ଜୁଲାଇରେ ଜିଏସ୍‌ଟି ଆଦାୟ ୮୭,୪୨୨ କୋଟିକୁ ହ୍ରାସ

ନୂଆଦିଲ୍ଲୀ,୨।୮: ଜୁଲାଇ ମାସରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦକୁ କେନ୍ଦ୍ର ସରକାର ୮୭,୪୨୨ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଜୁନ୍‌ ମାସରେ ୯୦,୯୧୭ କୋଟି ଟଙ୍କା ଜିଏସ୍‌ଟି ଆଦାୟ ହୋଇଥିବା ବେଳେ ଏହା ଜୁଲାଇରେ ହ୍ରାସ ଘଟିଥିବା ଅର୍ଥ ମନ୍ତ୍ରଣାଳୟ ଦେଇଥିବା ରିପୋର୍ଟରୁ ସାମ୍ନାକୁ ଆସିଛି। ମାତ୍ର ଜୁଲାଇ ମାସର ପରୋକ୍ଷ ଟିକସ ସଂଗ୍ରହକୁ ଦେଖିଲେ ଏହା ଏପ୍ରିଲ ଏବଂ ମେ ମାସ ତୁଳନାରେ ଉନ୍ନତ ରହିଛି। ଏହି ଦୁଇ ମାସରେ ଯଥାକ୍ରମେ ୩୨,୨୯୪ କୋଟି ଏବଂ ୬୨,୦୦୯ କୋଟି ଟଙ୍କାର ରାଜସ୍ବ ଆଦାୟ କରାଯାଇଥିଲା। ଜୁଲାଇରେ ଆଦାୟ ହୋଇଥିବା ମୋଟ ଟିକସ ମଧ୍ୟରେ କେନ୍ଦ୍ର ଜିଏସ୍‌ଟି ବାବଦ(ସିଜିଏସ୍‌ଟି) ବାବଦ ୧୬,୧୪୭ କୋଟି, ରାଜ୍ୟ ଜିଏସ୍‌ଟି(ଏସ୍‌ଜିଏସ୍‌ଟି) ବାବଦ ୨୧,୪୮୧ କୋଟି, ସମନ୍ବିତ ଜିଏସ୍‌ଟି ବାବଦ(ଆଇଜିଏସ୍‌ଟି) ବାବଦ ୪୨,୫୯୨ କୋଟି ଟଙ୍କା ରହିଛି। ଏହି ସମୟ ମଧ୍ୟରେ ୭୨୬୫ କୋଟି ଟଙ୍କାର ସେସ୍‌ ବା ଉପକର ଆଦାୟ ହୋଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି।
ଗତ ବର୍ଷ ଜୁଲାଇ ମାସରେ ଯେତେ ପରିମାଣରେ ଜିଏସ୍‌ଟି ସଂଗ୍ରହ ହୋଇଥିଲା ଚଳିତ ବର୍ଷ ସମାନ ସମୟରେ ସଂଗ୍ରହ ୮୬% ରହିଛି। ଅର୍ଥାତ୍‌ ଟିକସ ସଂଗ୍ରହ ୧୪% ଖସିଛି। ଜୁନ୍‌ ମାସ ତୁଳନାରେ ଜୁଲାଇ ମାସରେ ଟିକସ ଆଦାୟ କମିଥିବା ମନ୍ତ୍ରଣାଳୟ କହିଛି। କୋଭିଡ୍‌ ଯୋଗୁ ଲାଗିଥିବା କଟକଣା କୋହଳ ହେବା ଯୋଗୁ ଲୋକମାନେ ଫେବୃୟାରୀ, ମାର୍ଚ୍ଚ ଏବଂ ଏପ୍ରିଲ ମାସର ଜିଏସ୍‌ଟି ଜୁଲାଇରେ ପଇଠ କରିଥିବା ନଜରକୁ ଆସିଛି। ସୂଚନାଯୋଗ୍ୟ, ୫ କୋଟି ଟଙ୍କାରୁ କମ୍‌ କାରବାର କରୁଥିବା ବ୍ୟକ୍ତିବିଶେଷ ରିଟର୍ନ ଫାଇଲିଂରେ ସେପ୍ଟେମ୍ବର ପର୍ଯ୍ୟନ୍ତ ଆଶ୍ୱସ୍ତି ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri