ସୁନା ଦୋକାନରେ ଜିଏସ୍‌ଟି ଚଢ଼ାଉ

ଚାନ୍ଦବାଲି,୩୧ା୮(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ବଜାରସ୍ଥିତ ସୁବୋଧ ସାହୁ ଆଣ୍ଡ୍‌ ସନ୍ସ ଜୁଏଲାରୀ ଦୋକାନ ଉପରେ ଗୁରୁବାର ଜିଏସ୍‌ଟି(ଏନ୍‌ଫୋର୍ସମେଣ୍ଟ) ପକ୍ଷରୁ ଚଢ଼ାଉ କରାଯାଇଛି। ଯାଜପୁର ଡିଭିଜନ ପକ୍ଷରୁ ୨ଟି ଗାଡ଼ିରେ ପ୍ରାୟ ୧୦ଜଣ କର୍ମଚାରୀ ଆସି ସୁନାଗହଣା ଦୋକାନ, ତାଙ୍କ ବାସଗୃହ, ମୋଟର ବାଇକ୍‌ ଶୋ’ରୁମ୍‌ ଆଦି ତନଖି କରିଛନ୍ତି। ତେବେ ଦିନ ୧୧ଟାରୁ ଏହି ଚଢ଼ାଉ ଆରମ୍ଭ ହୋଇଛି। ସବିଶେଷ ତଥ୍ୟ ଜଣାପଡ଼ିନାହିଁ।