ପାଇପ ମିସ୍ତ୍ରିଙ୍କ ନାଁରେ ୭୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ

ରାଉରକେଲା ଅଫିସ,୬ା ୧୧-ଷ୍ଟିଲ ସିଟିର ଜଣେ ପାଇପ ମିସ୍ତ୍ରିଙ୍କ ନାମରେ ୭୦ କୋଟି ଟଙ୍କା ଜିଏସଟି ଠକେଇ ହୋଇଥିବା ଘଟଣା ସାମନାକୁ ଆସିଛି। ଏହାପୂର୍ବରୁ ଏଭଳି ଏକାଧିକ ମାମଲା ଲୋକ ଲୋଚନକୁ ଆସିଥିବା ବେଳେ ଏଥିରେ ବହୁ ନିରୀହ ଲୋକ ଶିକାର ହୋଇଛନ୍ତି। ଯାହା ସହରରେ ଚର୍ଚ୍ଚାର ପ୍ରସଙ୍ଗପାଲଟିଛି। ଏବେ ବାସନ୍ତୀ କଲୋନୀ ହରିପୁର ବସ୍ତିରେ ରହୁଥିବା ଜଣେ ପାଇପ ମିସ୍ତ୍ରୀ ସମୀର ଯୋଯୋଙ୍କଠାରୁ ଡକ୍ୟୁମେଣ୍ଟ ନିଆଯାଇ ଏଭଳି ଚଞ୍ଚକତା କରାଯାଇଛି। ତାଙ୍କ ଘରକୁ ଜିଏସ୍‌ଟି ଅଧିକାରୀମାନେ ଆସି ଫେରୁଥିବା ବେଳେ ଅସଲ ଅଭିଯୁକ୍ତ ଆଢୁଆଳରେ ରହିଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ସମୀରଙ୍କ ନାମରେ ସାଇ ଟ୍ରେଡର୍ସ ନାମକ ଏକ କମ୍ପାନୀ ଖୋଲାଯାଇ ୭୦ କୋଟି ଟଙ୍କାର ଜିଏସ୍‌ଟି ଫାଙ୍କି ଧରା ପଡିଛି। ତାଙ୍କ କହିବାନୁସାରେ ଏମିତି ବହୁ ଲୋକଙ୍କ ଡକ୍ୟୁମେଣ୍ଟ ନେଇ ପୁଞ୍ଜିପତିମାନେ ଜିଏସଟି ଫାଙ୍କି ଆସୁଛନ୍ତି। ଏହାର ନିରପେକ୍ଷ ତଦନ୍ତ ହେଉ ଓ ଅସଲ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି ।