ହାର୍ଡଓ୍ବୟାର ଦୋକାନରେ ଜିଏସ୍‌ଟି ଚଢ଼ାଉ

ରାୟଗଡ଼ା,୧୬ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ନ୍ୟୁ କଲୋନୀସ୍ଥିତ ଫେୟାର ଡିଲ୍‌ କର୍ପୋରେଶନ ଦୋକାନରେ ଶନିବାର ଜିଏସ୍‌ଟି ଚଢ଼ାଉ ହୋଇଛି। ରାୟଗଡ଼ାସ୍ଥିତ ଜିଏସ୍‌ଟି ଏନଫୋର୍ସମେଣ୍ଟ ଡେପୁଟି କମିଶନର ତୋଫାନ ବେମାଲଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଛି। ଟିକସ ଫାଙ୍କିବା ଅଭିଯୋଗରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି। ଜିଏସ୍‌ଟି ପକ୍ଷରୁ ୫ ଜଣିଆ ଟିମ୍‌ ଚଢ଼ାଉ କରିଛନ୍ତି। ୨୦୧୮ଠାରୁ ବର୍ତ୍ତମାନ ସୁଦ୍ଧା ସମସ୍ତ ନଥିପତ୍ର ଜିଏସ୍‌ଟି ଏନଫୋର୍ସମେଣ୍ଟ ଟିମ୍‌ ଯାଞ୍ଚ କରୁଥିବା ନଜରକୁ ଆସିଛି। ଏଣେ ଗୋଦାମ ପରିସରରେ ଷ୍ଟକ୍‌ ମଧ୍ୟ ଯାଞ୍ଚ ହେଉଛି। ଏଥିପାଇଁ ଜିଏସ୍‌ଟି ବିଭାଗ ପକ୍ଷରୁ ପୋଲିସ ସହାୟତା ନିଆଯାଇଛି। ସେହି ସ୍ଥାନରେ ପୋଲିସ ଟିମ୍‌ ନିୟୋଜିତ ହେବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଭଳିକି ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଏ ସମ୍ପର୍କରେ ଜିଏସ୍‌ଟି କାର୍ଯ୍ୟାଳୟ ପକ୍ଷରୁ କୌଣସି ମତାମତ ଦିଆଯାଇନାହିଁ।