ତଦନ୍ତ କରିବେ ଜିଏସ୍‌ଟି ଅଧିକାରୀ

ଛତ୍ରପୁର,୨୮।୧୨(ଡି.ଏନ.ଏ): ଗଞ୍ଜାମ ଜିଲାରେ ଜିଏସ୍‌ଟି ଅଧିକାରୀ ଦର୍ଶାଇ ଟ୍ରକ୍‌ ଡ୍ରାଇଭରଙ୍କୁ ମାଡମାରି ଟଙ୍କା ଠକେଇ ସହ ଲକ୍ଷାଧିକ ଟଙ୍କାର ଡିଲକ୍ସ ପାନ ମସଲା ଲୁଟ୍‌ ମାମଲାର ତଦନ୍ତ ଜାରି ରହିଛି ା ଏଥିରେ ୩ ନକଲି ଜିଏସ୍‌ଟି ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଗିରଫ କରି ଛତ୍ରପୁର ପୋଲିସ ସୋମବାର କୋର୍ଟ ଚାଲାଣ କରିଥିଲା। ଏମାନେ ଏବେ ଛତ୍ରପୁର ଜେଲରେ ଅଛନ୍ତି। ଅପରପକ୍ଷରେ ଏହି ମାମଲାର ଅଧିକ ତଦନ୍ତ ଜିଏସ୍‌ଟି ବିଭାଗ କରିବେ ବୋଲି ଜଣାପଡିଛି ା ନକଲି ଜିଏସ୍‌ଟି ଅଧିକାରୀ ଭାବେ ଦର୍ଶାଇ ଟଙ୍କା ଓ ଲକ୍ଷାଧିକ ଟଙ୍କାର ପାନ ମସଲାର ତଦନ୍ତ କରିବାକୁ ଅସଲି ଜିଏସ୍‌ଟି ଅଧିକାରୀଙ୍କୁ ଛତ୍ରପୁର ପୋଲିସ ପକ୍ଷରୁ ଅବଗତ କରାଯାଇଛି ା ପ୍ରକୃତରେ ଜବତ ପାନ ମସଲା କିଣା ବିକା ଓଦ ପରିବହନ ବାବଦରେ ଜିଏସଟି ବିଭାଗ ନିକଟରେ ଟିକସ ଜମା ହୋଇଛି କି ନାହିଁ ତାର ଖୋଳତାଡ ବିଭାଗ ହିଁ କରିପାରିବ ା
ଜବତ ପାନ ୬୦ ବସ୍ତା ପାନ ମସଲାର ଆନୁମାନିକ ମୂଲ୍ୟ ୧୦ ରୁ ୧୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ା ତେବେ କୋଲକତାରୁ ଚାଉଳ ଓ ଉକ୍ତ ପାନ ମସଲା ଟ୍ରକ୍‌ ଯୋଗେ ଆନ୍ଧ୍ରକୁ ଚାଲାଣ ବେଳେ ନକଲି ଜିଏସଟି ଅଧିକାରୀ ଦର୍ଶାଇ ବଟି ଆଦାୟ ସହ ପାନ ମସଲା ଲୁଟ୍‌ କରାଯାଇଥିଲା। ବଟି ଆଦାୟ ପରେ ଚାଉଳ ସହ ଟ୍ରକକୁ ଦୁବୃତ୍ତମାନେ ଛାଡି ଦେଇଥିଲେ ା ଉକ୍ତ ଚାଉଳ ବାବଦରେ ମଧ୍ୟ ଜିଏସଟି ଟିକସ ପୈଠ ହୋଇଥିଲା କି ନାହିଁ ତାର ମଧ୍ୟ ତଦନ୍ତର ଆବଶ୍ୟକତା ରହିଛି ା ପୋଲିସ ପକ୍ଷରୁ ଜବତ ପାନ ମସଲା ନା ଏଥିରେ ଜର୍ଦା ମିଶ୍ରିତ ଅଛି କି ନାହିଁ ତାର ଟେଷ୍ଟିଂ ର ଆବଶ୍ୟକତା ରହିଛି ା ଏହାର ନମୁନା ଲ୍ୟାବକୁ ପଠାଯିବ ବୋଲି ଛତ୍ରପୁର ଥାନା ଆଇଆଇସି ସତ୍ୟ ରଞ୍ଜନ ପ୍ରଧାନ କହଛନ୍ତି। ଟ୍ରକ୍‌ରେ ଥିବା ୮୬ ହଜାର ଟଙ୍କା ମଧ୍ୟ ଦୁବୃର୍ତମାନେ ନେଇଯାଇଥିବା ଏତଲାରେ ଟ୍ରକ୍‌ ଚାଳକ ଦର୍ଶାଇଥିଲେ ା ମାତ୍ର ତାହାର ସତ୍ୟତା ଅଛି କି ନାହିଁି ତଦନ୍ତ ପରେ ଜଣାପଡିବ ବୋଲି କୁହାଯାଇଛି। ଏପରିକି ଗିରଫମାନଙ୍କ ନଁାରେ ଆଗରୁ କୌଣସି ଥାନାରେ ଆପରାଧିକ ମାମଲା ଅଛି କି ନାହିଁ ତାର ମଧ୍ୟ ଖୋଳତାଡ ଛତ୍ରପୁର ପୋଲିସ କରିବ ା ବ୍ରହ୍ମପୁରର ସୀମାଞ୍ଚଳ ପଣ୍ଡା ତାଙ୍କର ବକେୟା ଟଙ୍କା ଆଦାୟ କରିବାକୁ ସୁଶାନ୍ତ କୁମାର ଦଳାଇକୁ କହିଥିଲେ। ସୁଶାନ୍ତ ତାଙ୍କ ସହଯୋଗୀ ଛତ୍ରପୁରର ଦେବାଶିଷ ଓ ଗୋପାଳଙ୍କ ସହ ପ୍ରସ୍ତୁତି କରିଥିଲେ। ୨୧ ତାରିଖରେ କୋଲକତାରୁ ଏକ ଟ୍ରକ୍‌ ଯୋଗେ ନାନି ରାଜୁଙ୍କ ଚାଉଳ ଓ ପାନ ମସଲା ଆନ୍ଧ୍ରକୁ ଯାଉଥିବା ବେଳେ ଛତ୍ରପୁର ଥାନା ଅନ୍ତର୍ଗତ ଉଜ୍ଜଳେଶ୍ୱରୀ ମନ୍ଦିର ନିକଟରେ ସୁଶାନ୍ତ, ଦେବାଶିଷ ଓ ଗୋପାଳ ଅଟକାଇ ନିଜକୁ ଜିଏସ୍‌ଟି ଅଧିକାରୀ ବୋଲି ପରିଚୟ ଦେଇଥିଲେ। ଘଟଣାର ରଫାଦଫା କରିବାକୁ ସାମଗ୍ରୀର ମାଲିକ ୧ ଲକ୍ଷ ୪୦ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ। ଏଥିସହ ଟ୍ରକ୍‌ରେ ଥିବା ୬୦ ବସ୍ତା ପାନ ମସଲାକୁ ଦୁବୃତ୍ତମାନେ ନେଇ ଟ୍ରକ୍‌ ସହ ଚାଉଳ ଛାଡି ଦେଇଥିଲେ ା ଏତଲା ପରେ ତଦନ୍ତ କରି ଠକେଇ କରି ନେଇଥିବା ୧ ଲକ୍ଷ ୪୦ ହଜାର ଟଙ୍କା, ଲୁଟ୍‌ କରିଥିବା ଲକ୍ଷାଧିକ ଟଙ୍କାର ୬୦ ପ୍ୟାକେଟ୍‌ ପାନମସଲା, ୫ ଟି ମୋବାଇଲ ଏବଂ ୨ ଟି କାରକୁ ଏମାଙ୍କଠାରୁ ପୋଲିସ ଜବତ କରିଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri