ବାରା ସାଧାରଣଜନତା ତାହାର ସୁଫଳ ପାଇବେ। ଏଣିକି ଦୁଇ ପ୍ରକାର ହିଁ ଜିଏସ୍‌ଟି ଦେବାକୁ ପଡ଼ିବ। ତାହା ମଧ୍ୟ କମ୍‌। ଆସନ୍ତା ୨୨ତାରିଖରୁ ତାହା ଲାଗୁହେବ ବୋଲି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ରବିବାର ଏକ ଖବରଦାତା ସମ୍ମିଳନୀରେ ତାହା ପ୍ରକାଶ କରିଛନ୍ତି।

ଜିଏସ୍‌ଟି ପରିଷଦର ୫୬ ତମ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପ୍ରତିଶ୍ରୁତି ଆଇନରେ ପରିଣତ ହୋଇଛି। ଏହା ଦେଶର ନାଗରିକଙ୍କ ଜୀବନର ଗୁଣବତ୍ତା ବୃଦ୍ଧି କରିବ ଏବଂ କ୍ଷୁଦ୍ର ବ୍ୟବସାୟୀ ସମେତ ସମସ୍ତଙ୍କ ବ୍ୟବସାୟୀଙ୍କ ପାଇଁ ବ୍ୟବସାୟ ସହଜ ହେବ। ଜିଏସ୍‌ଟି ସଂସ୍କାର ଆମ ଦେଶ ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ। ଏହା ମୋଦି ସରକାରଙ୍କ ଏକ ଦଶନ୍ଧିର, ନିରନ୍ତର, ସ୍ଥିର ଏବଂ ଦୂରଦର୍ଶୀ ଅର୍ଥନୈତିକ ପରିଚାଳନାର ପରିଣାମ। ଏହି ଟିକସ ସଂସ୍କାର ଚଳିତ ମାସ ୨୨ ତାରିଖରୁ ଲାଗୁ ହେବା ପରେ ଲୋକେ ଦୀପାବଳି ପୂର୍ବରୁ ଶସ୍ତାରେ ଜିନିଷ କିଣିବେ। ଏହି ସଂସ୍କାର, ପ୍ରତ୍ୟେକ ନାଗରିକଙ୍କ ଉପରେ ଟିକସ ବୋଝ ହ୍ରାସ କରିବ। ଏକ ହ୍ରାସ ଟିକସ, ସିଧାସଳଖ ନାଗରିକଙ୍କ କ୍ରୟ ଶକ୍ତି ବୃଦ୍ଧି କରିବ। ସାଧାରଣ ଲୋକ, ଚାଷୀ, ଛୋଟ ବ୍ୟବସାୟ ମାଲିକ , ବିଶେଷକରି ପରିବାର ବଜେଟ୍‌ ପରିଚାଳନା କରୁଥିବା ମା’ ଏବଂ ଭଉଣୀମାନଙ୍କୁ ସହାୟକ ହେବ ବୋଲି ବିଧାୟକ ନାୟକ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ର, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ପ୍ରସାଦ ପ୍ରଧାନ, ଏମ୍‌ପି ପ୍ରତିନିଧି ସନ୍ତୋଷ ତିଆଡ଼ି, ଭାଜପା ନେତା ଧୋବା ଗୌଡ, ସନ୍ତୋଷ ପାଳ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଏହିଭଳି ଜନହିତକର ପଦକ୍ଷେପ ଗରିବ ଲୋକଙ୍କ ପାଇଁ ଆଶୀର୍ବାଦ ହେବ ବୋଲି କହିଥିଲେ। ତେଣୁ ଦଶହରାଠାରୁ କାଳୀପୂଜା ପର୍ଯ୍ୟନ୍ତ ଆମେ ସମସ୍ତେ ବାଣ ଫୁଟାଇ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ପାଇଁ ସମସ୍ତ ନେତା ଆହ୍ବାନ କରିଥିଲେ। ଏହା ପୂର୍ବରୁ ବିଧାୟକ ନାୟକ କଳିଙ୍ଗା ଘାଟି ରାସ୍ତା ମରାମତି କାମ ଅନୁଧ୍ୟାନ କରିଥିଲେ। ଦୁଇ ସପ୍ତାହ ମଧ୍ୟରେ ଉକ୍ତ ରାସ୍ତା ସର୍ବସାଧାରଣ ପାଇଁ ଖୋଲିବା ପାଇଁ ପଦକ୍ଷେପ ନିଆଯାଇଛି। କଳିଙ୍ଗା ଘାଟି ପାହାଡ଼ ଧସିବା ପରେ ତୁରନ୍ତ ଭାଜପା ଭଞ୍ଜନଗର ନିର୍ବାଚନମଣ୍ଡଳୀର ଏକ ଟିମ୍‌ ଘଟଣାସ୍ଥଳକୁ ପରିଦର୍ଶନ କରିବାକୁ ଯାଇଥିଲେ। ଏହାପରେ ମୁଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ରାସ୍ତା ପୁନରୁଦ୍ଧାର କିଭଳି ହୋଇପାରିବ ସେନେଇ ଆଲୋଚନା କରିଥିଲି। ଏଥିସହ ରାଜ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଆଲୋଚନା କରିଥିଲି। ବିଭାଗୀୟ ଅଧିକାରୀମାନେ ରାସ୍ତାକୁ ସ୍ବାଭାବିକ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ବୋଲି ବିଧାୟକ କହିଥିଲେ।

ସୂଚନାଯୋଗ୍ୟ, ଗତ ୧୬ ତାରିଖରେ  ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ପାହାଡ଼ ଧସି ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଆଜକୁ ଦୁଇ ମାସ ହେବ ବାରମ୍ବାର ବର୍ଷା ଯୋଗୁ ଏହି ସମସ୍ୟା ଦେଖାଦେଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଭବିଷ୍ୟତକୁ ଦୃଷ୍ଟିରେ ରଖି ମରାମତି କାର୍ଯ୍ୟ ଚଳାଇଛନ୍ତି। ରାସ୍ତା ସମ୍ପୂର୍ଣ୍ଣ ମରାମତି ହେବାକୁ ଦୁଇରୁ ତିନି ମାସ ଲାଗିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri